ମୋହନା ସ୍ଥିତ ଦିବ୍ୟାଙ୍ଗ ଅନୁଷ୍ଠାନ ପରିଦର୍ଶନ ସହ ପୋଷାକ ବଣ୍ଟନ କଲେ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ

0
123

ବ୍ରହ୍ମପୁର ,୦୩/୦୮/୨୦୨୨ : ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି.ତିରୁପତି ରାଓ ଆଜି ବୁଧବାର ସକାଳେ ମୋହନା କଣ୍ଟେଇକୋଳି ସ୍ଥିତ ଏମ.କେ.ସି.ଜି ଦୃଷ୍ଟିହୀନ, ବଧିର , ମାନସିକ ଅନଗ୍ରସର ଓ ମସ୍ତିସ୍କ ପକ୍ଷାଘାତ ଦିବ୍ୟାଙ୍ଗ ଅନୁଷ୍ଠାନକୁ ପରିଦର୍ଶନ କରିଛନ୍ତି । ଉପାଧ୍ୟକ୍ଷା ଶ୍ରୀମତୀ କୁନ୍ତଳା ମଲିକ, ମୋହନା ବ୍ଲକ ଚେୟାରମେନ ରଞ୍ଜିବ ଶବର , ମୋହନା ଜୋନ ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ରକାନ୍ତ ମଲିକ , ଚନ୍ଦ୍ରଗିରି ଜୋନ ଜିଲ୍ଲାପରିଷଦ ସଭ୍ଯ ସୁନୀଲ ବିଶୋଇ , ମୋହନା ଜୋନ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ରାଜେନ୍ଦ୍ର କୁମାର ମଲିକ ପ୍ରମୁଖ ଅତିଥି ବୃନ୍ଦଙ୍କ ସହ ପରିଦର୍ଶନ କରି ବିଦ୍ୟାଳୟ ପରିଚାଳନା କମିଟି ଏବଂ ଅନ୍ତେବାସୀଙ୍କ ସହିତ ଔପଚାରିକ ଭାବରେ ସୁବିଧା ଅସୁବିଧାକୁ ଅନୁକ୍ଷଣ କରିଥିଲେ । ଅନୁଷ୍ଠାନ ପକ୍ଷରୁ ଦିବ୍ୟlଙ୍ଗ ଛାତ୍ରଛାତ୍ରୀ ସମୂହ ଫୁଲତୋଡା , ଉପଢୌକନ , ଚନ୍ଦନ ଓ ସିନ୍ଦୁର ପ୍ରଦାନ କରି ଅତିଥି ବୃନ୍ଦଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ଅବସରରେ ଅଧ୍ୟକ୍ଷ ଶ୍ରୀ ରାଓ ଦିବ୍ୟାଙ୍ଗ ଅନ୍ତେବାସୀଙ୍କୁ ପୋଷାକ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ଅନୁଷ୍ଠାନର ବିଭିନ୍ନ ଅlନୁସଙ୍ଗିକ ବ୍ୟବସ୍ଥା ନେଇ ଅନୁଷ୍ଠାନର ଭିତ୍ତିଭୂମି ତନଖିବା ସହିତ ଶିକ୍ଷାର୍ଥୀ ଅନ୍ତେବାସୀଙ୍କ ଆବଶ୍ୟକତା ସମ୍ପର୍କରେ ସେ ସମ୍ପାଦକ ଦଣ୍ଡ।ସି ସାହୁ , ଅନୁଷ୍ଠାନର ଅଧ୍ୟକ୍ଷ ଅଖିଲ କୁମାର ସାହୁ , ଉପସଭାପତି ଶରତ ଚନ୍ଦ୍ର ମଲ୍ଲିକ , କୋଷାଧ୍ୟକ୍ଷ ସୁରେନ୍ଦ୍ର ଜେନାଙ୍କ ସହ ଆଲୋଚନା କରିଥିଲେ । ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନ ସୌଜନ୍ୟରୁ ସମ୍ପାଦକ ମୋହଦୟ ଅନୁଷ୍ଠାନରେ ରହିଥିବା ଅଭାବ ଓ ଆବଶ୍ୟକତା ପୂରଣ ନିମନ୍ତେ ଦାବିପତ୍ର ପ୍ରଦାନ କରିଥିଲେ । ଅନୁଷ୍ଠାନର ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଶିକ୍ଷାର ନିରନ୍ତର ବିକାଶ ନିମନ୍ତେ ସମର୍ପିତ ସମ୍ପାଦକ ମହୋଦୟ , ପରିଚାଳନା କମିଟି ଓ କର୍ମଚାରୀଙ୍କୁ ଅଧ୍ୟକ୍ଷ ମହୋଦୟ ଭ୍ରୂୟସୀ ପ୍ରଶଂସା କରିଥିଲେ ।ପରିଶେଷରେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ପ୍ରଶାନ୍ତ ବୀର ନିମନ୍ତ୍ରିତ ଅତିଥିଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ l ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଶିକ୍ଷକ ,ଶିକ୍ଷୟିତ୍ରୀ ଓ କର୍ମଚାରୀ ସମୂହ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here