ସ୍ବେଛାସେବୀ ଅନୁଷ୍ଠାନ ବିପଦର ବନ୍ଧୁ ଓଡ଼ିଶା ସଙ୍ଗଠନ ଏବଂ ମେଡ୍ କ୍ୟୁର ହେଲ୍ଥ କେୟର ଙ୍କ ମିଳିତ ଆନୁକୁଲ୍ୟରେ ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ

0
160

ବ୍ରହ୍ମପୁର,୦୭/୦୮/୨୦୨୨: ଆଜି ସ୍ବେଛାସେବୀ ଅନୁଷ୍ଠାନ ବିପଦର ବନ୍ଧୁ ଓଡ଼ିଶା ସଙ୍ଗଠନ ଏବଂ ମେଡ୍ କ୍ୟୁର ହେଲ୍ଥ କେୟର ଙ୍କ ମିଳିତ ଆନୁକୁଲ୍ୟରେ ଏକ ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିର ବ୍ରହ୍ମପୁର ମହାନଗର ନିଗମର ଗୋଷାଣୀ ନୂଆଗାଁ ସ୍ଥିତ ଗୋପାଳ କୃଷ୍ଣ ରଙ୍ଗମଞ୍ଚ ରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଶିବିରକୁ ଆପୋଲୋ ହସ୍ପିଟାଲର ମେଡ଼ିସିନ୍ ବିଭାଗର ବରିଷ୍ଠ ଡ଼ାକ୍ତର ପ୍ରେମାନନ୍ଦ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।କାର୍ଯ୍ୟକ୍ରମରେ ୪୦୦ ରୁ ଉର୍ଦ୍ଧ୍ବ ରୋଗୀଙ୍କ ବିଭିନ୍ନ ବିଭାଗରେ ଯଥା ମେଡ଼ିସିନ୍,ହୃଦ୍ ରୋଗ, ସ୍ନାୟରୋଗ,ଅସ୍ଥି ରୋଗ,ଶଲ୍ୟ ଚିକିତ୍ସା,ରକ୍ତ,ମଧୁମେହ,ରକ୍ତ ଚାପ ଆଦି ଚିକିତ୍ସା କରାଯାଇଥିଲା।ଏଥିରେ ସମ୍ମାନିତ ଅତିଥି ଭାବରେ ଆପୋଲୋ ହସ୍ପିଟାଲର ହୃଦ୍ ରୋଗ ବିଶେଷଜ୍ଞ ଡାକ୍ତର ପ୍ରୀୟବତ୍ତ ସାହୁ,ବ୍ରହ୍ମପୁର ମହାନଗର ନିଗମର ୨୬ ଓ ୨୭ ୱାର୍ଡର କର୍ପୋରେଟର ଦ୍ବୟ ଯଥାକ୍ରମେ ଧିରେଶ କୁମାର ସାବତ ଓ ନୀଳକଣ୍ଠ ସାହୁ, ଗୋପାଳକୃଷ୍ଣ ରଙ୍ଗମଞ୍ଚ ସଭାପତି କୁରେଶ ଚନ୍ଦ୍ର ପାତ୍ର,ମେଡ୍ କ୍ୟୁର ହେଲ୍ଥ କେୟର ଅଧ୍ୟକ୍ଷ ରାଜୀବ ମିଶ୍ର ଓ ବିପଦର ବନ୍ଧୁ,ଓଡ଼ିଶା ଅନୁଷ୍ଠାନ ର ସଭାପତି ରବିନ କୁମାର ସାହୁ ମଞ୍ଚାସିନ ଥିଲେ।ଶିବିରରେ ଆୟୋଜିତ ସଭାକୁ ବିପଦର ବନ୍ଧୁ ଅନୁଷ୍ଠାନର ମୁଖପାତ୍ର ଚିନ୍ମୟ ପୋଲାଇ ସଂଯୋଜନା କରିଥିଲେ।ଆଜିର ଶିବିରରେ ଅଞ୍ଚଳର ବିଭିନ୍ନ ବର୍ଗର ଜନସାଧାରଣ ଯୋଗ ଦେଇ ନିଜର ସ୍ବାସ୍ଥ୍ୟଗତ ବିଷୟ ସଂପର୍କରେ ବରିଷ୍ଠ ଡାକ୍ତର ମାନଙ୍କ ସହ ପରାମର୍ଶ କରି ମାଗଣା ସେବା ର ସୁଯୋଗ ଉପଲବ୍ଧ କରିଥିଲେ।ଉକ୍ତ ଶିବିରକୁ ବିପଦର ବନ୍ଧୁ ଅନୁଷ୍ଠାନ ର ସଦସ୍ୟମାନେ ସଂଯୋଜନା କରିଥିବା ବେଳେ ମେଡ୍ କ୍ୟୁର୍ ହେଲ୍ଥ କେୟାର କର୍ମଚାରୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।ଅନୁଷ୍ଠାନର ଏହିଭଳି ଜନ ହିତକାରୀ କାର୍ଯ୍ୟକ୍ରମକୁ ବ୍ରହ୍ମପୁର ବାସୀ ଭୂୟସୀ ପ୍ରଶଂସା କରିଛନ୍ତି।

LEAVE A REPLY

Please enter your comment!
Please enter your name here