ଓଡିଶା ଅମଲା ସଂଘ ଗଞ୍ଜାମ ଜିଲ୍ଲା ଶାଖାର ଜରୁରୀ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

0
549

ବ୍ରହ୍ମପୁର, ୦୯/୦୮/୨୦୨୨:ସ୍ଥାନୀୟ ଏନଜିଓ ହଲ୍ ଠାରେ ଓଡିଶା ଅମଲା ସଂଘ ଗଞ୍ଜାମ ଶାଖାର ଏକ ଜରୁରୀ କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ସୁଦାମ ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ରାଜ୍ୟ ସାଧାରଣ ସଂପାଦକ ମୂଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଏନଜିଓ ସଂପାଦକ କିରଣ କୁମାର ପାଢୀ, ଏନଜିଓ ସଭାପତି ସମୀର ଆଚାର୍ଯ୍ୟ,କାର୍ଯ୍ୟକାରୀ ସଭାପତି ରବିନ୍ଦ୍ର ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ଥିଲେ। ଆଜି ର ସଭାରେ ମୂଖ୍ୟତଃ ଜିଲ୍ଲା ସ୍ତରୀୟ ଅମଲା ଙ୍କ ପ୍ରବେଶିକା ଶିକ୍ଷାଗତ ସ୍ନାତକ ହାର ରେ ଦରମା ପ୍ରଦାନ କରିବାରେ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ଅବଲମ୍ବନ କୁ ସଭାରେ କ୍ଷୋଭ ପ୍ରକାଶ କରାଯାଇଥିଲା। ସ୍ନାତକ ଯୋଗ୍ୟତା ପ୍ରଚଳିନ କରିବାରେ ଇତିମଧ୍ୟରେ ୫ ବର୍ଷ ବିତିଯାଇଥିଲେ ମଧ୍ୟ ସ୍ନାତକ ହାରରେ ଦରମା ପ୍ରଦାନ କରିବାରେ ଅହେତୁକ ବିଳମ୍ବ ଯୋଗୁଁରାଜ୍ୟରେ ଜିଲ୍ଲା ସ୍ତରୀୟ ଅମଲା ଙ୍କ ମନରେ ଘୋର ନୈରାଶ୍ୟ ଭାବ ସୃଷ୍ଟି ହୋଇଛି।ସ୍ନାତକ ଯୋଗ୍ୟତା ଆଉ ଅନ୍ୟ ବର୍ଗ କର୍ମଚାରୀ ଙ୍କୁ ରାଜ୍ୟ ସରକାର ୯୩୦୦ ଟଙ୍କା ଦରମା ଏବଂ ଗ୍ରେଡପେ ୪୨୦୦ଟଙ୍କା ପ୍ରଦାନ କରୁଥିବା ବେଳେ ଜିଲ୍ଲା ସ୍ତରୀୟ ଅମଲା ଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ ଯୋଗୁଁ ଆଗାମୀ ଦିନରେ ରାଜ୍ୟରେ ଜିଲ୍ଲା ସ୍ତରୀୟ ଅମଲା ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହେବେ।ଅନ୍ୟ ଦାବି ମଧ୍ୟ ରେ ଠିକା ନିଯୁକ୍ତି ପ୍ରଥା ବନ୍ଦ କରି ସ୍ଥାୟୀ ନିଯୁକ୍ତି ପ୍ରଚଳନ, ପୁରାତନ ପେନସନ ଯୋଜନା ପ୍ରଚଳନ କରିବା ସହ ଜିଲ୍ଲା ସ୍ତରୀୟ ଅମଲା ଙ୍କ ପ୍ରମୋସନ ପାଇଁ(ମୂଖ୍ୟ କିରାଣୀ), ଉପବିଭାଗ ଅଧିକାରୀ ୬୭୧ ପଦବୀ ଉଚ୍ଛେଦ ହୋଇଥିବା କୁ ପୁନର୍ବାର ସ୍ଥାପନ କରିବା,୭ମ ବେତନ କମିଶନ ଅନୁଯାୟୀ ଘରଭଡା ପ୍ରଦାନ ଇତ୍ୟାଦି ଦାବି ଉପରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here