ଭୁବନେଶ୍ୱର ର ଟ୍ରାଫିକ ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ।ସ୍ଥିତି ଅନୁଧ୍ୟାନ କଲେ 5-ଟି ସଚିବ

0
369

ଭୂବନେଶ୍ୱର,୧୦/୦୮/୨୦୨୨:
ଭୁବନେଶ୍ୱର ର ଲୋକସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି. ଗାଡ଼ି ମୋଟର ସଂଖ୍ୟା ରେ ମଧ୍ୟ୍ୟ ବୃଦ୍ଧି ଘଟୁଛି ।ଏହା ଦ୍ୱାରା ଟ୍ରାଫିକ ନିୟନ୍ତ୍ରଣ ଏକ ମୁଖ୍ୟ ସମସ୍ୟା ହୋଇଛି ।ଭୁବନେଶ୍ୱର ଟ୍ରାଫିକ ବ୍ୟବସ୍ଥା ରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ନିର୍ଦେଶ ରେ ରେ 5-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ବଡି ଭୋର ରୁ ଶିଶୁ ଭବନ ଛକ , ରବି ଟକିଜ ଛକ କଳ୍ପନା ଚ୍ଛକ, ବେହେରା ସାହି ଛକ ,ରସୁଲଗଡ ଛକ, ଓ ଆଇଗିଣିଆ ଛକ ଆଦି ବୁଲି ଦେଖିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ ଓ ପ୍ରଶାସନ ଏବଂ ପୋଲିସ ର ବରିଷ୍ଠ ଅଧିକାରୀଙ୍କ ସହ ଟ୍ରାଫିକ ବ୍ୟବସ୍ଥା ରେ ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ ।ଏହି ପରିଦର୍ଶନ ସମୟ ରେ ପୋଲିସ କମିଶନର ଶ୍ରୀ ଏସ ପ୍ରିୟଦର୍ଶୀ, ପୂର୍ତ୍ତ ବିଭାଗ ସଚିବ ଶ୍ରୀ ଭି ଭି ଯାଦବ, ଭୂବନେଶ୍ୱର ମହାନଗର ନିଗମ କମିଶନର ଶ୍ରୀ କୁଳାଙ୍ଗେ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here