ବ୍ରହ୍ମପୁର,୧୭/୦୮/୨୦୨୨: ପଦ୍ମଶ୍ରୀ ପ୍ରଫେସର ଡାକ୍ତର କୃଷ୍ଣ ମୋହନ ପାଠିଙ୍କ ସ୍ଥାନୀୟ ଲିଙ୍ଗରାଜ ନଗର ସ୍ଥିତ ବାସଭବନରେ ଛିଦ୍ରମୟ ଅସ୍ଥି ପରିକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଅସ୍ଥି ସ୍ବାସ୍ଥ୍ୟର ପରିକ୍ଷା ନିରୀକ୍ଷା ଓ ଡାକ୍ତରୀ ପରାମର୍ଶ ଉପଲବ୍ଧ କରାଯାଇଥିଲା । ଏହି ଅବସରରେ ପାରଳା ମହାରାଜ ଇଞ୍ଜିନିୟରିଂ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ (ଡ.) ରଞ୍ଜନ କୁମାର ସ୍ବାଇଁ ମୁଖ୍ଯ ଅତିଥି ଭାବରେ ସ୍ବାସ୍ଥ୍ୟ ଶିବିରର ଶୁଭାରମ୍ଭ କରିଥିଲେ ଓ ନିଜର ସ୍ବାସ୍ଥ୍ୟ ପରିକ୍ଷା କରାଇଥିଲେ । ବ୍ରହ୍ମପୁର ଓ ଅନ୍ଯାନ୍ଯ ଅଞ୍ଚଳର ଅନେକ ବ୍ୟକ୍ତି, ଏବଂ ପାରଳା ମହାରାଜ ଇଞ୍ଜିନିଅରିଙ୍ଗ କଲେଜର ଅନ୍ୟ କଛି ଅଧ୍ୟାପକ ତାଙ୍କ ପରିବାରର ସଦସ୍ଯଙ୍କ ସହ ଏହି ଶିବିରରେ ନିଜ ନିଜର ସ୍ବାସ୍ଥ୍ୟ ପରିକ୍ଷା କରାଇଥିଲେ ଏବଂ ଡ. ପାଠିଙ୍କ ପରାମର୍ଶ ନେଇଥିଲେ । ଶ୍ରୀ ସୁରେଶ କୁମାର ପାଠି, ଆଇନଜୀବୀ ଶ୍ରୀ ବିଜୟ ଚନ୍ଦ୍ର ମିଶ୍ର, ଆଇନଜୀବୀ ଶ୍ରୀ ରମେଶ ଚନ୍ଦ୍ର ପାଣିଗ୍ରାହୀ, ଶ୍ରୀ ବିକାଶ ସାହୁ ଓ ଅନ୍ୟମାନେ ଏହି ସ୍ବାସ୍ଥ୍ୟ ଶିବିରକୁ ପରିଚାଳନା କରି ଏହାକୁ ସଫଳ କରାଇଥିଲେ।