ଶିଶୁ ମଙ୍ଗଳ ସମିତି, ଶିଶୁ ସୁରକ୍ଷା କାର୍ଯ୍ୟଳୟ ଓ ଶିଶୁ ଯତ୍ନ ଅନୁଷ୍ଠାନ ପକ୍ଷରୁ ବୃକ୍ଷ ରୋପଣ ଏବଂ ସଫେଇ କାର୍ଯ୍ୟକ୍ରମ

0
358

ବ୍ରହ୍ମପୁର, ୧୭/୦୮/୨୦୨୨:ରାଜ୍ୟ ସରକାର ଙ୍କ ମହିଳା ଶିଶୁ ବିଭାଗ ର ନିର୍ଦ୍ଦେଶ କ୍ରମେ ସ୍ୱାଧୀନତା ର ୭୫ତମ ପୂର୍ତ୍ତି ଅବସରରେ ଅଗଷ୍ଟ ୧୫ ତାରିଖ ଠାରୁ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଶିଶୁ ଯତ୍ନ ଅନୁଷ୍ଠାନ, ପର୍ଯ୍ୟବେକ୍ଷଣ ଗୃହ,ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ,ଜିଲ୍ଲା ଶିଶୁ ମଙ୍ଗଳ ସମିତି ରେ ବିଭିନ୍ନ ଦିବସ ରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ କରିବା କୁ ସ୍ଥିର କରିଛନ୍ତି l ଏହି ଅବସରରେ ଛତ୍ରପୁର ଡି ସି ପି ଓ କାର୍ଯ୍ୟଳୟ, ବ୍ରହ୍ମପୁର ଶିଶୁ ମଙ୍ଗଳ ସମିତି, ଉତ୍କଳବାଳାଶ୍ରମ, ଦିବ୍ୟ ଜ୍ୟୋତି ମୁକ୍ତାକାଶ କେନ୍ଦ୍ର,ପର୍ଯ୍ୟବେକ୍ଷଣ ଗୃହ (ବାଳକ ବାଳିକା ),ଗୋପାଳପୁର ଶ୍ରଦ୍ଧା ସଂଜୀବନୀ, ବାହିନୀପତି ଦିବ୍ୟ ଜୀବନ ସେବାଶ୍ରମ, ବାଲ୍ମୀକେଶ୍ୱେର ଶିଶୁ ସୁରକ୍ଷା ଅନୁଷ୍ଠାନ, ସହ ପାଳିତ ଶିଶୁ ଯତ୍ନ ଗୃହ, ମାନଙ୍କରେ ବିଭିନ୍ନ ବୃକ୍ଷ ରୋପଣ ସହ ଅଫିସ, ବାହାର ପରିବେଶ, ଚଲା ବୁଲା କରିବା ରାସ୍ତା, ଯିବା ଆସିବା ର ପ୍ରବେଶ ପଥ କୁ ମଧ୍ୟ ପରିଷ୍କାର ଭାବେ ସଫେଇ କାର୍ଯ୍ୟ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ,ଶିଶୁ ମଙ୍ଗଳ ସମିତି ର ଅଧକ୍ଷ ରଞ୍ଜିତ କୁମାର ବାନାର୍ଜୀ,ସଦସ୍ୟ ସି. ହେଚ. ଜ୍ୟୋତି କୁମାରୀ, ଡାଃ. ଶ୍ୟାମାକାନ୍ତ ଜେନା, ହରି ହର ପାଢ଼ୀ, ମିନତୀ ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ ଷଡ଼ଙ୍ଗୀ, କିଶୋର ନ୍ୟାୟ ବୋର୍ଡ ର ସଦସ୍ୟ ବିଭୁ ଦତ୍ତ ସମନ୍ତରାୟ,ଅମିୟ ତ୍ରିପାଠୀ, ଡାକ୍ତର ଅଳକା ମିଶ୍ର, ସମେତ ଶରତ ମହାରଣା, ସୁଶାନ୍ତ ସାହୁ, ଶିବ ପ୍ରସାଦ ରଥ, କାମେଶ୍ୱର ପରିଡା,ସୁଜିତ କୁମାର ସାହୁ, ଗୀତାଞ୍ଜଳି ଦୋରା, ସୁସ୍ମିତା ପାଢ଼ୀ, ଅରୁନ୍ଧତୀ ପରିଡା, ସିବିୟାନ ପ୍ରଧାନ, ଟୁନା ଦୋରା, ଆରତୀ ସାମନ୍ତରା ସୁଜାତାରାଣୀ ମଲ୍ଲିକ, ଜଗନ୍ନାଥ ବେହେରା, ହେରମ ପ୍ରଧାନ, କୋରା ଚାନ୍ଦ ପାତ୍ର,ପ୍ରଦୀପ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ର ନେତୃତ୍ୱ ନେଇ ଥିବା ବେଳେ ଅନ୍ୟ କର୍ମଚାରୀ, ଶିଶୁ, ଅନ୍ତୋବାସୀ, ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ଶେଷରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ମାନଙ୍କୁକୁ ପୁରସ୍କାର ପ୍ରଦାନ କରାଯାଇଥିଲା l

LEAVE A REPLY

Please enter your comment!
Please enter your name here