ବିଜେଡିର ୬ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କ ଜିଲ୍ଲା ଦାୟିତ୍ୱ ପ୍ରଦାନ

0
425

ଭୁବନେଶ୍ୱର, ୧୮/୦୮/୨୦୨୨:
ରାଜ୍ୟର ୩୦ ଟି ଜିଲ୍ଲାପାଇଁ ୬ ଜଣ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛି ବିଜେଡି । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।ବିଜ୍ଞପ୍ତି ଅନୁଯାୟୀ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ନୂଆପଡ଼ା, କଳାହାଣ୍ଡି ,
ବଲାଙ୍ଗୀର ଓ ବରଗଡ଼ ଦାୟିତ୍ଵ ଦିଆଯାଇଛି। ସେହିପରି ପୂର୍ବତନ
ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା,
ଯାଜପୁର, ଭଦ୍ରକ ଓ ବାଲେଶ୍ବର ଦାୟିତ୍ବ ଦିଆଯାଇଛି। ମନ୍ତ୍ରୀ ପ୍ରମିଳା ମଲ୍ଲିକ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଦାୟିତ୍ବରେ ରହିବେ। ସେହିପରି ଦେବୀପ୍ରସାଦ ମିଶ୍ରଙ୍କୁ ମିଳିଛି ଗଞ୍ଜାମ, ନୟାଗଡ଼, କନ୍ଧମାଳ, ଖୋର୍ଦ୍ଧା, ପୁରୀ ଓ ବୌଦ୍ଧ ଦାୟିତ୍ଵ ମିଳିଛି। ମୟୂରଭଞ୍ଜ,କେନ୍ଦୁଝର ଜିଲ୍ଲା ସମ୍ଭାଳିବେ ମହେଶ୍ଵର ମହାନ୍ତି। ସେହିପରି ପ୍ରତାପ ଜେନାଙ୍କୁ ମିଳିଛି ସର୍ବାଧିକ ୭ଟି ଜିଲ୍ଲାର ଦାୟିତ୍ଵ।ସେଗୁଡ଼ିକ ହେଲା, ସୁନ୍ଦରଗଡ଼,ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର,ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳ।

LEAVE A REPLY

Please enter your comment!
Please enter your name here