ବ୍ରହ୍ମପୁର,୧୮/୧୦/୨୦୨୩ (ଟୁକୁନା ପ୍ରଧାନ)-: ଗଞ୍ଜାମ ଜିଲ୍ଲା କୋଦଳା ଏନ୍ ଏ ସି ସ୍ଥିତ ସରକାରୀ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ଫୁଟବଲ ବଣ୍ଟନ କରାଯାଇଛି । ଏଥିରେ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ର ଉପସଭାନେତ୍ରୀ ଶୈଳ ବିଶୋଇ ଯୋଗଦେଇଥିବା ବେଳେ ପ୍ରଧାନଶିକ୍ଷକ ସୂର୍ଯ୍ୟ ନାରାୟଣ ଜେନା, ଶିକ୍ଷକ ମଧୁସୂଦନ ମିଶ୍ର, ସରସ୍ଵତୀ ନାୟକ, ଶରତ ଚନ୍ଦ୍ର ଜାଲି, ପ୍ରକାଶ କହଁର, ଆରତୀ ଦୋରା, ମମତା ମିଶ୍ର, ଅଜିତା କୁମାରୀ ମହାପାତ୍ର, ସୁଦେଷ୍ଣା ମହାପାତ୍ର, ଅଶୋକ କୁମାର ପଳତା, ସିମାଞ୍ଚଳ ଗୌଡ, ସରସ୍ଵତୀ ସୁବୁଦ୍ଧି, ଚିତ୍ତରଞ୍ଜନ ସେନାପତି, ଗିରିଧାରୀ ସେଠୀ, ଅରୁଣ କୁମାର ଗୌଡ, ଜିତେନ୍ଦ୍ର ଷଡଙ୍ଗୀ, କୃଷ୍ଣଚନ୍ଦ୍ର ସାହୁ, ସମ୍ବାରିଆ ଗୌଡ, ବିଷ୍ଣୁ ପ୍ରସାଦ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ । ଆଗାମି ଦିନରେ ହେବାକୁ ଥିବା ୟୁ ୧୭ ମହିଳା ଫୁଟବଲ ବିଶ୍ଵ କପ୍ ପାଇଁ ଏହି ଫୁଟବଲ ବଣ୍ଟନ କରାଯାଇଥିବା ନେଇ ସୂଚନା ମିଳିଛି l