ଚିକିଟି- ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ।

0
115

ଦିଗପହଣ୍ଡି , ୧୮/୧୦/୨୦୨୨ :
ଚିକିଟି – ଖେମୁଣ୍ଡି ହଳଦିଆ ତୈଲିକ ବଶ୍ୟ ସମାଜର ଏକ ସାଂଗଠାନିକ ବୈଠକ ଦିଗପହଣ୍ଡି ନିକଟ ଶ୍ରୀ ଗୁପ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଅଛି । ଅନୁଷ୍ଠିତଏହି ବୈଠକରେ ସମାଜର ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ମହାସଭା ସଭାପତି ଶ୍ରୀ ଦଣ୍ଡାସି ସାହୁ ପୌରହିତ୍ୟ କରି ସମାଜରେ ରହିଥିବା ଆନୁଷଙ୍ଗିକ ସମସ୍ୟାର ଆଲୋଚନା ମାଧ୍ୟମରେ ସୁଧାର ଆଣି ସମାଜର ସର୍ବାଙ୍ଗୀନ ଉନ୍ନତି ସାଧନ ନିମନ୍ତେ ପ୍ରାଥମିକତା ଦେଇଥିଲେ ।ଏହା ସହ ସମାଜର ଏକତା ବଜାୟ ରଖିବାକୁ ଗୁରୁତ୍ବାରୋପ କରିଥିଲେ l ସରକାରଙ୍କ ଠାରୁ ସମାଜ ପାଇଁ ଥିବା ବିଭିନ୍ନ ସୁବିଧା ସୁଯୋଗକୁ ହାସଲ ନେଇ ଏକତା ପ୍ରଦର୍ଶନ କରିବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉପସ୍ଥିତ କାର୍ଯ୍ୟକର୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କେନ୍ଦ୍ର ସଭାପତି ଶ୍ରୀ ଶରତ କୁମାର ସାହୁ , କେନ୍ଦ୍ରୀୟ ପରିଷଦ କର୍ମକର୍ତ୍ତାଙ୍କ ସହ ୨୫ ଗ୍ରାମ୍ୟ ପରିଷଦ ୪ ଆଞ୍ଚଳିକ ପରିଷଦରେ ପ୍ରତିନିଧିତ୍ଵ କରୁଥିବା କର୍ମକର୍ତ୍ତ ନିଜ ନିଜ ମଧ୍ୟରେ ଥିବା ଭାତୃଭାବ ବଜାୟ ରଖିବା ସହ ସଂଗଠନକୁ ସଦୃଢ଼ ଭାବେ ଗଢି ତୋଳିବାକୁ ହେଲେ ଗ୍ରାମ୍ୟ ପରିଷଦ ଓ ଆଞ୍ଚଳିକ ପରିଷଦ କର୍ମକର୍ତ୍ତା ମାନେ ମୂଳଦୁଆ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ସଂଗଠନ ସମ୍ପାଦକ ଶ୍ରୀ ତ୍ରିପତି ସାହୁ ସଙ୍ଗଠନକୁ ଅଧିକ ସଦୃଢ କରିବା ଲକ୍ଷରେ ଗଞ୍ଜାମ ଜିଲ୍ଲାରେ ରହିଥିବା ୮ କେନ୍ଦ୍ରୀୟ ପରିଷଦକୁ ନେଇ ଏକ ସ୍ବତନ୍ତ୍ର ବୈଠକର ପ୍ରସ୍ତାବ ରଖିଥିଲେ । ଅନୁଷ୍ଠିତଏହି ବୈଠକ ଦୀର୍ଘ ୮ଘଣ୍ଟା ଧରି ଚାଲିଥିବା ବେଳେ ୩୩ଗୋଟି ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ସାଧାରଣ ସମ୍ପାଦକ ଲକ୍ଷଣ କୁମାର ସାହୁଙ୍କ ସହ କେନ୍ଦ୍ର ଉପଦେଷ୍ଟା ଶ୍ରୀ ଯୋଗୀ ସାହୁ , ଉପ ସଭାପତି ପ୍ରଶାନ୍ତ କୁମାର ସାହୁ , ଅଫିସ ସମ୍ପାଦକ ନୀଳମଣି ସାହୁ , କୋଷାଧ୍ୟକ୍ଷ ଜିତେନ୍ଦ୍ର ସାହୁଙ୍କ ସମେତ ସମସ୍ତ ଗ୍ରାମ୍ୟ ଓ ଆଞ୍ଚଳିକ ପରିଷଦ କର୍ମକର୍ତ୍ତା ବୈଠକରେ ଉପସ୍ଥିତ ରହି ସଂଗଠନ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

LEAVE A REPLY

Please enter your comment!
Please enter your name here