ମାଣ୍ଡିଆ ଚାଷ ପାଇଁ କୃଷକ କ୍ଷେତ୍ର ବିଦ୍ୟାଳୟ କାର୍ଯ୍ୟକ୍ରମ

0
109

ବୁଗୁଡା, ୨୮/୧୦/୨୦୨୨: ଜାତୀୟ କୃଷି ବୈଷୟିକ ମିଶନ ଆନୁକୂଲ୍ୟରେ ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅନ୍ତର୍ଗତ ବୁଗୁଡା କୃଷି କାର୍ଯ୍ୟାଳୟ ପକ୍ଷରୁ କୃଷକ କ୍ଷେତ୍ର ବିଦ୍ୟାଳୟ କାର୍ଯ୍ୟକ୍ରମ ଅକ୍ଟୋବର ୨୮ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବ୍ଲକ ଅନ୍ତର୍ଗତ ପଙ୍କଳସାହି ଗ୍ରାମର କୃଷକ ଭାବଗ୍ରାହୀ ମହାନ୍ତି ଙ୍କ କୃଷି ଫାର୍ମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବୁଗୁଡା ବ୍ଲକ ସହକାରୀ କୃଷି ଅଧିକାରୀ ଦ୍ୱୟ ନିହାର ରଞ୍ଜନ ପୃଷ୍ଟି ଓ ସ୍ୱାଗତିକା ପତି ଏବଂ ସହକାରୀ ବୈଷୟିକ ସହାୟକ ପ୍ରଶାନ୍ତ କୁମାର ସାହୁ ଯୋଗଦେଇ କୃଷକ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ। କ୍ଷେତ୍ର ବିଦ୍ୟାଳୟ କାର୍ଯ୍ୟକ୍ରମରେ ମାଣ୍ଡିଆ ଚାଷ ବିଷୟରେ ତାଲିମ ପ୍ରଦାନ ଓ କ୍ଷେତ୍ର ପ୍ରଦର୍ଶନ କରାଯାଇଥିଲା। ମାଣ୍ଡିଆ ଫସଲ ଏକ ପୃଷ୍ଟିସାର ଶସ୍ୟ ହୋଇଥିବା ବେଳେ ମଧ୍ୟମ ଓ ଢ଼ିପ ଜମିରେ ଧାନ ଚାଷ ବଦଳରେ ମାଣ୍ଡିଆ ଚାଷ କଲେ କୃଷକ ଲାଭବାନ ହୋଇପାରିବ ବୋଲି ମତ ପ୍ରଦାନ କରିଥିଲେ। ମାଣ୍ଡିଆ ଚାଷ ପଦ୍ଧତି, ଖାଦ୍ୟ ଓ ସାର, ରୋଗ ଓ ପୋକ, ମାଣ୍ଡିଆ ଅମଳ ପରବର୍ତ୍ତୀ ପ୍ରକ୍ରିୟା କରଣ ବିଷୟରେ ଶ୍ରୀ ପୃଷ୍ଟି ଓ ଶ୍ରୀମତୀ ପତି କୃଷକ ମାନଙ୍କୁ ପ୍ରାଞ୍ଜଳଭାବେ ବୁଝାଇ ଥିଲେ। ତାଲିମ ପରେ କୃଷକମାନେ ଶ୍ରୀ ମହାନ୍ତିଙ୍କ କ୍ଷେତରେ ହୋଇଥିବା ମାଣ୍ଡିଆ ଚାଷ ପରିଦର୍ଶନ କରିଥିଲେ। କୃଷି ଅଧିକାରୀ ଦ୍ୱୟଙ୍କ ଉପସ୍ଥିତରେ ପ୍ରତକ୍ଷ ଭାବେ କୃଷକ ବୃନ୍ଦ ମାଣ୍ଡିଆ ଚାଷ ଦେଖିବା ସହ ନିଜର ସନ୍ଦେହ ମୋଚନ କରି ଜ୍ଞାନ ଆହରଣ କରିପାରିଥିଲେ।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here