କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ସାନଖେମୁଣ୍ଡିରେ କୃଷି ରଥ ପରିକ୍ରମଣ ।

0
167

ବ୍ରହ୍ମପୁର , ୧୮/୧୨/୨୦୨୨ : ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ଵାରା କୃଷକଙ୍କ ହିତରେ ପ୍ରଣୀତ ବିଭିନ୍ନ ସରକାରୀ ଯୋଜନାର ଲାଭ ସାଧାରଣ କୃଷକଙ୍କ ପାଖରେ ପହଞ୍ଚାଇବା ଏବଂ ଏହି ବର୍ଗଙ୍କୁ ସଚେତନା କରାଇବା ଉଦ୍ଧେଶ୍ୟରେ ନିୟୋଜିତ କୃଷି ରଥ ଇତିମଧ୍ୟରେ ଗଞ୍ଜାମ ଜିଲ୍ଲାରେ ପରିକ୍ରମଣ କରୁଅଛି । ଜିଲ୍ଲା କୃଷି ବିଭାଗର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରିଚାଳିତ ଏହି କୃଷି ରଥ ଆଜି ଦିଗପହଣ୍ଡି କୃଷି ଜିଲ୍ଲା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ପରିକ୍ରମଣ ଶୁଭାରମ୍ଭ କରିଅଛି । ଏହି କ୍ରମାରେ ଆଜି ସାନଖେମୁଣ୍ଡି କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ପକ୍ଷରୁ କୃଷି ରଥକୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ କୃଷି ଅଧିଦର୍ଶକ ଶ୍ରୀମତୀ ସୁଲୋଚନା ଦାଶ , ଦିଗପହଣ୍ଡି କୃଷି ଜିଲ୍ଲାର ସହକାରୀ ଫସଲ ବୀମା ଅଧିକାରୀ ଶ୍ରୀମତୀ ବେଦମତୀ ବେହେରା , ସହକାରୀ କୃଷି ଅଧିକାରୀ ବିଶ୍ବରଂଜନ ବେହେରା ପ୍ରମୁଖଙ୍କ ସହ ସମସ୍ତ କୃଷି କର୍ମଚାରୀ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here