ସାନଖେମୁଣ୍ଡି କଂଗ୍ରେସର ଜୋନ ସ୍ତରୀୟ କର୍ମୀ ସମ୍ମିଳନୀ ।

0
299

ବ୍ରହ୍ମପୁର , ୨୨/୧୧/୨୦୨୨ : ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ସାନଖେମୁଣ୍ଡି ବ୍ଲକ କଂଗ୍ରେସ ପକ୍ଷରୁ ଆଜି ୬୧ ନମ୍ବର ଜୋନର ଆଡ଼ପଡା ସ୍ତିତ ଶ୍ରୀ ଇଶାନେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଏକ ଜୋନ ସ୍ଥାରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ସାନଖେମୁଣ୍ଡି ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନାଙ୍କ ପରାମର୍ଶରେ ଆୟୋଜିତ ଏହି ସାଂଗଠାନିକ ବୈଠକରେ ବ୍ଲକ କଂଗ୍ରେସ ସଭାପତି ଏ ବାବୁଲା ଦୋରା ପୌରହିତ୍ୟ କରିଥିବା ବେଳେ ଜୋନ ଅନ୍ତର୍ଗତ ସମସ୍ତ ତୃଣମୂଳ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ । ବ୍ଲକ୍ କଂଗ୍ରେସର କଳେବର ପରିବର୍ତ୍ତନ ସହ ଯୁବ କଂଗ୍ରେସରେ ନୂତନ କର୍ମକର୍ତ୍ତାଙ୍କ ଦାୟିତ୍ଵ ଗ୍ରହଣ ଆଗାମୀ ଦିନରେ କଂଗ୍ରେସ ଦଳକୁ ମଜବୁତ କରାଇବା ନେଇ ବୈଠକରେ ଉତ୍ସାହ ଭାଇଥିଲା । ଏହା ସହିତ ସାନଖେମୁଣ୍ଡି କଂଗ୍ରେସ ତୃଣମୂଳ ସ୍ତରରେ ମଜବୁତ ଥିବା ବେଳେ ଶାସକିୟ ହଟଚମଟକୁ ନେଇ ବୈଠକରେ କ୍ଷୋଭ ପ୍ରକାଶ କରାଯାଇଥିଲା । ଦଳକୁ ସୁଦୃଢ କରାଇବାକୁ କର୍ମୀଙ୍କ ପକ୍ଷରୁ ବ୍ୟାକୁଳତା ପ୍ରକାଶ ପାଉଥିଲେ ମଧ୍ୟ ସାଂଗଠାନିକ କାର୍ଯ୍ୟ ନେଇ ସଂଗଠକଙ୍କ ପଛୁଆ ଚାପକୁ ନେଇ ସଭାରେ ଅସନ୍ତୋଷ ପ୍ରକାଶ ପାଇଥିଲା । ପରିଶେଷରେ ଆଗାମୀ ଦିନରେ ସଂଖେମୁଣ୍ଡି ବ୍ଲକର ବିକାଶ ଏବଂ କଂଗ୍ରେସର ରଣନୀତି ନେଇ ଏହି ଜୋନ ସ୍ତରୀୟ ବୈଠକରେ କିଛି ନିଷ୍କର୍ଷ ବାହାର କରାଯିବା ସହ ଏହାକୁକୁ ନେଇ ଆଲୋଚନା କରାଯାଉଥିଲା । ଆୟୋଜିତ ଏହି ବୈଠକରେ ସାନଖେମୁଣ୍ଡି ଯୁବ କଂଗ୍ରେସ ସଭାପତି ଅରୁଣ ଖୁଣ୍ଟିଆ, ଉପ ସଭାପତି ମିଟୁ ଜେନା, ସମ୍ପାଦକ ଜିଣ୍ଟୁ ସାହୁ, କୋଷାଧକ୍ଷ ସଞ୍ଜୟ ବିଷୋୟୀ, ଜୋନ ସଂପାଦକ ପ୍ରଭାକର ତ୍ରିପାଠୀ, ଜୋନ ସଂପାଦକ ସନାତନ ସାହୁ, ଅଜୟ , ପିଣ୍ଟୁ ,, ରୋହିତ , ଖଲିଙ୍ଗି ପଂଚାୟତ ସରପଞ୍ଚ ଅର୍ଣ୍ଣବ ନାହାକ, ପ୍ରମୋଦ ଲେଙ୍କା, ଅଂକୁର, ବୁଲୁ ସ୍ୱାଇଁ , ମିଥୁନ ସ୍ୱାଇଁ , ପ୍ରଫୁଲ ବରାଡ଼ ପ୍ରମୁଖ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ସହ ଆଲୋଚନାରେ ଭାଗ ନେଇଥିଲେ ।

LEAVE A REPLY

Please enter your comment!
Please enter your name here