ବ୍ରହ୍ମପୁର,୨୬/୧୧/୨୦୨୨:ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଜାତୀୟ ସେବା ଯୋଜନା , ଆଇନ ଓ ରାଜନୀତି ବିଭାଗ ଆନୁକୁଲ୍ୟରେ ଜାତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି l ଏହି ଦିବସରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, ସମ୍ମାନୀୟ ଅତିଥି ଭାବେ ସ୍ନାତକୋତ୍ତର ବିଭାଗ ସମୂହ ଅଧକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି, ମୂଖ୍ୟ ବକ୍ତା ପ୍ରଫେସର୍ ବିଷ୍ଣୁ ଚରଣ ସେଠୀ, ସମ୍ମାନୀୟ ଅତିଥି ଭାବେ ମେଜର ରମା ରମଣ ପାଢ଼ୀ, ପ୍ରଫେସର୍ ଅମିୟ ପରିଚ୍ଛା ଯୋଗ ଯୋଗଦେଇ ଥିଲେ | ଉପସ୍ଥିତ ଅତିଥିମାନେ ସମ୍ବିଧାନର ମହାତ୍ମ୍ୟ, ରାଷ୍ଟ୍ର ଗଠନରେ ସମ୍ବିଧାନର ଭୂମିକା ବିଷୟରେ ଆଲୋକପାତ କରିଥିଲେ ।ରାଜନୀତି ବିଭାଗ ମୂଖ୍ୟ ଡ଼ଃ ଦାଶରଥି ଭୂୟାଁ ଏହି ସଭାକୁ ପରିଚାଳନା କରିଥିଲେ | ଏହି ଅବସରରେ ଜାତୀୟ ସେବା ଯୋଜନା ପକ୍ଷରୁ, ଯୋଜନା ଅଧିକାରୀ ଶକ୍ତି ରଞ୍ଜନ ଦାଶ ଓ ଶ୍ରୀମତୀ ଆଲିତା ମିଞ୍ଜ ଙ୍କ ତତ୍ତ୍ଵାବଧାନରେ ” ଜଷ୍ଟ ଏ ମିନିଟ”ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ବିଚାରକ ଭାବେ ଡ଼ଃ ମୃତୁଞ୍ଜୟ ଜେନା, ଡ଼ଃ ଇତିଶ୍ରୀ ଗୀତା କୁମାରୀ ଓ ଡ଼ଃ ବିକାଶ ରଞ୍ଜନ ବାଗ ଯୋଗଦେଇଥିଲେ l ଏହି ପ୍ରତିଯୋଗିତାରେ ବିଶ୍ଵବିଦ୍ୟାଳୟ ର ଛାତ୍ର ଏବ୍ରହିମ୍ ସର୍ଦ୍ଦାର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ , ସନ୍ଦିପ୍ତା ସାହୁ, ଓ ପ୍ରେରଣା ପ୍ରଣୋଦିତା ଦ୍ୱିତୀୟ ସ୍ଥାନ ଏବଂ ଅନୁଷ୍କା ଫଉଜିଦର୍ ତୃତୀୟ ସ୍ଥାନ ଅଧିକାର କରିଥିଲେ l ଏହି କାର୍ଯ୍ୟକ୍ରମକୁ ଆୟୋଜନ ରେ ସ୍ଵେଚ୍ଛାସେବୀ ପ୍ରିୟଙ୍କା ପ୍ରିୟଦର୍ଶିନି ମହାନ୍ତି, ସୁମ୍ୟଶ୍ରୀ ସାହୁ, ମିତାଲି, ନୀଳମାଧବ, ରଶ୍ମି ରଞ୍ଜନ ଆଦି ବିପୁଳ ସହୋଜୋଗ କରିଥିଲେ | ସଭାରେ କୁଳ ସଚିବ ପ୍ରଫେସର୍ ପ୍ରସନ୍ନ କୁମାର ସ୍ବାଇଁ ଓ ଜାତୀୟ ସେବା ଯୋଜନା ର ସଂଯୋଜକ ଡଃ ଜୟନ୍ତ କୁମାର ପଣ୍ଡା ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ | ବିଶ୍ଵ ବିଦ୍ୟାଳୟର ସମସ୍ତ ବିଭାଗର ଶିକ୍ଷକ, ଛାତ୍ର ଛାତ୍ରୀ ଓ ଅଣ ଶିକ୍ଷକ କର୍ମଚାରୀ ମାନେ ଯୋଗଦାନ କରିଥିଲେ |