ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ରେ ସମ୍ବିଧାନ ଦିବସ ପାଳିତ

0
145

ବ୍ରହ୍ମପୁର,୨୬/୧୧/୨୦୨୨:
ସମ୍ବିଧାନ ଦିବସ’ ନାମରେ ମଧ୍ୟ ଜଣାଶୁଣା ଆଇନ ଦିବସକୁ ସ୍ନାତକୋତ୍ତର ରାଜନୀତି ବିଜ୍ଞାନ ବିଭାଗ ଓ ଆଇନ ବିଭାଗ ତରଫରୁ ମିଲିପ୍ତ ଭାବେ ମିଳିତ ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ନୂତନ ସମ୍ମିଳନୀ କକ୍ଷ ରେ ମହାସମାରୋହରେ ପାଳନ ହୋଇଥିଲା ଏହି ଉତ୍ସବରେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦଶ ମୁଖ୍ୟ ଅତିଥି, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି, ପ୍ରଫେସର ମେଜର ରମା ରମଣ ପାଢ଼ୀ, ପ୍ରଫେସର ଅମୀୟ କୁମାର ମହାନ୍ତି ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ବର୍ଷ ସମ୍ବିଧାନ ଦିବସର ମୁଖ୍ୟ ବିଷୟ ଥିଲା ଭାରତ: ଗଣତନ୍ତ୍ର ଜନନୀ I ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ ମୁଖ୍ୟବକ୍ତା ଭାବେ ସମାବେଶକୁ ସମ୍ବୋଧିତ କରି ସମ୍ବିଧାନ ପ୍ରସ୍ତୁତିରେ ଆମ୍ବେଦକରଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ । ସମ୍ବିଧାନର ମୌଳିକ ଢାଞ୍ଚା ଏବଂ “ମୌଳିକ କର୍ତ୍ତବ୍ୟ ” ମୌଳିକ ଅଧିକାର ଉପରେ ମତବ୍ୟକ୍ତ କରିଥିଲେ ।ମାନନୀୟ କୁଳପତି ସାମାଜିକ ଓ ଆର୍ଥନୀତିକ ସମାନତା ବିନା ରାଜନୈତିକ ଗଣତନ୍ତ୍ର ସୁଚାରୁ ରୂପେ ପରିଚାଳନା ହୋଇପାରିବ ନାହିଁ ବୋଲି ମତ ରଖିଥିଲେ I ଏହି କାର୍ଯ୍ୟକ୍ରମଟି ସ୍ନାତକୋତ୍ତର ରାଜନୀତି ବିଜ୍ଞାନ ଓ ଆଇନ ବିଭାଗର ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା | ଏହି ଅବସରରେ ବିଶ୍ଵବିଦ୍ୟାଳୟର ରାଜନୀତି ବିଜ୍ଞାନର ସହକାରୀ ପ୍ରଫେସର ଡ଼ଃ ଦାଶରଥି ଭୂୟାଁ ସଭପରିଚାଳନା କରିଥିବା ବେଳେ ଆଇନ ବିଭାଗର ଡ଼ଃ ଚିତ୍ତରଞ୍ଜନ ଗୋଗୋଇ ଧନ୍ୟବାଦ ଅର୍ପଣ କରିଥିଲେ I ଏନ ଏସ ଏସ ୟୁନିଟ ତରଫରୁ ଅନୁଷ୍ଠିତ ପ୍ରତିଯୋଗିତାରେ ବିଜୟ ଲାଭ କରିଥିବା ପ୍ରତିଯୋଗୀଙ୍କୁ କୁଳପତି ପ୍ରମାଣ ପତ୍ର ଓ ପୁରସ୍କାର ବଣ୍ଟନ କରିଥିଲେ I ଏହି ଉତ୍ସବରେ କଲେଜର ସମସ୍ତ ଛାତ୍ର-ଛାତ୍ରୀ, ଗବେଷକ ଅଧ୍ୟାପକ ଅଧ୍ୟାପିକା ଏବଂ ଅଣଶିକ୍ଷକ କର୍ମଚାରୀ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here