ବିଜେଡି ଅନୈତିକ କାମରୁ ନିବୃତ ରହିବାକୁ ସିଇଓଙ୍କଠାରେ ଫେରାଦ ହେଲା ବିଜେପି ବିଜେଡି ଖୋଲା ଖୋଲି ଟଙ୍କା ବାଣ୍ଟୁଛି।ପୋଲିସ ପ୍ରଶାସନ ନିରବ: ଡ.ଲେଖାଶ୍ରୀ

0
148

ଭୁବନେଶ୍ୱର,୦୪/୧୨/୨୦୨୩: ବିଧିବଦ୍ଧଭାବେ ନିର୍ବାଚନ ପ୍ରଚାର ସରିବା ପରେ ମଧ୍ୟ ବିଜୁ ଜନତା ଦଳ ଅନୈତିକ କାମରୁ ନିବୃତି ନେଇନାହିଁ । ଗତକାଲି ପଦ୍ମପୁରର ବିଭିନ୍ନ ଅଂଚଳରେ ବିଜେଡି ଟଙ୍କା ବାଂଟୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଜଗଦଲପୁର ଥାନା ଅଧିନ ସରେଇକେଲା ଅଂଚଳରେ ବିଜେଡି ପ୍ରାର୍ଥୀ ବର୍ଷା ସିଂବରିହାଙ୍କ ନିଜ ଭାଇ ଭୋଜରାଜ ସିଂ ବରିହା ଆଜି ଟଙ୍କା ବାଂଟି ଥିବାବେଳେ ଭୋଟର ତାଙ୍କୁ କାବୁ କରିଥିଲେ । ସୁଯୋଗ ଦେଖି ପୋଲିସ ଉପସ୍ଥିତ ଥିବା ସତ୍ୱେ ଭୋଜରାଜ ସିଂ ବରିହା ଅନ୍ୟ ଏକ ଗାଡିରେ ଖସି ପଳାଇ ଯାଇଥିଲେ । ପୋଲିସ ନିରବଦ୍ରଷ୍ଟା ସାଜି ଦୃଶ୍ୟକୁ ଉପଭୋଗ କରୁଥିଲା । ଯାହାର ଭିଡିଓ ଗଣମାଧ୍ୟମରେ ପ୍ରସାରିତ ହେଉଛି । ସେହିପରି ପୁଦ୍ମପୁରର ବାରିକେଲ ପଂଚାୟତର ଚିତାଖୋଲ ଗାଁ ଓ ପାଇକମାଲ ବ୍ଲକର କାସଡା ଓ ନିଳାଥର ପଂଚାୟତରେର ଭୋଟରଙ୍କୁ ବିଜେଡି କର୍ମୀ ଟଙ୍କା ଦେଇ ଭୋଟ ହାତେଇବାର ହୀନଚକ୍ରାନ୍ତ କରୁଛି । ହାରିବା ଭୟରେ ବିଜୁ ଜନତା ଦଳ ସ୍ୱାଭିମାନୀ ପଦ୍ମପୁରବାସୀଙ୍କୁ ଟଙ୍କା ଦେଇ ଭୋଟ ହାତେଇବାର ଅପଚେଷ୍ଟା କରୁଛି । ଏନେଇ ଆଜି ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାରଙ୍କ ତତ୍ୱାବଧାନରେ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁ ଭେଟି ଦାବି ପତ୍ର ଦେଇଛନ୍ତି ।ଗତକାଲି ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ବାରିହାପାଲି ପଂଚାୟତକୁ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏକ ସତସଙ୍ଗ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିଲେ । ଏତିକି ବେଳେ ନନ୍ଦିଘୋଷ ଟିଭି ଚ୍ୟାନେଲର ରିପୋର୍ଟର ବିଜେଡି କର୍ମୀଙ୍କୁ ସାଙ୍ଗରେ ନେଇ ଶ୍ରୀ ପୁରୋହିତଙ୍କୁ ଅପମାନିତ କରିବାକୁ ଚେଷ୍ଟା କରିଥିଲା । ନନ୍ଦିଘୋଷ ଟିଭି ସାମ୍ବାଦିକଙ୍କୁ ଶ୍ରୀ ପୁରୋହିତ ପ୍ରତିକ୍ରିୟା ଦେଇ ସାରିଥିଲେ ମଧ୍ୟ ସେମାନେ ଜୋର ଜବଦସ୍ତ ଟଣା ଓଟରା କରିବା ସହ ନିର୍ବାଚନ ପ୍ରଚାର କରୁଛନ୍ତି କି ନାହିଁ ବାରମ୍ବାର ପ୍ରଶ୍ନ କରିଚାଲିଥିଲେ । ସବୁଠୁ ବଡ କଥା ହେଲା ଶ୍ରୀ ପୁରୋହିତ ସବୁଦିନ ସତ୍‌ସଙ୍ଗରେ ଯୋଗ ଦେବାକୁ ଯାଆନ୍ତି ଓ ଗତକାଲି ମଧ୍ୟ ଯାଇଥିଲେ ଏକଥା ବାରିହାପାଲିର ଶହ ଶହ ଲୋକ ଗଣମାଧ୍ୟମରେ କହିଛନ୍ତି । କିନ୍ତୁ ନନ୍ଦିଘୋଷ ଟିଭିର ସାମ୍ବାଦିକ ଘଟଣା ସ୍ଥଳରେ ବିଜେଡି କର୍ମୀଙ୍କ ସହଯୋଗରେ ଉତେଜନା ସୃଷ୍ଟି କରି ମିଛରେ ପ୍ରଦୀପ ପୁରୋହିତଙ୍କୁ ବଦନାମ କରିବା ପାଇଁ ଚେଷ୍ଟା କରିବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଡ. ଲେଖାଶ୍ରୀ କହିଛନ୍ତି ।

ଏନେଇ ପଦ୍ମପୁର ଉପନିର୍ବାଚନର ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେଉଛି । ସ୍ଥାନୀୟ ପୋଲିସ ଓ ପ୍ରଶାସନ ଶାସକ ଦଳର ହାତବାରିସୀ ସାଜି ବିଜେଡିର ନେତା ଓ ମନ୍ତ୍ରୀଙ୍କୁ ସାହାଯ୍ୟ କରୁଛି ଯାହା ସୁସ୍ଥ ଗଣତନ୍ତ୍ର ପ୍ରତି ବିପଦ ବୋଲି ଡ. ଲେଖାଶ୍ରୀ କହିଛନ୍ତି । ଯଥାଶୀଘ୍ର ବିଜେଡି କର୍ମୀଙ୍କ ଟଙ୍କା ବାଂଟିବା, ନନ୍ଦିଘୋଷ ଟିଭି ସାମ୍ବାଦିକ ଓ ବିଜେଡି ଗୁଣ୍ଡାମାନଙ୍କ ବିରୋଧରେ ସିଇଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଡ.ଲେଖାଶ୍ରୀ ଦାବି କରିଛନ୍ତି ।ଏହି ପ୍ରତିନିଧି ଦଳରେ ବିଧାୟକ ଶ୍ରୀ ଭାସ୍କର ମଢ଼େଇ, ନବ ଚରଣ ମାଝୀ ଓ ଲିଗାଲ ସେଲ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here