ରଙ୍ଗେଇଲୁଣ୍ଡା ବ୍ଳକର ମନେରଗା ଯୋଜନାରେ କୋଟି କୋଟି ଟଙ୍କାର ଦୁର୍ନୀତି ପ୍ରସଙ୍ଗ ରେ ମୂଖ୍ୟମନ୍ତ୍ରୀ ଙ୍କ ତଦନ୍ତ ନିର୍ଦ୍ଦେଶ

0
305

ବ୍ରହ୍ମପୁର,୦୯/୧୨/୨୦୨୨:
ରଙ୍ଗେଇଲୁଣ୍ଡା ବ୍ଳକରେ ମନେରଗା ଯୋଜନାରେ ହୋଇଥିବା ଆର୍ଥିକ ଅନିୟମିତତା, ଅପବୟିତା, ଅବ୍ୟବସ୍ଥା ଓ କୋଟି କୋଟି ଟଙ୍କାର ଆତ୍ମସାତ ଘଟଣାର ତଦନ୍ତ ପାଇଁ ପଞ୍ଚାୟତ ରାଜ ବିଭାଗ ପ୍ରମୁଖ ସଚିବ ସୁଶୀଲ ଲୋହାନୀ (ଆଇଏଏସ)ଙ୍କ ଦ୍ଵାରା କରାଯିବାକୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ନିର୍ଦ୍ଦେଶନାମା ଜାରି ହୋଇଅଛି ।ସୂଚନାଯୋଗ୍ୟ, ଏହା ପୂର୍ବରୁ ବିଭିନ୍ନ ସମୟରେ ବିଭିନ୍ନ ଅଭିଯୋଗ ସ୍ଥାନୀୟ କନିଷି ଅଂଚଳର ବିଶ୍ବମ୍ବର ପାତ୍ର ନାମକ ଜଣେ ସୂଚନା ଅଧିକାର ତଥା ମାନବାଧିକାର କର୍ମୀଙ୍କ ଦ୍ବାରା ମନେରଗା ଯୋଜନାରେ ଦୁର୍ନୀତି ହୋଇଥିବା ସୂଚନା ଅଧିକାର ଆଇନ ବଳରେ ଲୋକଲୋଚନାକୁ ଅଣାଯାଇ ବିଭିନ୍ନ ଫୋରମରେ ଅଭିଯୋଗ ହୋଇଥିଲା ମାତ୍ର କୋୖଣସି ରାଜନୈତିକ ଅଦୃଶ୍ୟ ଚାପରେ ତାହା ଶୀତଳ ଭଣ୍ଡାରରେ ଚାପି ହୋଇ ପଡ଼ି ରହିଅଛି ।
ବର୍ତ୍ତମାନ ସେହି ଘଟଣା ଉପରେ ଢେଙ୍କାନାଳ ଜିଲ୍ଲାର ଜଣେ ବରିଷ୍ଠ ଓ ବିଶିଷ୍ଟ ମାନବାଧିକାର ରକ୍ଷକ ଶ୍ରୀ ଭଜମନ ବିଶ୍ବାଳଙ୍କ ଦ୍ଵାରା ଜାତୀୟ ମାନବାଧିକାର କମିଶନ ନୂଆ ଦିଲ୍ଲୀ ଠାରେ ଏକ କେସ୍ ରୁଜୁ କରାଯାଇଥିଲା ଓ ମାନ୍ୟବର କମିଶନ ଏହାକୁ ଗ୍ରହଣ କରି କେସ୍ ଡାଏରୀ ନମ୍ବର ୨୦୩୦୧/ଆଇଏନ୍/୨୦୨୨ ଜାରି କରି ସ୍ଵିକୃତି ପ୍ରାପ୍ତି କରିଥିଲେ । ଏହାବ୍ୟତୀତ ଏକା ସଙ୍ଗେ ଶ୍ରୀ ବିଶ୍ବାଳ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଅଭିଯୋଗ ପତ୍ର ପଠାଇ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବିରେ ଦୃଢ଼ ଦାବି କରିଥିଲେ । ସେହି ଦାବିର ଯଥାର୍ଥତା ହୃଦବୋଧ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ପଞ୍ଚାୟତ ରାଜ ବିଭାଗ ସଚିବଙ୍କ ଦ୍ବାରା ତଦନ୍ତ କରିବା ନିମନ୍ତେ ସମ୍ପୃକ୍ତ ବିଭାଗକୁ ପୁନଃ ପ୍ରେରଣ‌ କରିଛନ୍ତି ।

LEAVE A REPLY

Please enter your comment!
Please enter your name here