ମସିଆଖାଲି ଗ୍ରାମରେ ଜାତୀୟ ସେବା ଯୋଜନା ଶୀତ କାଳୀନ ଶିବିର ଉଦଯାପିତ

0
82

ବ୍ରହ୍ମପୁର,୩୧/୧୨/୨୦୨୨:
କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ମସିଆଖାଲି ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଚାଲିଥିବା ଜାତୀୟ ସେବା ଯୋଜନା ଶୀତ କାଳୀନ ଶିବିର ଉଦଯାପିତ ହୋଇଯାଇଛି l ଏହି ଶିବିରରେ ରାମାଧୀନ ସଂସ୍କୃତ ମହାବିଦ୍ୟାଳୟ ର କୋଡିଏ ଜଣ ଛାତ୍ର ପ୍ରଶିକ୍ଷଣ ନେଇଥିଲେ l ଗତ ଏକ ସପ୍ତାହ ରୁ ଚାଲିଥିବା ଶିବିର ଆଜି ଉଦଯାପିତ ହୋଇଯାଇଛି। ଛାତ୍ର ମାନଙ୍କୁ ଦୀର୍ଘ ସାତ ଦିନ ଧରି ପରିବେଶ ସୁରକ୍ଷା, ସଡ଼କ ସୁରକ୍ଷା,ଯୋଗ, ବୃକ୍ଷ ରୋପଣ, ବ୍ୟକ୍ତିତ୍ବ ବିକାଶ ଓ ସ୍ୱଚ୍ଛ ଭାରତ ଆଦି ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା lଏହି କାର୍ଯ୍ୟକ୍ରମରେ ରାମାଧୀନ ସଂସ୍କୃତ ମହାବିଦ୍ୟାଳୟର ଅଧକ୍ଷ ଡ. ବାଲାଜୀ ପ୍ରସାଦ ଦାଶ,ପ୍ରଧ୍ୟାପକ ଡ. ଚନ୍ଦ୍ର ଶେଖର ଶର୍ମା ଓ ଶିବିର ଅଧିକାରୀ ଶ୍ରୀ ହରିହର ଦାଶ ମହାରାଜ ଯୋଗଦାନ କରିଥିଲେ । ଅନ୍ତିମ ଦିନରେ ଛାତ୍ର ମାନେ ଗ୍ରାମର ଶିବ ମନ୍ଦିର ରେ ଅଭିଷେକ ଓ ବିଶ୍ଵମଙ୍ଗଳ ପାଇଁ ପୂଜାପାଠ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସଭାପତି ଘନଶ୍ୟାମ ନନ୍ଦ, ୱାର୍ଡ ସଭ୍ୟ ଦଣ୍ଡପାଣି ମହାରଣା, ସମିତି ସଭ୍ୟ ପ୍ରତନିଧି କେ. ଲକ୍ଷ୍ମୀ ନାରାୟଣ, ଶଙ୍କର ମହାରଣା, ବିନୋଦ ପ୍ରଧାନ, ନାରାୟଣ ମହାରଣା, ଦନାର୍ଦନ ବିଷୋୟୀ, ବନମାଳୀ ସାହୁ ଓ ଗୌତମ ମହାରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l

LEAVE A REPLY

Please enter your comment!
Please enter your name here