ଶିକ୍ଷାନବୀଶ ଦେୱାନୀ ନ୍ୟାୟାଧୀଶ ମାନଙ୍କ ଶପଥ ଗ୍ରହଣ ଉତ୍ସବ

0
215

କଟକ,୦୭/୦୧/୨୦୨୩:ଆଜି ପୂର୍ବାହ୍ନ ରେ ଓଡିଶା ନ୍ୟାୟୀକ ଏକାଡେମି ସ୍ଥିତ ଗତିକୃଷ୍ଣ ମିଶ୍ର ପ୍ରେକ୍ଷାଳୟରେ ୨୦୨୧ ବ୍ୟାଚର ନବନିଯୁକ୍ତ ୫୦ ଜଣ ଶିକ୍ଷାନବୀଶ ଦେୱାନୀ-ନ୍ୟାୟାଧୀଶ ମାନଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି ।ଏହି ଉତ୍ସବରେ ଓଡିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ତଥା ଓଡିଶା ନ୍ୟାୟୀକ ଏକାଡେମୀର ମୁଖ୍ୟ ପୃଷ୍ଟପୋଷକ ମାନ୍ୟବର ନ୍ୟାୟମୂର୍ତ୍ତି ଡଃ. ଏସ. ମୁରଲୀଧର ମହୋଦୟ ମୁଖ୍ୟ ଅତିଥ୍‌ ଭାବରେ ଯୋଗଦେଇ ଉତ୍ସବକୁ ଉଦଘାଟନ କରିବା ସହିତ ୫୦ ଜଣ ନବନିଯୁକ୍ତ ଶିକ୍ଷାନବୀଶ ଦେୱାନୀ ନ୍ୟାୟାଧୀଶ ମାନଙ୍କୁ ଶପଥପାଠ କରାଇଥିଲେ ଏବଂ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସେ ତାଙ୍କ ସମ୍ଭାଷଣରେ ପ୍ରକାଶ କଲେ,ଯେ ବିଚାରପତି ଭାବରେ ଅବସ୍ଥାପିତ ହେବା ଏକ ସାଧାରଣ ବୃତି ନୁହେଁ କାହିଁକିନା ଏହା ଏକ ନିରବଛିନ ଶିକ୍ଷା ଆହରଣ ପ୍ରକ୍ରିୟା ଅଟେ | ବିଚାରାଳୟରେ ବିଚାର ପ୍ରକ୍ରିୟାରେ ସାମିଲ ଥିବା ସମୟରେ ନିଜର ବ୍ୟକ୍ତିଗତ ଜୀବନ ତଥା ପାରିବାରିକ ପରିସ୍ଥିତି ଦ୍ବାରା ପ୍ରଭାବିତ ନହେବା ପାଇଁ ନବନିଯୁକ୍ତ ଦେୱାନୀ ନ୍ୟାୟାଧୀଶ ମାନଙ୍କୁ ଉପଦେଶ ଦେଇଥିଲେ | ଜଣେ ବିଚାରପତି ମାନସିକ ଓ ଶାରିରୀକ ସ୍ତରରେ ସୁସ୍ଥ ରହିବା ସହିତ ଆବେଗ ପୁର୍ଣ ରହିବା ଅପରିହାର୍ଯ୍ୟ ଅଟେ। ଓଡିଶା ଉଚ୍ଚନ୍ୟାୟାଳୟର ବିଚାରପତି ତଥା ଓଡିଶା ନ୍ୟାୟୀକ ଏକାଡେମୀ ତାଲିମ ସମିତିର ଅଧ୍ୟକ୍ଷ ମାନ୍ୟବର ନ୍ୟାୟମୂର୍ତ୍ତି ଶ୍ରୀ ସୁଭାଶିଷ ତାଳପତ୍ର ମହୋଦୟ ନ୍ୟାୟୀକ ପ୍ରଶିକ୍ଷଣର ଲକ୍ଷ ଓ ଉଦ୍ଧେଶ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ଶିକ୍ଷାନବୀଶ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ | ଏହି ଅବସରରେ ମାନ୍ୟବର ମୁଖ୍ୟ ବିଚାରପତି, ଓଡିଶା ନ୍ୟାୟୀକ ଏକାଡେମୀ ସମିତିର ମାନ୍ୟବର ଅଧକ୍ଷ ଏବଂ ମାନ୍ୟବର ସଦସ୍ୟ ମାନଙ୍କ ଦ୍ବାରା ” ପ୍ରଶିକ୍ଷଣ ପାଠ୍ୟ ପୁସ୍ତିକା” ଉନ୍ମୋଚନ କରାଯାଇଥିଲା |ଉକ୍ତ ଉତ୍ସବରେ ଓଡିଶା ଉଚ୍ଚନ୍ୟାୟାଳୟର ବିଚାରପତି ତଥା ନ୍ୟାୟୀକ ଏକାଡେମୀ ତାଲିମ ସମିତିର ସଦସ୍ୟ ମାନ୍ୟବର ନ୍ୟାୟମୂର୍ତ୍ତି ଡଃ ସଞ୍ଜୀବ କୁମାର ପାଣିଗ୍ରାହୀ ମହୋଦୟ ସ୍ବାଗତ ସଂଭାଷଣ ପାଠ କରିବା ସହିତ ନବନିଯୁକ୍ତ ଶିକ୍ଷାନବୀଶ ଦେୱାନୀ-ନ୍ୟାୟାଧୀଶ ମାନଙ୍କୁ ଅଭିବାଦନ ଜଣାଇଥିଲେ | ଓଡିଶା ଉଚ୍ଚନ୍ୟାୟାଳୟର ମାନ୍ୟବର ବିଚାରପତି ତଥା ଓଡିଶା ନ୍ୟାୟୀକ ଏକାଡେମୀ ତାଲିମ ସମିତିର ସଦସ୍ୟ ଶ୍ରୀ ଶଶୀକାନ୍ତ ମିଶ୍ର, ଶ୍ରୀ ଭି. ନରସିଂହ, ଶ୍ରୀ ଗୌରୀଶଙ୍କର ଶତପଥ୍ ମହୋଦୟଙ୍କ ସମେତ ଓଡ଼ିଶା ଉଚ୍ଚନ୍ୟାୟାଳୟର ମାନ୍ୟବର ବିଚାରପତିଗଣ ତଥା ଉଚ୍ଚନ୍ୟାୟାଳୟର ଅଧିକାରୀଗଣ, ଅନ୍ୟାନ୍ୟ ଅତିଥ୍ୟଗଣ ଏବଂ ନବନିଯୁକ୍ତ ଶିକ୍ଷାନବୀଶ ଦେୱାନୀ-ନ୍ୟାୟାଧୀଶ ମାନଙ୍କ ପିତାମାତା | ପରିବାର ସଦଶ୍ୟ ଉପସ୍ଥିତ ଥିଲେ | ଓଡିଶା ନ୍ୟାୟୀକ ଏକାଡେମୀର କାର୍ଯ୍ୟକାରୀ ନିର୍ଦ୍ଦେଶକ ଶ୍ରୀ ବଦ୍ରିନାରାୟଣ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ |

LEAVE A REPLY

Please enter your comment!
Please enter your name here