ଶୁଭକାମନା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଗୌତମୀରେ ଶିଶୁ ଓ କିଶୋରୀ ବାଳିକାଙ୍କୁ ନୂଆଁ ପୋଷାକ ସହ ମିଷ୍ଟାନ୍ନ ବଣ୍ଟନ

0
160

ସାନଖେମୁଣ୍ଡି , ୦୭/୦୧/୨୦୨୩ : କିଛିଦିନ ଧରି ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଗ୍ରହଣ କରି ସେମାନଙ୍କୁ ଆନୁଷଙ୍ଗିକ ବିଧିବଦ୍ଧ ପୋଷଣ ଯୋଗାଣ ସହ ରୋଗୀ ସେବାରେ ନିୟୋଜିତ ହୋଇଥିବା ଧର୍ମରାୟପୁର ସ୍ଥିତ ଶୁଭକାମନା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଅନ୍ୟ ଏକ ଯୋଜନାର ସ୍ଥିରୀକୃତ କରିଛି । ଏହି ସେବାନୁଷ୍ଠାନ ସୌଜନ୍ୟରୁ ଶୁକ୍ରବାର ଅପରାହ୍ନରେ ସାନଖେମୁଣ୍ଡି ବ୍ଲକ ଗୌତମୀ ପଞ୍ଚାୟତରେ ଥିବା ଶିଶୁ ଓ କିଶୋରୀ ବାଳିକାଙ୍କୁ ନବ ବର୍ଷ ଅବ୍ୟବହିତରେ ନୂତନ ପୋଷାକ ବଣ୍ଟନ କରିଛି । ଏ ନେଇ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସାନଖେମୁଣ୍ଡିର ପୂର୍ବତନ ସମିତି ଅଧ୍ୟକ୍ଷ ତଥା ସାଂସଦ ପ୍ରତିନିଧି ଅନ୍ତର୍ଯ୍ୟାମୀ ସ୍ୱାଇଁ , ଗୌତମୀ ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ ରେଡ୍ଡୀ , ପୂର୍ବତନ ସମିତି ସଭ୍ୟ କଲୁ ଚରଣ ସେଠୀ , ଅରୁଣ ରଥ ପ୍ରମୁଖଙ୍କ ଉପସ୍ଥିତିରେ ଶୁଭକାମନା ଟ୍ରଷ୍ଟ ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋଜ କୁମାର ରଥ ଯୋଗ୍ୟ କିଶୋରୀ ବାଳିକା ଏବଂ ଶିଶୁ ସମୂହଙ୍କ ମିଳିତ ପୋଷାକ ବିତରଣ ସହ ମିଷ୍ଟାନ୍ନ ବଣ୍ଟନ କରିଛନ୍ତି । ସଂସ୍ଥାର ସମାଜସେବୀ ଜଗନ୍ନାଥ ପଣ୍ଡାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅଞ୍ଚଳ ଭିତ୍ତିରେ ଉଚ୍ଚ ପ୍ରଶଂସିତ ହୋଇଥିଲା ବେଳେ ଟ୍ରଷ୍ଟ ପକ୍ଷରୁ ଆସନ୍ତା ଦିନରେ ହେବାକୁ ଥିବା ଜନସେବା ଜନିତ କାର୍ଯ୍ୟକ୍ରମରେ ପ୍ରକୃତ ଆଶାୟୀଙ୍କ ପାଖରେ ଟ୍ରଷ୍ଟକୁ ପହଞ୍ଚାଇବାକୁ ଅଧ୍ୟକ୍ଷ ଶ୍ରୀ ରଥ ଜନସାଧାରଣରେ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here