ସୁମଣ୍ଡଳ ଗ୍ରାମ ପଞ୍ଚାୟତ ଏବଂ ଶଙ୍କର ଚକ୍ଷୁ ଚିକିତ୍ସାଳୟ ର ମିଳିତ ସହଯୋଗରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

0
115

ବ୍ରହ୍ମପୁର,୧୫/୦୧/୨୦୨୩(ଟୁକୁନା ପ୍ରଧାନ)) ଗଞ୍ଜାମ ଜିଲ୍ଲା ସୁମଣ୍ଡଳ ଗ୍ରାମ ପଞ୍ଚାୟତ ପରିସରରେ ଆଜି ସୁମଣ୍ଡଳ ଗ୍ରାମ ପଞ୍ଚାୟତ ଏବଂ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳ ର ମିଳିତ ସହଯୋଗରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସରପଞ୍ଚ ଶିବ ଶଙ୍କର ବାରିକ, ସମିତିସଭ୍ଯ ସନ୍ତୋଷ କୁମାର ସାହୁ, ଏମ୍ ବି କେ ସୁଜାତା ପ୍ରଧାନ ସି ଆର୍ ପି ପୁଷ୍ପାଞ୍ଜଳି ମହାନ୍ତି ସମେତ ଗ୍ରାମ ପଞ୍ଚାୟତ ର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ହୋଇ ପ୍ରଦୀପ ପ୍ରଜ୍ବଳନ ସହ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏଥିରେ ସମସ୍ତ ପ୍ରକାର ଚକ୍ଷୁ ର ପରୀକ୍ଷା ନିଃଶୁଳ୍କ କରାଯାଇଥିବା ବେଳେ ୮୫ ଜଣଙ୍କର ଚକ୍ଷୁ ପରୀକ୍ଷା ହୋଇଥିଲା । ୧୬ ଜଣଙ୍କୁ ଚଷମା ପ୍ରଦାନ କରାଯାଇଥିବା ବେଳେ ୩୧ ଜଣଙ୍କୁ ଅସ୍ତ୍ରୋପଚାର କରିବା ପାଇଁ ଚିକିତ୍ସାଳୟ କୁ ନିଆଯାଇଛି । ଏଥିରେ ଶଙ୍କର ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ କ୍ୟାମ୍ପ ମ୍ୟାନେଜର ନଳିନୀ କାନ୍ତ ରାଉତ, ଚିଫ୍ ଅପଟୋମେଟ୍ରିଷ୍ଟ ଇ.କାମେଶ୍ୱରୀ , ମିସ୍ ରୋଜା ପ୍ରଧାନ , ମିସ୍ ଗାୟତ୍ରୀ ରାଉତ , ମିସ୍ ପ୍ରଜନୀ ରଇତ , ଚକ୍ଷୁ ଟେକ୍ନିସିଆନ ଏନ୍.ମୁନା ପ୍ରମୂଖ ଶିବିର କୁ ପରିଚାଳନା କରିଥିଲେ । ଏଥିରେ ସୁମଣ୍ଡଳ ପଞ୍ଚାୟତ ବାସୀ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here