ରାଜ୍ୟ ସ୍ୱଳ୍ପ ସଞ୍ଚୟ ସହ ନିର୍ଦ୍ଦେଶକଙ୍କୁ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଦାୟିତ୍ଵ

0
174

ଛତ୍ରପୁର, ୩୦/୦୧/୨୦୨୩ : ଗଞ୍ଜାମ ଜିଲ୍ଲାରେ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ଭାବେ ଶ୍ରୀ ହରିଚରଣ ମିଶ୍ର ପୁଣି ଠାରେ ସୋମବାର ଯୋଗଦାନ କରିଛନ୍ତି । ଏଠାରେ ପ୍ରକାଶ ଥାଉ କି ଚଳିତ ମାସ ୨୩ ତାରିଖ ଶ୍ରୀ ମିଶ୍ର ଏହି ଜିଲ୍ଲାରୁ ରିଲିଭ ହୋଇ ସ୍ୱଳ୍ପ ସଞ୍ଚୟ ଏବଂ ଆର୍ଥିକ ଅନ୍ତର୍ଭୂକ୍ତିକରଣ, ଅର୍ଥ ବିଭାଗରେ ସହକାରୀ ନିର୍ଦ୍ଦେଶକ ତଥା ଉପ-ଶାସନ ସଚିବ ଭାବେ ପଦୋନ୍ନତି ପାଇ ଯୋଗଦାନ କରିଥିଲେ । ବିଭାଗୀୟ ନିର୍ଦ୍ଦେଶ ପ୍ରକାରେ ଶ୍ରୀ ମିଶ୍ରଙ୍କୁ ପୁଣିଥରେ ଗଞ୍ଜାମ ଜିଲ୍ଲାର ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଏବଂ ଆର୍ଥିକ ଅନ୍ତର୍ଭୂକ୍ତିକରଣ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ଵ ଦିଆଯାଇଅଛି । ଶ୍ରୀ ମିଶ୍ର ପୂର୍ବରୁ ଏହି ଜିଲ୍ଲାରେ ସ୍ୱଳ୍ପ ସଞ୍ଚୟ ଅଧିକାରୀ ଭାବେ ଦାୟିତ୍ଵରେ ଥିବା ସମୟରେ ଜିଲ୍ଲାରେ ସ୍ୱଳ୍ପ ସଞ୍ଚୟ ଦିଗରେ ସଂଗଠନ ମୂଳକ କାର୍ଯ୍ୟ କରି ଲୋକଙ୍କ ସହଭାଗିତାରେ ଅନେକ ଆର୍ଥିକ ଅନ୍ତର୍ଭୂକ୍ତିକରଣ କର୍ମଶାଳା ଓ ସଚେତନତା ମୂଳକ କାର୍ଯ୍ୟକମ କରିଥିଲେ । ବିଗତ ବର୍ଷ ୨୦୨୧-୨୦୨୨ ମସିହାରେ ଗଞ୍ଜାମ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନାର AS ସିରିଜର ପ୍ରଥମ ଓ ଦ୍ଵିତୀୟ ପୁରସ୍କାର ପାଇଥିଲା । ଯାହାକି ଗଞ୍ଜାମ ଜିଲ୍ଲା ପାଇଁ ପ୍ରଥମ ଘଟଣା ଥିଲା । ଶ୍ରୀ ମିଶ୍ର ପୁନର୍ବାର ଯୋଗଦାନ ପରେ ସରକାରଙ୍କ ପ୍ରଦତ୍ତ ଲକ୍ଷ୍ୟଧାର୍ଯ୍ୟ ଶତପ୍ରତିଶତ କିଭଳି ହେବ ସେହି ଦିଗରେ ପ୍ରୟାସ କରିବେ ବୋଲି ମତ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here