ବ୍ରହ୍ମପୁର,୩୧/୦୧/୨୦୨୩: ସହର ଉପକଣ୍ଠ ଆମ୍ବପୁଆ ନିକଟସ୍ଥ ଉଦୟ ପୁବ୍ଲିକ୍ ସ୍କୁଲ ର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ବାର୍ଷିକ ଉତ୍ସବ କାର୍ଯକ୍ରମକୁ ସ୍କୁଲ ଅଧ୍ୟକ୍ଷ ଶଙ୍କର ଗୋସ୍ଵାମୀଙ୍କ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ହାସ୍ୟ କଳାକାର ପ୍ରୀତି ରଞ୍ଜନ ମିଶ୍ର ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସୁଦିପ କୁମାର ସାହୁ, ଯୁବ ସମାଜସେବୀ ଅଙ୍କିତେଶ ରେଡ୍ଡୀ, ରଶ୍ମୀ ରଞ୍ଜନ ପାଳ ମଞ୍ଚାସିନ ରହିଥିଲେ। ପବ୍ଲିକ ସ୍କୁଲ ଦୀର୍ଘ ଆଠ ବର୍ଷ ଧରି ବ୍ରହ୍ମପୁର ସହରର ଛୋଟ ପିଲା ମାନଙ୍କୁ ଏଲକେଜି ଠାରୁ ତୃତୀୟ ଶ୍ରେଣୀ ପଯ୍ୟନ୍ତ ପାଠପଢ଼ା ସହ ଖେଳ ଉପରେ ଶିକ୍ଷାଦାନ କରୁଛନ୍ତି। ପିତାମାତା ହେଇଛନ୍ତି ପିଲାଙ୍କ ପ୍ରଥମ ଗୁରୁ ପରବର୍ତ୍ତୀ ସମୟରେ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ ମାର୍ଗ ଦର୍ଶକ ହୋଇଥାନ୍ତି ବୋଲି ଅତିଥି ଶ୍ରୀ ପାଳ କହିଥିଲେ। ଅତିଥି ମାନେ ନିଜର ଶସୈବ ବେଳେ କଥା କହିଥିଲେ ଏବଂ ବହୁ ଉପଦେଶ ଦେଇଥିଲେ । ପବ୍ଲିକ ସ୍କୁଲ ପିଲା ମାନଙ୍କ ଦ୍ଵାରା ବିଭିନ୍ନ ନୃତ୍ୟ ପରିବେଷଣ କରିଥିଲେ । ପ୍ରତିଯୋଗୀତା ରେ କୃତିତ୍ୱ ଲାଭ କରିଥିବା ପିଲା ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ଆଜିର କାର୍ଯ୍ୟକ୍ରମ କୁ ଶିବାନୀ କୁମାରୀ ପରିଚାଳନା କରିଥିବା ବେଳେ ପୁଷ୍ପାଞ୍ଜଳି ସାହୁ, ଶିବାନୀ ମଲ୍ଲିକ, ଜ୍ୟୋତିର୍ମୟୀ ଦାସ,ସବିତା ନାୟକ ପ୍ରମୁଖ ସହଯୋଗ କରିଥିଲେ। ଏଥିରେ ସମସ୍ତ ଅବିଭାବକ ଙ୍କ ସହ ପିଲାମାନେ ଉପସ୍ଥିତ ରହିଥିଲେ।