ଶିକ୍ଷା କର୍ମଚାରୀ ସଂଘ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ସ୍ମାରକପତ୍ର ପ୍ରଦାନ

0
329

ବ୍ରହ୍ମପୁର,୧୪/୦୨/୨୦୨୩: ଗଞ୍ଜାମ ଜିଲ୍ଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନ୍ତର୍ଗତ କର୍ତ୍ତବ୍ୟରତ ବରିଷ୍ଠ ଓ କନିଷ୍ଠ ଅମଲା ମାନେ ସ୍ଥାନୀୟ ଗିରିରୋଡ଼ ସ୍ଥିତ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଶତାଧିକ ସଂଖ୍ୟାରେ ଉପସ୍ଥିତ ହୋଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ଉଦ୍ଦେଶ୍ୟରେ ପଦୋନ୍ନତି ଜନିତ ବିଭିନ୍ନ ପ୍ରକାର ଅସଙ୍ଗତିକୁ ଦୂର କରି ସଠିକ୍ ସମୟରେ ପଦୋନ୍ନତି ପ୍ରଦାନ କରିବା
ନିମନ୍ତେ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଓଡ଼ିଶା ସରକାରଙ୍କ ଅନ୍ୟାନ୍ୟ ବିଭିନ୍ନ ବିଭାଗରେ କାମ କରୁଥିବା ବିଭିନ୍ନ ବର୍ଗର ଅମଲାମାନଙ୍କ ପଦୋନ୍ନତି ଅତି ସରଳ ଏବଂ ସଠିକ୍ ସମୟରେ ହେଉଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଏଣୁ ଏହି ବିଭାଗରେ କାମ କରୁଥିବା ହଜାର ହଜାର ଅମଲା ମାନେ ବର୍ଷ ବର୍ଷ ଧରି କାମ କରିଲା ପରେ ମଧ୍ୟ ଗୋଟିଏ ବି ପଦୋନ୍ନତି ନ ପାଇ ନିଜ ଅଧିକାରରୁ ବଞ୍ଚିତ ହୋଇ ଦୁଃଖ ଓ କ୍ଷୋଭର ସହିତ ଚାକିରି ଜୀବନରୁ ଅବସର ନେଉଛନ୍ତି ।ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଦ୍ୱାରା ସ୍ପଷ୍ଟ ନିର୍ଦ୍ଦେଶନାମା ଥିଲେ ମଧ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଉକ୍ତ ନିର୍ଦ୍ଦେଶନାମାକୁ ସଠିକ୍ ଭାବରେ ପାଳନ କରୁନଥିବା ଯୋଗୁଁ ଗଞ୍ଜାମ ଜିଲ୍ଲାର ଶହ ଶହ ଅମଲାମାନେ ନିଜ ଅଧିକାରରୁ ବଞ୍ଚିତ ହେଉଛନ୍ତି ।ଏଣୁ ଆଜି ଗଞ୍ଜାମ ଜିଲ୍ଲାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଭିନ୍ନ କାର୍ଯ୍ୟାଳୟ ଓ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଶତାଧିକ ଅମଲା ଏକାଠି ହୋଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଶିକ୍ଷାଧିକାରୀ, ଗଞ୍ଜାମ ଏବଂ ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here