ଶ୍ରୀନୀଳକଣ୍ଠେଶ୍ବର ନଟରାଜ ମହୋତ୍ସବ ୧୮ରେ।ଲୁକ୍କାୟିତ ପ୍ରତିଭାର ଉନ୍ମୋଚନ, ଲୋକନୃତ୍ୟ-ଗୀତର ଶ୍ରୀବୃଦ୍ଧି ସାଧନ ପାଇଁ ଲକ୍ଷ୍ୟ

0
151

ବ୍ରହ୍ମପୁର,୧୪/୦୨/୨୦୨୩:ଶ୍ରୀନୀଳକଣ୍ଠେଶ୍ବର ସେବା ପ୍ରତିଷ୍ଠାନ କମିଟି ପକ୍ଷରୁ ପବିତ୍ର ମହାଶିବରାତ୍ରୀ ଅବସରରେ ଆସନ୍ତା ୧୮ ତାରିଖ ପୂର୍ବାହ୍ନ ୧୧ଟା ବେଳେ ସ୍ଥାନୀୟ ନୀଳକଣ୍ଠେଶ୍ବର ମନ୍ଦିର ପ୍ରାଙ୍ଗଣରେ ଏକ ନୃତ୍ୟ, ଗୀତ, ସାହିତ୍ୟ ଓ ଲୋକନାଟ୍ୟର କାର୍ଯ୍ୟକ୍ରମ ଶ୍ରୀନୀଳକଣ୍ଠେଶ୍ବର ନଟରାଜ ମହୋତ୍ସବ ଆୟୋଜିତ ହେବ। ଏଥିରେ ବରିଷ୍ଠ ଓଡ଼ିଶୀ ସଂଗୀତଶାସ୍ତ୍ରୀ ଆଚାର୍ଯ୍ୟ ସୀମାଞ୍ଚଳ ଦାଶଙ୍କ ସମେତ ଗଞ୍ଜାମର ପ୍ରତିଷ୍ଠିତ ସଂଗୀତଜ୍ଞ ଓ କଣ୍ଠଶିଳ୍ପୀମାନେ ଯୋଗ ଦେଇ ଶାସ୍ତ୍ରୀୟ ସଂଗୀତ ଓ ଭକ୍ତି ଗୀତ ମାଧ୍ୟରେ ଶ୍ରଦ୍ଧାଳୁମାନଙ୍କ ମନୋରଞ୍ଜନ କରିବେ । ଏଥି ସହିତ ବିଭିନ୍ନ ଲୋକନୃତ୍ୟ ଅନୁଷ୍ଠାନର ଶିଳ୍ପୀ ଓ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର ଶିଶୁପ୍ରତିଭାମାନେ ଓଡ଼ିଶୀ, ସମ୍ବଲପୁରୀ, ଦେଶିଆ ନୃତ୍ୟ ପ୍ରଦର୍ଶନ କରିବେ ଏବଂ ଭଜନ ସଂଗୀତ ଗାନ କରିବେ ।ସେହିଭଳି, ସଂଧ୍ୟାରେ ଯାଦୁକର ସିଏଚ୍ ଶ୍ରୀନିବାସ ରାଓଙ୍କ ଏକ ମ୍ୟାଜିକ୍ ସୋ ମଧ୍ୟ ଆୟୋଜିତ ହେବ।ସବୁଠୁ ବଡ଼ କଥା ହେଲା, ଏଥିରେ ଯେ କେହି, ଯେକୌଣସି ବୟସର ନୃତ୍ୟ ଓ ସଂଗୀତ ଶିଳ୍ପୀଙ୍କ ପାଇଁ ଅଂଶଗ୍ରହଣ କରିବାର ସୁଯୋଗ ରହିଛି। ଏଥିପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ।ପ୍ରଥମେ ଆସିବା ବ୍ୟକ୍ତି ପ୍ରଥମେ ସୁଯୋଗ ପାଇବା ଭିତ୍ତିରେ କାର୍ଯ୍ୟକ୍ରମରେ ପରିବେଷଣର ସୁଯୋଗ ମିଳିବ।ବିଶେଷକରି, ବ୍ରହ୍ମପୁର ସହରରେ ଲୁକ୍କାୟିତ ପ୍ରତିଭାର ଉନ୍ମୋଚନ ସହ ଆମ ଲୋକନୃତ୍ୟ ଓ ଗୀତର ଶ୍ରୀବୃଦ୍ଧି ସାଧନ, ତାର ପୁନରୁଦ୍ଧାର ଓ ସଂରକ୍ଷଣ ଉପରେ ଆମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନିହିତ ।ଆଜିର ସାମ୍ବାଦିକ ସମ୍ମିଳନୀରେ ଶ୍ରୀନୀଳକଣ୍ଠେଶ୍ବର ସେବା ପ୍ରତିଷ୍ଠାନ କମିଟିର ସଭାପତି କାଳୀକିଙ୍କର ପାତ୍ର, ଉପସଭାପତି ୟୁ.କମଳ କୁମାର, ସମ୍ପାଦକ ଦେବରାଜ ବେହେରା,ସି.ଏଚ୍ ଶ୍ରୀନିବାସ ରାଓ, ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ପଣ୍ଡା, ବିଶିଷ୍ଟ ସାହିତ୍ୟିକ ସତୀଶ ପାତ୍ର,କାର୍ଯ୍ୟକ୍ରମ ସଂଯୋଜକ ମନୋଜ କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here