ଜିଲ୍ଲା ମୁଖ୍ୟଚିକିତ୍ସା ତଥା ଜନ ସ୍ୱାସ୍ଥ୍ୟ କାର୍ଯ୍ୟଳୟ ରେ ବିଜୁ କନ୍ୟାରତ୍ନ ଯୋଜନା କାର୍ଯ୍ୟକ୍ରମ

0
174

ବ୍ରହ୍ମପୁର,୨୯/୦୩/୨୦୨୩:
ବ୍ରହ୍ମପୁର ସ୍ଥିତ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କାର୍ଯ୍ୟଳୟ ର ଆଇ ସି ୟୁ ହଲ ରେ ବିଜୁ କନ୍ୟାରତ୍ନ ଯୋଜନା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟଳୟ ର ଅଣ ଅନୁଷ୍ଠାନିକ ଅଧିକାରୀ ସୁଶାନ୍ତ କୁମାର ସାହୁ ଙ୍କ ପୌରହିତ୍ୟ ରେ ଜିଲ୍ଲା ସ୍ୱାସ୍ଥ୍ୟ ମୁଖ୍ୟ ଚିକିତ୍ସାଅଧିକାରୀ ଡାକ୍ତର ଉମା ଶଙ୍କର ମିଶ୍ର, ଶିଶୁ ମଙ୍ଗଳ ସମିତି ର ସଦସ୍ୟ ହରିହର ପାଢ଼ୀ, ଜିଲ୍ଲା ଶିଶୁ ସୁରକ୍ଷା ଅନୁଷ୍ଠାନିକ ଅଧିକାରୀ ଶରତ ମହାରଣା,ପ୍ରମୁଖ ଉପସ୍ଥିତ ଥିଲେ l ସାମ୍ପ୍ରତିକ ପରିସ୍ଥିତି ରେ କନ୍ୟା ଶିଶୁ ବଞ୍ଚି ରହିବା ଓ ସେମାନଙ୍କ ବିକାଶ ନିମନ୍ତେ ସକ୍ଷମକାରୀ ପରିବେଶ ସୃଷ୍ଟି କରିବା, ସହ ସେମାନଙ୍କ ସୁସ୍ଥ ଏବଂ ସଂମ୍ମାନ ବଜାୟ ରଖିବା ଉପରେ ବକ୍ତା ମାନେ ମତ ବ୍ୟକ୍ତ କରିଥିଲେ l ଲିଙ୍ଗଗତ ତାରତମ୍ୟ ଜନିତ ଲିଙ୍ଗ ନିରୂପଣ ରୋକିବା, କନ୍ୟା ସନ୍ତାନ ର ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେବା, କନ୍ୟା ଶିଶୁ ମାନେ ସ୍କୁଲ କୁ ଯିବା ସହ ଉପସ୍ଥାନ ବଢାଇବା,ସହ କନ୍ୟା ଶିଶୁ ର ଗୁରୁତ୍ୱ ସମ୍ପର୍କ ରେ ଗୋଷ୍ଠୀ ରେ ଆୟୁଷ ଡାକ୍ତର ଏବଂ ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ଭୂମିକା ଗୁରୁତ୍ୱ ରହିଛି ବୋଲି ମଞ୍ଚସିନ ଅତିଥି ମାନେ ନିଜ ମତ ବ୍ୟକ୍ତ କରିଥିଲେ l ଆମେ ସମସ୍ତେ ମିଶି ଜିଲ୍ଲାର ବ୍ଲକ, ପଂଚାୟତ, ଗ୍ରାମ ମାନଙ୍କ ରେ ଅନ୍ତଃ ବିଭାଗ ସମନ୍ୱୟ ରକ୍ଷା କରି ପୁରୁଷ ଏବଂ ମହିଳା ଙ୍କ ଲିଙ୍ଗ ଅନୁପାତ ସମାନ ରଖିବା ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ର ଆୟୁଷ ଡାକ୍ତର, ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ, ଯୋଗ ଦେଇଥିଲେ l ବାଳିକା ମାନଙ୍କ ପାଇଁ ସରକାରୀ ଯୋଜନା ସବୁ ଉପରେ ଆଲୋଚନା ହୋଇଥିଲା l ଶେଷରେ ତନୁଶ୍ରୀ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ l

LEAVE A REPLY

Please enter your comment!
Please enter your name here