ଦଣ୍ଡନାଚ ଆରମ୍ଭରୁ ପେଣ୍ଡାଲରେ ସାପ ଖେଳ ! ବନ୍ୟପ୍ରାଣୀ ଆଇନ ଉଲ୍ଲଙ୍ଘନ ନେଇ ପିସିସିଏଫଙ୍କୁ ଅଭିଯୋଗ

0
201

ବ୍ରହ୍ମପୁର ୨୯ /୦୩/୨୦୨୩ : ଜିଲ୍ଲାର ଐତିହ ଓ ପରମ୍ପରା ହେଉଛି ଦଣ୍ଡ ନୃତ୍ୟ, ଏହି ଦଣ୍ଡ ନୃତ୍ୟରେ ଲୋକଙ୍କ ମନୋରଞ୍ଜନ କରିବା ସହିତ ଟଙ୍କା ରୋଜଗାର କରିବା ପାଇଁ ନିରିହ ଶରୀଶୃପଙ୍କୁ କିଛି ଯାତ୍ରା ପରିଚାଳନା କମିଟି ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରେ ଦଣ୍ଡନାଚରେ ବନ୍ୟପ୍ରାଣୀ ଆଇନତ ଖୋଲାଖୋଲି ଉଲ୍ଲଙ୍ଘନ ହେଉଥିବା ଦେଖିବାକୁ ମିଳୁଛି । କୋଭିଡ କଟକଣା ହଟିବା ପରେ ଚଳିତ ବର୍ଷ ଦଣ୍ଡନୃତ୍ୟ ଆରମ୍ଭ ହୋଇଥିବା ବେଳେ ପେଣ୍ଡାଲ ମାନଙ୍କରେ ସାପ ସହ ଖେଳ ଠାରୁ ଆରମ୍ଭ କରି ଘୁଷୁରି ଓ କୁକୁଡାଙ୍କୁ ନୃଂସଶ ଭାବେ ହତ୍ୟା କରି ଖାଇବାର ଜୀବନ୍ତ ଦୃଶ୍ୟ ପ୍ରଦର୍ଶନ କରାଯାଉଛି । ଯାହା ସାଧାରଣରେ ବେଶ ଚର୍ଚ୍ଚାକୁ ଆସିଛି । ଏଠାରେ ଉଲ୍ଲେଖ ଏହିକି ,ସାପକୁ ଧରି ଖେଲିବା ଓ ତାହା ସହିତ ଫଟୋ ଉଠାଇବା ଉପରେ ସରକାର ସମ୍ପୂର୍ଣ୍ଣ ରୋକ୍ ଲଗାଇଛନ୍ତି । ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ର ୯ ନମ୍ବର ଆକ୍ଟରେ ଏ ନେଇ ସବିଶେଷ ଆଇନ ଉଲ୍ଲେଖ ରହିଛି । ପରନ୍ତୁ ଗଞ୍ଜାମ ଜିଲ୍ଲାରେ ଏହିଭଳି ଅନେକ ଘଟଣା ବନ ବିଭାଗର ନଜରକୁ ଆସୁଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ଏହି ସ୍ଥିତିରେ ଜିଲ୍ଲାର କବିସୂର୍ଯ୍ୟନଗର ଓ ପୁରୁଷୋତ୍ତମପୁର ଅଞ୍ଚଳରେ ପୋଲସରାର ଜନୈକ ବ୍ୟକ୍ତି ଯାତ୍ରା ପେଣ୍ଡାଲରେ ସାପ ଖେଲାଉଥିବାର ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ବ୍ୟକ୍ତି ଜଣଙ୍କ ଗୋଟିଏ ବିଷଧର ନାଗ ସାପକୁ ଧରି ଶତାଧିକ ଦର୍ଶକଙ୍କ ଗହଣରେ ଖେଳୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଯାତ୍ରା ପେଣ୍ଡାଲରେ ସାପ ଖେଲାଇବାକେବଳ ଆଇନର ଉଲ୍ଲଙ୍ଗନ ନୁହେଁ ବରଂ ଏହା ଦ୍ୱାରା ଅନେକଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଥାଏ । ଏହାକୁ ନେଇ କିଛି ସ୍ବେଛାସେବୀ ଅନୁଷ୍ଠାନ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ସ୍ନେକ୍ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲିକ ରାଜ୍ୟ ମୁଖ୍ୟ ବନ ସଂରକ୍ଷକଙ୍କୁ ଚିଠି ଲେଖିଛନ୍ତି । ଏହା ସହିତ ଉକ୍ତ ଚିଠିର ନକଲ ସେ ୫ଟି ସଚିବ, ଜଙ୍ଗଳ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମେତ ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବୋର୍ଡର ଅତିରିକ୍ତ ନିର୍ଦ୍ଦେଶିକାଙ୍କ ନିକଟକୁ ପଠାଇଛନ୍ତି । ଅନ୍ୟପକ୍ଷରେ ଏଭଳି କିଛି ଘଟଣା ନଜରକୁ ଆସି ନଥିବା ବେଳେ ଯଦି ସେଭଳି କିଛି ଘଟିଥାଏ ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦକ୍ଷିଣ ଘୁମୁଷର ବନଖଣ୍ଡ ଅଧିକାରୀ ଦିଲିପ ରାଉତ କହିଛନ୍ତି ।

LEAVE A REPLY

Please enter your comment!
Please enter your name here