ବ୍ରହ୍ମପୁର,୨୯/୦୩/୨୦୨୩:ଲକ୍ଷ୍ମଣ ନାୟକଙ୍କ ୮୦ ତମ ବଳିଦାନ ଦିବସରେ ଦି ପିପୁଲସ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ସମାବେଶରେ ବିଶିଷ୍ଟ ବ୍ୟକ୍ତିଙ୍କ ମତ ପ୍ରକାଶ।ଆଜି ସ୍ଥାନୀୟ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ୍ ଠାରେ ଆୟୋଜିତ ସମାରୋହରେ ଲକ୍ଷ୍ମଣ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଲକ୍ଷ୍ମଣ ନାୟକଙ୍କୁ ଜଣେ ମୁକ୍ତି ଯୋଦ୍ଧା ଓ ସମାଜର ପରିବର୍ତ୍ତନ ପାଇଁ ଆତ୍ମବଳିଦାନ ଦେଇଥିଲେ ବୋଲି ଉଲ୍ଲେଖ କରିଥିଲେ।ସାମ୍ପ୍ରତିକ ଅବସ୍ଥା ଅତ୍ୟନ୍ତ ଗମ୍ଭୀର।ସମସ୍ତେ ମିଳିତ ଭାବେ ଲକ୍ଷ୍ମଣ ନାୟକଙ୍କ ଭଳି ଲଢେ଼ଇ ଲଢ଼ିବା ପାଇଁ ଆଗେଇ ଆସିବାକୁଆହ୍ୱାନ ଦେଇଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ସିପିଏମ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା, ହରୀକୃଷ ରେଡି, ବିଦ୍ୟାଧର ଜେନା, ରାମଚନ୍ଦ୍ର ନାୟକ, ଦିଲିପ ଛୋଟରାୟ, ବିଶିଷ୍ଟ ଲେଖିକା ବିଦୁପ୍ରଭା ରଥ ପ୍ରମୁଖ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଟ୍ରଷ୍ଟର ଚେୟାରମ୍ୟାନ କୈଳାଷ ଷଡଙ୍ଗୀ ସଭାପତିତ୍ୱ କରିଥିଲେ।