ବ୍ରହ୍ମପୁରରେ ୮୮ତମ ଉତ୍କଳ ଦିବସ ପାଳିତ

0
165

ବ୍ରହ୍ମପୁର, ୦୧/୦୪/୨୦୨୩: ବ୍ରହ୍ମପୁରରେ ୮୮ତମ ଉତ୍କଳ ଦିବସ ଅନିଷ୍ଠାନିକ ଭାବେ ପାଳନ ହୋଇଯାଇଛି l ଆଜି ସକାଳେ ବ୍ରହ୍ମପୁର ସହର ର ସମସ୍ତ ବୀର ପୁରୁଷ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା l ବ୍ରହ୍ମପୁର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ,ବ୍ରହ୍ମପୁର ବିଧାୟକ ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁର ମହାନଗର ନିଗମ ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ,କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବାଷ ମହାରଣା,ବ୍ରହ୍ମପୁର ଉପଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣି,ସହର ର ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l
ସାନ୍ଧ୍ୟ ୬ ଘଣ୍ଟାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ପୁରସ୍କାର ବିତରଣ ଓ ସାଧାରଣ ସଭା ସ୍ଥାନୀୟ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଥିଲା l ଏହି ସଭା ରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳି ସ୍ୱାଇଁ, ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା,ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, କାଜୁ ଊନୟନ ନିଗମ ଅଧକ୍ଷ ସୁବାଷ ମହାରଣା ,ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ ଡ଼ଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ,ଡେପୁଟି କମିଶନର ଶ୍ରୀ ବିନୋଦ କୁମାର ବେହେରା ଉପସ୍ଥିତ ରହିଥିଲେ l ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ରବି ନାରାୟଣ ବେହେରା ସ୍ୱାଗତ କରିଥିଲେ ଅତିଥିଙ୍କୁ l ବ୍ରହ୍ମପୁର ଉତ୍କଳ ପରିଷଦ ସମ୍ପାଦକ ଶ୍ରୀ ପ୍ରମୋଦ କୁମାର ପଣ୍ଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ l ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ରଶ୍ମି ରାଣୀ ନିମାକା ଧନ୍ୟବାଦ୍ ଅର୍ପଣ କରିଥିଲେ l ସେହିପରି ଗଞ୍ଜାମ ଜିଲ୍ଲାର ଦୁଇଜଣ ଶିକ୍ଷକ ୨୦୧୭-୧୮ବର୍ଷ ପାଇଁ ଗୋପୀନାଥ ପଟ୍ଟନାୟକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଏବଂ ସ୍ବର୍ଗତ ସୂର୍ଯ୍ୟ ନାରାୟଣ ପାତ୍ର ମାଧ୍ୟମିକ ଶିକ୍ଷା ବିଭାଗ ତରଫରୁ ୨୫୦୦୦ ଟଙ୍କା ର ଚେକ୍, ମାନ ପତ୍ର,ଉପଢୌକନ ପ୍ରଦାନ କରାଯାଇଥିଲା l ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଶିବାନନ୍ଦ ବାରିକ ସଂଯୋଜନା କରିଥିଲେ l ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ର ଛାତ୍ରଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ l

LEAVE A REPLY

Please enter your comment!
Please enter your name here