ଶ୍ରମ ମନ୍ତ୍ରୀଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ।

0
136

ପୋଲସରା/ବୁଗୁଡା, ୦୭/୦୪/୨୦୨୩: ପୋଲସରା ବିଧାୟକ ତଥା ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ନିଜ ନିର୍ବାଚନ ମଣ୍ଡଳୀ ପୋଲସରା ଓ ବୁଗୁଡା ଅଞ୍ଚଳର ବିଭିନ୍ନ ଆଧ୍ୟାତ୍ମିକ ଓ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବା ସହ ଜନସାଧାରଣଙ୍କ ଅଭାବ ଓ ଅସୁବିଧା ବିଷୟରେ ଆଲୋଚନା ଏବଂ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିବା ଜଣାପଡିଛି। ବୁଗୁଡା ବ୍ଲକ ଅନ୍ତର୍ଗତ ବି.କରଡ଼ାବାଡ଼ି ଗ୍ରାମର ପୂର୍ବତନ ସରପଞ୍ଚ ମୁରଲୀଧର ନାୟକଙ୍କ ଆକସ୍ମିକ ମୃତ୍ୟୁ ଖବର ଓ ରାମଣ୍ଡା ଗ୍ରାମର ଶିବରାମ ଦଳେଇଙ୍କ ଆକସ୍ମିକ ମୃତ୍ୟୁ ଖବର ଶୁଣି ଉଭୟ ମୃତକଙ୍କ ପରିବାର ନିକଟରେ ଶ୍ରମ ମନ୍ତ୍ରୀ ଶ୍ରୀ ସାହୁ ପହଞ୍ଚି ସମବେଦନା ଜଣାଇଥିଲେ। ମନ୍ତ୍ରୀଙ୍କ ସହ ବୁଗୁଡା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, କେ.ନୀଳମାଧବ ଆଚାରୀ, ରେବତୀ ମୋହନ ନାୟକ, ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଓ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ। ପୋଲସରା ବ୍ଲକ ଅନ୍ତର୍ଗତ ଜକର ଗ୍ରାମରେ ଏପ୍ରିଲ ୭ ତାରିଖ ଦିନ ପଞ୍ଚୁଦଣ୍ଡ ମହାମିଳନ ଅନୁଷ୍ଠିତ ହୋଇଥିଲା। ଶ୍ରମ ମନ୍ତ୍ରୀ ଶ୍ରୀ ସାହୁ ଏହି କାଯ୍ୟକ୍ରମରେ ଯୋଗଦେଇ ଜନସାଧରଣଙ୍କ ସହ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଆଲୋଚନା କରିଥିଲେ। ପୋଲସରା ଏନଏସି ସଭା ଗୃହରେ ଶରଣ ଶ୍ରୀକ୍ଷେତ୍ର ମାରଦା ମହୋତ୍ସବର ସମୀକ୍ଷା ବୈଠକ ଏପ୍ରିଲ ୭ ତାରିଖ ଦିନ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୋଲସରା ବିଡ଼ିଓ କୈଳାଶ ଚନ୍ଦ୍ର ମୁର୍ମୁ, ତହସିଲଦାର ଭାସ୍କର ଚନ୍ଦ୍ର ସାହୁ, ପୋଲସରା ପୋଲିସ ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ, ପୋଲସରା ଏନଏସି ଅଧ୍ୟକ୍ଷା ସଂଗୀତା ବେହେରା, ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ପ୍ରଫୁଲ କୁମାର ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ବିଷୋୟୀ, ପୀତବାସ ପ୍ରଧାନ ପ୍ରମୁଖଙ୍କ ସମେତ କମିଟିର ସଦସ୍ୟ ସଦସ୍ୟା ବୃନ୍ଦ ଯୋଗଦେଇ ସମୀକ୍ଷା ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ପୋଲସରା ବ୍ଳକର କସିପଡାରେ ପହଞ୍ଚି ମା ସିଂହାସନୀ ଙ୍କୁ ଦର୍ଶନ କରିବା ସହ ପାଣ୍ଡିରିପଡା ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କରିବା ସହ ଲୋକଙ୍କ ଅଭାବ ଅସୁବିଧା ବୁଝିଥିଲେ।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here