ପଳାସପୁର ଠାକୁରାଣୀ ଯାତ୍ରା ବାର୍ଷିକ ଉତ୍ସବ ପାଳିତ

0
193

ବ୍ରହ୍ମପୁର,୦୬/୦୫/୨୦୨୩ : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ପାଞ୍ଚୟତ ଅନ୍ତର୍ଗତ ପଳାସପୁର ଗ୍ରାମ ବିଜେ ମା ଠାକୁରିଣୀଙ୍କ ଯାତ୍ରା ଉତ୍ସବ ଗତ ବର୍ଷ ପ୍ରଥମ କରି ଆୟୋଜିତ ହୋଇଥିଲା l ଉକ୍ତ ଯାତ୍ରାର ବର୍ଷିକ ଉତ୍ସବ ଆଜି ଶନିବାର ଦିନ ପାଳିତ ହେବା ସହିତ ଠାକୁରାଣୀ ମନ୍ଦିରର ପାର୍ଶ୍ଵ ଦେବତାଙ୍କ ଜୀବନ୍ୟାସ କରାଯାଇ ଯଥା ସ୍ଥାନେ ପ୍ରତିଷ୍ଠା କରାଯାଇଛି । ଗ୍ରାମ ଅଧିଷ୍ଠିତା ମା ଠାକୁରାଣୀଙ୍କ ଯାତ୍ରା ଗତ ବର୍ଷ ତା ୧୬/୦୫/୨୦୨୨ରିଖରେ ପ୍ରଥମ କରି ପଳାସପୁର ଗ୍ରାମରେ ମହାଆଡମ୍ବର ସହିତ ପାଳନ ହୋଇଥିଲା | ପ୍ରଥମ କରି ଅନୁଷ୍ଠିତ ହୋଇଥିବା ଯାତ୍ରାର ଵିଧିଅନୁସାରେ ବାର୍ଷିକ ଉତ୍ସବ ପାଳନ କରାଯାଇଥାଏ | ଯାତ୍ରାର ବାର୍ଷିକ ଉତ୍ସବ ସହିତ ମନ୍ଦିରରେ ପାର୍ଶ୍ଵ ଦେବତା ପ୍ରତିଷ୍ଠିତ କରାଯାଇଛି l ପ୍ରଥମେ ଦୀପ ପ୍ରଜ୍ବଳନ, କର୍ମାରମ୍ଭ, ମହାସ୍ନାନ, ଜୀବନ୍ୟାସ, ନଗର ପରିକ୍ରମା, ଦେବୀଙ୍କ ଆସନ ଗ୍ରହଣ କରି ଶେଷରେ ପୂର୍ଣ୍ଣାହୁତି ହେଵାସହିତ ନାମ ସଙ୍କୀର୍ତ୍ତନ ଏବଂ ଅନ୍ନଯଜ୍ଞର ଆୟୋଜନ ହୋଇଅଛି । ଆୟୋଜିତ ବାର୍ଷିକ ଉତ୍ସବକୁ ପଳାସପୁର ଗ୍ରାମର ପରିଚାଳନା କମିଟି ସଭାପତି ଜଗନ୍ନାଥ ପାଣିଗ୍ରାହୀ, ସମ୍ପାଦକ ମିଟୁ ରେଡି, କୋଷାଧକ୍ଷ ନୀଳମାଧଵ ସାହୁଙ୍କ ସମେତ ସରପଞ୍ଚ ଜାଗିଲି ସେଠୀ, ଶୁକଦେବ ରେଡ୍ଡୀ, ଅଶୋକ ସାହୁ, କାଳିଆ ଗୌଡ଼, ହରି ପାତ୍ର, ନେଲା ସାହୁଙ୍କ ସମେତ ସମସ୍ତ ଗ୍ରାମବାସୀ ସହଯୋଗ କରି ସୁପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here