ଖବର ପ୍ରସାରଣ ପ୍ରଭାବ : – ରାଧାନଗର ଯକ୍ଷ୍ମା ରୋଗୀ ସୁରେନ୍ଦ୍ରଙ୍କୁ ବଡ଼ ଡ଼ାକ୍ତରଖାନା ସ୍ଥାନାନ୍ତର କଲା ସ୍ୱାସ୍ଥ୍ୟ ବିଭାଗ : ଗାଁ ରେ ପହଞ୍ଚି ସଚେତନା ସଭା ସହ ପୃଷ୍ଟିକର ପୋଷଣ ଖାଦ୍ୟ ଓ ଆର୍ଥିକ ସହାୟତା ଦେଲେ ମନୋଜ ରଥ

0
175

ସାନଖେମୁଣ୍ଡି , ୨୭/୦୫/୨୦୨୩: ଗତକାଲି ଦୈନିକ ଆଶାରେ ଆଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନ ଗଙ୍ଗାପୁର ପଞ୍ଚାୟତର ପାହାଡ଼ ପର୍ବତ ଘେରା ଦଳିତ ବସ୍ତି ରାଧାନଗରର ୬୦ ବର୍ଷୀୟ ଯକ୍ଷ୍ମାରୋଗୀ ସୁରେନ୍ଦ୍ର ନାଇକଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଖବର ପ୍ରସାରିତ ହେଲା ପରେ ଜିଲ୍ଲା ପ୍ରଶାସନ କ୍ରିୟାଶୀଳ ହୋଇଥିବା ଜଣାପଡିଛି ।ସ୍ଥାନୀୟ ଆଶାକର୍ମୀଙ୍କ ଦ୍ଵାରା ରାତି ପ୍ରାୟ ସାଢେ଼ ୯ ଟା ବେଳେ ସୁରେନ୍ଦ୍ରଙ୍କୁ ଚିକିତ୍ସା ପାଇଁ ଅଟୋ ଦ୍ଵାରା ଆଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯିବା ସହ ସ୍ବାସ୍ଥ୍ୟାବସ୍ଥାର ଯାଞ୍ଚ କରାଯାଇଛି । ଅଧିକ ଉନ୍ନତ ନିଦାନ ଓ ଚିକିତ୍ସା ପାଇଁ ତାଙ୍କୁ ରାତାରାତି ବ୍ରହ୍ମପୁର ବଡ଼ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି । ଏହି କ୍ରମରେ ଆଜି ଯକ୍ଷ୍ମା ରୋଗୀଙ୍କୁ ପୋଷଣ ଖାଦ୍ୟ ବିତରଣ କରୁଥିବା ଶୁଭକାମନା ଚାରିଟେବଲ୍ ଟ୍ରଷ୍ଟ ଅଧ୍ୟକ୍ଷ ମନୋଜ କୁମାର ରଥଙ୍କ ସହ ପହୁମୁଖି ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଅନିଲ କୁମାର ମିଶ୍ର , ମହିଳା ସ୍ବାସ୍ଥ୍ୟକର୍ମୀ ଜ୍ୟୋତିର୍ମୟୀ ପାତ୍ର, ଗଙ୍ଗାପୂର ସିଏଚଓ ପ୍ରିୟଙ୍କା ବେହେରା , ଆଶାକର୍ମୀ ରୁନୁ ପ୍ରଧାନ ପ୍ରମୁଖ ରାଧାନଗରରେ ପହଞ୍ଚି ଯକ୍ଷ୍ମାରୋଗୀ ସୁରେନ୍ଦ୍ରଙ୍କ ପରିବାରକୁ ଭେଟି ଆଶୁ ଆରୋଗ୍ୟ କାମନା କରିବା ସହ ପଡ଼ାବାସିନ୍ଦାଙ୍କୁ ଏକତ୍ର କରି ଯକ୍ଷ୍ମା ରୋଗ ନିରାକରଣ ଜନିତ ସାବଧାନତା ଏବଂ ରୋଗ ଲକ୍ଷଣକୁ ନେଇ ସାଧାରଣରେ ସଚେତନା କରିଛନ୍ତି । ଏହା ସହିତ ଯକ୍ଷ୍ମାରୋହ ଜନିତ ନିଃଶୁଳ୍କ ସରକାରୀ ଚିକିତ୍ସା ବ୍ୟବସ୍ଥା ସମନ୍ଧରେ ଅନୁପ୍ରାଣିତ କରିବା ସହ ଅଞ୍ଚଳ ତଥା ସମ୍ପ୍ରଦାୟରେ ଚାଲୁ ରହିଥିବା ଅତିଶୟ ମଦ୍ୟପାନ ଯକ୍ଷ୍ମାରୋଗ ନିରାକରଣର ବାଧକ ହୋଇଥିବାରୁ ମଦ୍ୟପାନ ଠାରୁ ରୋଗୀଙ୍କୁ ଦୂରେଇ ରହିବାକୁ ସଚେତନା କରିଛନ୍ତି । କାର୍ଯ୍ୟକ୍ରମ ଅବସରରେ ଶୁଭକାମନା ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ଅଧ୍ୟକ୍ଷ ମନୋଜ କୁମାର ରଥଙ୍କ ଦ୍ଵାରା ଯକ୍ଷ୍ମାରୋଗ ପୀଡ଼ିତ ସୁରେନ୍ଦ୍ରଙ୍କ ଉଦ୍ଧେଶ୍ୟରେ ତାଙ୍କ ଝିଅଙ୍କୁ ଚଳିତ ମାସର ପୋଷଣ ଯୁକ୍ତ ଖାଦ୍ୟ ପ୍ୟାକେଟ ପ୍ରଦାନ କରାଯାଇଛି । ଏହା ସହିତ ଟ୍ରଷ୍ଟ ପକ୍ଷରୁ ପୀଡ଼ିତଙ୍କ ସୁଷମା ପରିପୂରକ ଖାଦ୍ୟ ପାଇଁ କିଛି ଅନୁକମ୍ପା ରାଶି ମଧ୍ୟ ପ୍ରଦାନ କରାଯାଇଛି । ଟ୍ରଷ୍ଟ ପକ୍ଷରୁ ଉପଦେଷ୍ଟା ଜଗନ୍ନାଥ ପଣ୍ଡା ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବରିଷ୍ଠ ଯକ୍ଷ୍ମାରୋଗ ନିରୀକ୍ଷକ ଶିବ ସୁନ୍ଦର ଦାଶ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନିୟମିତ ନିରୀକ୍ଷଣ କରିବାକୁ ତତ୍ପରତା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here