Home ବ୍ରହ୍ମପୁର ସ୍ପେଶାଳ ବିଦ୍ୟୁତ ସ୍ପର୍ଶରେ ଯୁବକ ମୃତ

ବିଦ୍ୟୁତ ସ୍ପର୍ଶରେ ଯୁବକ ମୃତ

0
135

ରାଇରଙ୍ଗପୁର, ୦୪/୦୬/୨୦୨୩: ବିଶୋଇ ଥାନା ଅନ୍ତର୍ଗତ ଜାମ୍ବିଲା ଗ୍ରାମର ଜନୈକ ଯୁବକ ଆଜି ସକାଳ ୭ ଟା ସମୟରେ ବିଦ୍ୟୁତ ସ୍ପର୍ଶରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ରବିବାର ସକାଳ ସାତଟା ସମୟରେ ଦାବିଲା ଗ୍ରାମର‌ ଶରତ ନାୟକଙ୍କ ୨୪ ବର୍ଷର ପୁଅ ହେମନ୍ତ ନାୟକ ପୁଅ ହେମନ୍ତ ନାୟକ ନିଜ ଘର ଭିତରେ ବିଦ୍ୟୁତ ମରାମତି କରୁଥିବା ସମୟରେ କୌଣସି କାରଣରୁ ବିଦ୍ୟୁତ ସ୍ପର୍ଶରେ ତଳେ ପଡ଼ିଯାଇଥିଲା।ପରେ ତା ମା, ପୁଅର ଅବସ୍ଥା ଦେଖି ପାଟି କରିଥିଲା।ପାଟି ଶୁଣି ପଡୋଶି ଲୋକେ ଦୌଡ଼ି ଆସି ମୂଖ୍ୟ ବିଦ୍ୟୁତ୍ ସଂଯୋଗକୁ କାଟି ହେମନ୍ତକୁ ଉଦ୍ଧାର କରି ସ୍ଥାନୀୟ ମଣଦା ମେଡ଼ିକାଲକୁ ନେଇ ଯାଇଥିଲେ ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଉକ୍ତ ଘଟଣାକୁ ଆଧାର କରି ବିଶୋଇ ଥାନା ଅଧିକାରିଣୀ ମିନି ଭୋଈ ବିଶୋଇ ଥାନା କେଶ୍ ନମ୍ବର ୧୦/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି। ତେବେ ଏ ନେଇ ଗ୍ରାମ ବାସୀ ଟାଟା ପାଓ୍ଵାରକୁ ଇଙ୍ଗିତ କରିବା ସହିତ ବୁଢା ବାପା ମା ର ଏକମାତ୍ର ରୋଜଗାର କ୍ଷମ ପୁଅର ବିୟୋଗରେ ପ୍ରଶାସନ କ୍ଷତିପୂରଣ ଦାବି ପାଇଁ ଗଣମାଧ୍ୟମ ରେ ପ୍ରକାଶ କରିଛନ୍ତି।
ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!