ସ୍ଵଳ୍ପ ସଞ୍ଚୟ ଅଭିକର୍ତାଙ୍କ ସଚେତନତା ଶିବିର ଅନୁଷ୍ଠିତ

0
203

ବ୍ରହପୁର, ୧୦/୦୬/୨୦୨୩: ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ଵଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ଆଜି ସ୍ୱତନ୍ତ୍ର ପ୍ରଦକ୍ଷଣ ଗୃହ ବ୍ରହ୍ମପୁର ର ସମ୍ମିଳନୀ କକ୍ଷରେ ସ୍ଵଳ୍ପ ସଞ୍ଚୟ ଅଭିକର୍ତ୍ତାଙ୍କ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ମୁଖ୍ୟ ଅତିଥି ଭାବେ ସ୍ଵଳ୍ପ ସଞ୍ଚୟ ବିଭାଗ ର ଯୁଗ୍ମ ସଚିବ ଶ୍ରୀ ପ୍ରଶାନ୍ତ କୁମାର ମିଶ୍ର ଯୋଗ ଦେଇ ସମସ୍ତ ସ୍ଵଳ୍ପ ସଞ୍ଚୟ ପତିନିଧି ମାନଙ୍କୁ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ ।ଆୟ କିପରି ବଢିବ, ଜନ ସମ୍ପର୍କ ବଢାଇବେ , କଥାବାର୍ତ୍ତା ରେ ଶାଳୀନତା ରକ୍ଷା କରିବେ ଆଦି ବିଷୟରେ ପ୍ରତିନିଧି ମାନଙ୍କୁ ବୁଝାଇଥିଲେ ।ସ୍ଵଳ୍ପ ସଞ୍ଚୟ ଦ୍ଵାରା ଆମ ଦେଶର,ରାଜ୍ୟ ର ଉନ୍ନତି ହେଉଛି ବୋଲି ବକ୍ତବ୍ୟ ରଖିଥିଲେ l ସମ୍ମାନିତ ଅତିଥି ଭାବରେ ବ୍ରହ୍ମପୁର ଡେପୁଟି କଲେକ୍ଟର ଶ୍ରୀମତୀ ଶୁଭଶ୍ରୀ ରଥ ଯୋଗଦେଇ ଟଙ୍କା ର ଆଭିମୁଖ୍ୟ ବିଷୟରେ ଜଣାଇଥିଲେ l ଟଙ୍କା କୁ ବହୁବିଧ ନିବେଶ କରି ଭବିଷ୍ୟତ ରେ ଆର୍ଥିକ ସ୍ୱଚ୍ଛଳ କିପରି ହୋଇପାରିବେ ସେହି ବିଷୟରେ ବୁଝାଇଥିଲେ l ନିଜେ ସଚେତନ ହେବା ସହିତ ଅନ୍ୟକୁ ସଚେତନ କରିବାକୁ ଆବଶ୍ୟକ ବୋଲି କହିଥିଲେ l ସେହିପରି ଅନ୍ୟତମ ଅତିଥି ଉପ ସଚିବ ଶ୍ରୀ ହରି ଚରଣ ମିଶ୍ର ନିଜର ବକ୍ତବ୍ୟ ରେ ଯେଉଁମାନେ ରାଜ୍ୟ ଓ ଜାତୀୟ ସ୍ତରରେ ବିଭିନ୍ନ ଯୋଜନା ରହିଛି ସେହି ଯୋଜନା ଗୁଡିକରେ ସଞ୍ଚୟ କରି ଡାକ ଘର ସଞ୍ଚୟ ଖାତା, କିଶାନ ବିକାଶ ପାତ୍ର, ପବ୍ଲିକ ପ୍ରୋଭିଦେଣ୍ଟ ଫଣ୍ଡ,ସୁକନ୍ୟା ଯୋଜନା ଆଦି ବିଷୟରେ ଅବଗତ କରାଇଥିଲେ l ସମସ୍ତ ପ୍ରତିନିଧି ମାନଙ୍କ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ lଆଜିର ଏହି ଶିବିର ରେ ବ୍ରହ୍ମପୁର ଉପଖଣ୍ଡ ସ୍ଵଳ୍ପ ସଞ୍ଚୟ ଅଧିକାରୀ ଶ୍ରୀମତୀ ସୁମନା ପଣ୍ଡା, ଭଞ୍ଜ ନଗର ସ୍ଵଳ୍ପ ସଞ୍ଚୟ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ରଥ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଶ୍ମି ରାଣୀ ନିମାକା , ସ୍ଵଳ୍ପ ସଞ୍ଚୟ ସଂଘ ର ସଭାପତି ଅଶ୍ଵିନୀ କୁମାର ପଟ୍ଟନାୟକ ଏବଂ ବ୍ରହ୍ମପୁର ଉପଖଣ୍ଡ ର ସ୍ଵଳ୍ପ ସଞ୍ଚୟ ପ୍ରତିନିଧି ଗଣ ଉପସ୍ଥିତ ରହିଥିଲେ l

LEAVE A REPLY

Please enter your comment!
Please enter your name here