ବ୍ରହ୍ମପୁର,୧୦/୦୬/୨୦୨୩:
ଓଡିଶା ରାଜ୍ୟକୁ ଶିଶୁ ଶ୍ରମିକ ମୁକ୍ତ ରାଜ୍ୟ କରିବା ଅଭିପ୍ରାୟକୁ ନେଇ ଆଇଏସଆରଡ଼ି-ଚାଇଲ୍ଡଲାଇନ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ବ୍ରହ୍ମପୁର କେ. ସି. ପବ୍ଲିକ ସ୍କୁଲ ପରିସର ଠାରେ ଆନ୍ତର୍ଜାତୀୟ ଶିଶୁ ଶ୍ରମ ନିରୋଧ ସାପ୍ତାହିକ ଦିବସ ପାଳନ ଉପଲକ୍ଷେ ଏକ ଶିଶୁ ଶ୍ରମ ଉଚ୍ଛେଦ ସମନ୍ବିତ ବିକାଶ ସହଯୋଗ ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଅଛି ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ ଭାବେ ବ୍ରହ୍ମପୁର ମୁନିସିପାଲ କର୍ପୋରେସନର ର ଡେପୁଟି କମିଶିନର ଶ୍ରୀଯୁକ୍ତ ବିନୋଦ କୁମାର ବେହେରା ଯୋଗ ଦେଇ ୧୯୯୦ ମସିହାରେ ଥିବା ଶିଶୁ ମାନଙ୍କର ସମସ୍ୟା ଆଜି ବହୁତ ପରିମାଣରେ ସମାଧାନ ହୋଇ ଯାଇଛି ଏଥ୍ ପାଇଁ ପ୍ରଶାସନିକ ଉଦ୍ୟମ ସମାଜ ସେବି ମାନଙ୍କର କାର୍ଯ୍ୟରତ ବୁଦ୍ଧିଜିବୀ ମାନଙ୍କର ସହଯୋଗ ଆଜି ପ୍ରତ୍ୟେକ ପରିବାର ପାଖରେ ଶିଶୁ
ମାନଙ୍କର ଅଧିକାର ବିଷୟରେ ପହଞ୍ଚି ପାରିଛି ।କେତେକ ପରିବାରର ପିଲାମାନଙ୍କ ଦ୍ବାରା ଆର୍ଥିକ ରୋଜଗାର ମନଭାବ ନେଇ ସମାଜରେ ପିଲାମାନଙ୍କୁ ବିଭିନ୍ନ କାମରେ ନିୟୋଜିତ କରୁଥିବା ଜଣା ପଡିଛି ବୋଲି ମତ ପ୍ରକାଶ କରିଥିଲେ । ୧୪ ବର୍ଷରୁ କମ ବର୍ଷର ଶିଶୁ ମାନଙ୍କୁ କୌଣସି ବିପଦ ସଙ୍କୁଳ କାର୍ଯ୍ୟ ରେ ନିଯୋଜିତ କରିବା ଏବଂ କରାଇବା ଏକ ଦଣ୍ଡନୀୟ ଅପରାଧ ଅଟେ । ଶିଶୁ ମାନଙ୍କୁ ଉକ୍ତ ବୟସରେ ଶିକ୍ଷା ପ୍ରତି ଆକ୍ରୁରୁଷ୍ଟ କରାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବା ଆବଶ୍ୟକତା ରହିଛି ଶିଶୁ ମାନଙ୍କୁ ବଞ୍ଚିବାର ଅଧିକାର, ସୁରକ୍ଷାର ଅଧିକାର, ବିକାଶର ଅଧିକାର ଏବଂ ସହଭାଗୀତାର ଅଧିକାର ବିଷୟରେ ଆଲୋଚନା କରିଥିଲେ । ଜିଲ୍ଲା ସୂଚନା ଅଧିକାରୀ ଶ୍ରୀ ରବି ନାରାୟଣ ବେହେରା ଆମ୍ଭ ଚତୁପାର୍ଶରେ ନିଜ ଗାଁ ଠାରୁ ସହର ପର୍ଯ୍ୟନ୍ତ ଶିଶୁ ମାନଙ୍କୁ ଶିଶୁ ଶ୍ରମିକ ହେବ ପାଇଁ ଦେବା ନାହିଁ ଏବଂ କେ. ସି. ପବ୍ଲିକ ସ୍କୁଲ ଅଧକ୍ଷ ଶ୍ରୀ ଅଶୋକ କୁମାର ମିଶ୍ର ଶିଶୁ ମାନଙ୍କ ସୁରକ୍ଷା ପାଇଁ ସରକାର ଶିଶୁଙ୍କ ପ୍ରତି ନେଉଥିବା ଦାୟିତ୍ଵକୁ ପରାମର୍ଶ ନେବା ଏବଂ ଶିଶୁ ମାନଙ୍କୁ ଯନ୍ତ୍ର ଓ ସୁରକ୍ଷା ଆବଶ୍ୟକ ହେଲେ ଚାଇଲ୍ଡଲାଇନ ଙ୍କୁ ଜଣାଇବା ବିଷୟରେ କହିଥିଲେ । ଆଇଏସଆରଡ଼ି ଚାଇଲ୍ଡଲାଇନ ନିର୍ଦ୍ଦେଶକ ଶ୍ରୀ ସୁଧୀର ସାବତ ଶିଶୁ ଶ୍ରମିକ ମୁକ୍ତ ପାଇଁ ଏକ ଶପଥ ପାଠ କରାଇଥିଲେ।





