ବ୍ରହ୍ମପୁର,୧୭/୦୬/୨୦୨୩:ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ହୋଟେଲ ସ୍ପେକ୍ଟୋମ ବୈଠକ ଗୃହରେ ବ୍ରହ୍ମପୁର ଅସ୍ଥି୍ସଲ୍ୟ ମଞ୍ଚର ଏକ ବୌଦ୍ଧିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଡାକ୍ତର ସଙ୍କର୍ଷଣ ପାତ୍ରଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ପଦ୍ମଶ୍ରୀ ଡାକ୍ତର.କୃଷ୍ଣ ମୋହନ ପାଠୀ, ଓଡିଶା ଅସ୍ଥି୍ଶଲ୍ୟ ସଂଘର ସଭାପତି ଡା. କେ ସସ୍କର ରାଓ ଓ ବରିଷ୍ଠ ସଦସ୍ୟ ବୃନ୍ଦାବନ ବିଷୋୟୀ ମଞ୍ଚାସୀନ ଥିଲେ ।ସହଯୋଗୀ ପ୍ରାଧ୍ୟାପକ ଡା. ସୁଧୀର କୁମାର ମହାପାତ୍ର ୟୁରିସିମିଆ ଓ ଗାଉଟର ଆଧୁନିକ ଚିକିତ୍ସା ବିଷୟରେ ତାଙ୍କର ସାଦର୍ଭ ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମଞ୍ଚର ସଭ୍ୟ ମାନେ ଓ ସ୍ନାତକୋତ୍ତର ଛାତ୍ର ମାନେ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶ୍ୟ ଗ୍ରହଣ କରିଥିଲେ। ବ୍ଲିସନ ଫାର୍ମା ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।





