ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ

0
239

ଛତ୍ରପୁର,୧୮/୦୬/୨୦୨୩:ସମ୍ଭାବ୍ୟ ବନ୍ୟା ଓ ବାତ୍ୟା କୁ ଆଖ୍ ଆଗରେ ରଖି ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ), ଶ୍ରୀ ପ୍ରିୟରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଓଡିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହାୟତାରେ ଆଜି ପୂର୍ବାହ୍ନ ସମୟରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସ୍ଥିତ ସଦଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଯାଇଅଛି । ଟେବୁଲ ଟପ୍ ଏକସରସାଇଯର ଗୁରୁତ୍ଵ ଓ ଉଦ୍ଧେଶ୍ୟ ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଅବଗତ କରାଇଥିଲେ । ବନ୍ୟା ଓ ବାତ୍ୟାଭଳି ପ୍ରକୃତିକ ବିପର୍ଯ୍ୟୟର ସଠିକ ମୁକାବିଲା ନିମନ୍ତେ ସଜାଗ ଓ ପ୍ରସ୍ତୁତ ରହିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ସମସ୍ତ ବିଭଗିୟ ଅଧିକାରୀ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ନିଜ ନିଜର ବିଭାଗୀୟ ପ୍ରସ୍ତୁତି ସମ୍ବନ୍ଧୀୟ ବିଷୟବସ୍ତୁ ଉପସ୍ଥାପନା କରିଥିଲେ। ଆସନ୍ତା ୧୯ ତାରିଖରେ ଜିଲ୍ଲାର ସମସ୍ତ ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀରେ ମକ୍ ଡ୍ରିଲ ଏକସରସାଇଜକୁ ସଠିକ ଭାବେ ପରିଚାଳନା କରିବା ପାଇଁ ନିର୍ଦେଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ତରଫରୁ ଶ୍ରୀ ସୁତନୁ ଠାକୁର, ରାଜ୍ୟ ପ୍ରକଳ୍ପ ଅଧିକାରୀ ଯୋଗଦେଇଥିଲେ । ଡେପୁଟି କଲେକ୍ଟର, ଶ୍ରୀ ସୁକାନ୍ତ ଚନ୍ଦ୍ର ମିଶ୍ର (ଜିଲ୍ଲା ଜରୁରୀ କାଳୀନ ଅଧିକାରୀ) ଉପସ୍ଥିତ ଥିଲେ । ପରିଶେଷରେ ଏହି କର୍ମଶାଳା ରେ ଜିଲ୍ଲା ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ର ଜିଲ୍ଲା ପ୍ରକଳ୍ପ ଅଧିକାରୀ,ଶ୍ରୀ ଦେବେନ୍ଦ୍ର ନାୟକ ବୈଠକ ରେ ଯୋଗଦାନ କରିଥିବା ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ସ୍ୱେଛାସେବୀ ସଂଗଠନ ଓ ସମସ୍ତ ପ୍ରତିଭାଗୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here