ଆସନ୍ତା ୨୩ ରେ ରାଜ୍ୟସାରା ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିବେ ଆଉଟସୋର୍ସିଂ କର୍ମଚାରୀ

0
350

ବ୍ରହ୍ମପୁର,୧୮/୦୬/୨୦୨୩:
ରାଜ୍ୟରୁ ଆଉଟସୋର୍ସିଙ୍ଗ ବ୍ୟବସ୍ଥା ଉଛେଦ ସହ ସ୍ଥାୟୀ ନିଯୁକ୍ତି,କାର୍ଯ୍ୟକ୍ଷେତ୍ର ରେ ଚାକିରୀ ର ସୁରକ୍ଷା,ଛଟେଇ ହୋଇଥିବା କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ସମେତ ୭ ଦଫା ଦାବି ନେଇ ଆସନ୍ତା ୨୩ ରେ ରାଜ୍ୟ ର ସମସ୍ତ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିବେ ଆଉଟସୋର୍ସିଂ କର୍ମଚାରୀ ମହାସଂଘ।ରାଜ୍ୟରେ ବିଭିନ୍ନ ବିଭାଗ ରେ ସ୍ୱଳ୍ପ ଦରମା ରେ କାର୍ଯ୍ୟରତ କର୍ମଚାରୀ ମାନେ ଗତ ନଭେମ୍ବର ୨୬ ଓ ପରବର୍ତୀ ସମୟ ମାର୍ଚ୍ଚ ୨୬ ରେ ଦୁଇ ଦୁଇଥର ରେ ରାଜ୍ୟ ସ୍ତରୀୟ ଆନ୍ଦୋଳନ ମାଧ୍ୟମ ରେ ନିଜର ବହୁଦିନ ର ସ୍ଥାୟୀ ନିଯୁକ୍ତି ଦାବୀ କୁ ନେଇ ସରକାର ଙ୍କ ଦୃଷ୍ଟି କୁ ଆଣିଥିଲେ ମଧ୍ୟ ରାଜ୍ୟ ସରକାର କେବଳ ପ୍ରତିଶୃତି ଦେଇ ଏ ପର୍ଯ୍ୟନ୍ତ ଦାବିକୁ ପୂରଣ ନ କରି ଦିନ ଗଡ଼ାଇ ଚାଲିଛନ୍ତି I ଏହାକୁ ନେଇ ଆଉଟସୋର୍ସିଂ ମହାସଂଘ ପୁନଶ୍ଚ ସମ୍ପୂର୍ଣ୍ଣ କାର୍ଯ୍ୟାବନ୍ଦ ଆନ୍ଦୋଳନ କରିବା ଓହ୍ଲାଇ ବାକୁ ପୂର୍ବରୁ ଆସନ୍ତା ତାରିଖ ରେ ରାଜ୍ୟ ସାରା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ କରିବା ର ରାଜ୍ୟ କମିଟି ର ନିଷ୍ପତ୍ତି କ୍ରମେ ଆଜି ଗେଟବଜାର ଏନଜିଓ ହଲ ରେ ଗଞ୍ଜାମ ଜିଲ୍ଲା କମିଟି ର ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ସଭାପତି ବିଜୟ ମଲ୍ଲିକ ଙ୍କ ଅଧ୍ୟାକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା କମିଟି ର ନିଷ୍ପତ୍ତି କ୍ରମେ ଗଞ୍ଜାମ ଜିଲ୍ଲା ରେ ଜିଲ୍ଲାପାଳ ଙ୍କ ଅଫିସ ଘେରାଉ ସହ ବିଶାଳ ରାଲି ସହ ଶତାଧିକ କର୍ମଚାରୀ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଙ୍କୁ ମଧ୍ୟ ଦାବୀପତ୍ର ପ୍ରଦାନ କରିବେ I ଯଦି ମାସକ ଭିତରେ ଦାବୀ ପୂରଣ ନ ହୁଏ ତେବେ ସମ୍ପୂର୍ଣ କାର୍ଯ୍ୟାବନ୍ଦ ସହ ମୁଖ୍ୟମନ୍ତ୍ରୀ ଙ୍କ ବାସଭବନ ଘେରାଉ କରାଯିବାର ପ୍ରସ୍ତାବ ରହିଛି Iଗଞ୍ଜାମ ଜିଲ୍ଲା କମିଟି ତରଫରୁ ବିଭିନ୍ନ ବିଭାଗ ର ଆଉଟସୋର୍ସିଂ କର୍ମଚାରୀ ମାନଙ୍କ ପ୍ରତିନିଧି ମାନଙ୍କୁ ନେଇ ଅନୁଷ୍ଠିତ ଏହି ବୈଠକ ରେ ଭାଲଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ ବର୍ତମାନ ର ସରକାର ଭୁଆଁ ବୁଲାଇବା ସରକାର ବୋଲି ଅବିହିତ କରିବା ସହିତ ସମସ୍ତ ସରକାର ଯୋଜନା ଗୁଡିକୁ ସଫଳ କରିବାରେ ମୁଖ୍ୟ ଭୂମିକା ନେଉଥିବା କର୍ମଚାରୀ ମାନଙ୍କୁ ଅଣଦେଖା କରିବା ନିଶ୍ଚିତ ରୂପେ ସରକାର ଙ୍କ ଆର୍ଥିକ ପରିଚାଳନା ବିଫଳତା କୁ ପଦାରେ ପକାଉଛନ୍ତି ବୋଲି କହିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ମହାସଂଘ ର ରାଜ୍ୟ ଆବାହକ ପ୍ରତାପ ପ୍ରଧାନ, ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ପ୍ରଶାନ୍ତ ମହାରଣା, ଲକ୍ଷ୍ମୀ ନୃସିଂହ ରଥ ପ୍ରମୁଖ ପ୍ରମୁଖ ଉପସ୍ଥିତ ଥିଲେ I ମହାସଂଘ ର ଉପ ସଭାପତି ଜୟରାମ ରାଓ, ସମ୍ପାଦକ ବିନାୟକ ପତି,ସାଙ୍ଗଠନିକ ସମ୍ପାଦକ ସୁନୀଲ ଦାସ,ପଂଚାୟତ କର୍ମଚାରୀ ନେତା ମିହିର ବିଶ୍ୱାଳ, ଅମରେସ ବେହେରା, ଆଦର୍ଶ ବିଦ୍ୟାଳୟ ରାଜ୍ୟ ସଭାପତି,ପ୍ରଶାନ୍ତ ପରିଛା,ସ୍ୱାସ୍ଥ୍ୟ କର୍ମଚାରୀ ନେତା ଏନ. ନିରଞ୍ଜନ ଦାସ, ହିମାଂଶୁ ପଟ୍ଟନାୟକ, ସୁନୀଲ ପାତ୍ର, ଦେବାଶିଷ ତ୍ରିପାଠୀ,ବିଶ୍ଵରଞ୍ଜନ,ସୁଧୀର ସାହୁ, ପୂର୍ଣ୍ଣପ୍ରିୟା ପାତ୍ର, ଗୋକୁଳ ଗୌଡ଼, ଶ୍ରୀକାନ୍ତ ଚୌଧୁରୀ, ଙ୍କ ସହ ବିଭିନ୍ନ ବିଭାଗ ର କର୍ମଚାରୀ ନେତା ମାନେ ଉପସ୍ଥିତ ଥିଲେ I

LEAVE A REPLY

Please enter your comment!
Please enter your name here