ଗୋପବନ୍ଧୁଙ୍କ ୯୫ ତମ ଶ୍ରାଦ୍ଧ ଦିବସରେ ମୌଲାଭଞ୍ଜା ଗୋପବନ୍ଧୁ ନଗର ସ୍ଥିତ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତୀ ରେ ପୁଷ୍ପମାଲ୍ୟାର୍ପଣ

0
257

ବ୍ରହ୍ମପୁର ,୧୮/୦୬/୨୦୨୩ : ସ୍ଵାଧୀନତା ପୂର୍ବବର୍ତ୍ତୀ ଉତ୍କଳର ମାନବସେବାର ମହାନ୍ ପ୍ରତୀକ ପ୍ରଗାଢ ଦେଶଭକ୍ତ , ସେବା ଓ ତ୍ୟାଗର ଜୀବନ୍ତ ଚେହେରା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଆଜି ୯୫ତମ ଶ୍ରାଦ୍ଧବାର୍ଷିକୀ ଆଜି ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ମୌଳାଭଞ୍ଜା ପଞ୍ଚାୟତର ଗୋପବନ୍ଧୁ ନଗର ଠାରେ ପାଳିତ ହୋଇଯାଇଛି । ଆୟୋଜିତ ଏହି ପାଳନ ଦିବସ ଅବସରରେ ଗୋପବନ୍ଧୁଙ୍କର ଠାରେ ସାନଖେମୁଣ୍ଡି ବ୍ଲକ ଜନପ୍ରତିନିଧିଙ୍କ ସମେତ ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର ଗୋଷ୍ଠି ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ , ସରପଞ୍ଚ ବର୍ଷା ସେଠୀ, ସମିତି ସଭ୍ୟା ମାଧବୀ ସ୍ୱାଇଁ ପ୍ରମୁଖ ମହାନ୍ ଦେଶଭକ୍ତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସୂଚନା କ୍ରମରେ ୧୯୯୦ ମସିହାର ପ୍ରଳୟଙ୍କରୀ ବନ୍ୟା ସ୍ରୋତରେ ଘୋଡାହାଡ ନଦୀ ସିମାବର୍ତ୍ତି ଅଞ୍ଚଳ ଧୋଇହୋଇ ପ୍ରଭୂତ ଧନ ଜୀବନର କ୍ଷୟକ୍ଷତି ହୋଇଥିବା ବେଳେ ଉକ୍ତ ସମୟରେ ସେହି ମହାନ୍ ପୁରୁଷ ଗୋପବନ୍ଧୁଙ୍କ ଲୋକସେବକ ମଣ୍ଡଳ ସେବା ଅନୁଷ୍ଠାନ କ୍ଷତିଗ୍ରସ୍ତ ବେସାହାରାଙ୍କୁ ସହଯୋଗର ହାତ ବଢ଼ାଇ ସେମାନଙ୍କ ଜୀବନ ଜୀବିକାର ପୁନରୁଥାନ କରିଥିଲା ।ଅକୁଣ୍ଠ ଆର୍ଥିକ ସହାୟତା ସହ ସେମାନଙ୍କୁ ବାସଗୃହ ପ୍ରଦାନ କରିଥିଲା । ଆଜି ସେହି ମାନବସେବାର ପ୍ରବାଦ ପୁରୁଷଙ୍କୁ ତାଙ୍କ ଶ୍ରାଦ୍ଧ ଦିବସରେ ଭକ୍ତିପୂତ ପ୍ରଣାମ ସହ ପୁଷ୍ପମାଲ୍ୟ ଅର୍ପଣ କରି ଆଦର୍ଶ ନିଷ୍ଠାପର ସେବାକୁ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ସମୂହ ନିଜନିଜ ବକ୍ତବ୍ୟ ରଖିଥିଲେ । ମାନବସେବାକୁ ଜୀବନର ବ୍ରତ ଭାବେ ନିଜକୁ ଉଚ୍ଛର୍ଗ କରିଥିବା ସେହି ମହାପୁରୁଷଙ୍କ ସ୍ମୃତି ଚାରଣ କରିବା ସହ ନିଜକୁ ଧନ୍ୟ ମନେକରୁଥିବା ନେଇ ଅଧ୍ୟକ୍ଷ ଶ୍ରୀ ପାତ୍ର ନିଜ ପ୍ରତିକ୍ରିୟା ରଖିଥିଲେ । କାର୍ଯ୍ୟକ୍ରମ ଅବସରର ସାନଖେମୁଣ୍ଡି ସମାଜ ପ୍ରତିନିଧି ପଦ୍ମ ଲୋଚନ ପାଣିଗ୍ରାହୀ, ସରପଞ୍ଚ ପ୍ରତିନିଧି ପିଣ୍ଟୁ ସେଠୀ, ସମିତି ସଭ୍ୟା ପ୍ରତିନିଧି ଶରତ କୁମାର ସ୍ବାଇଁ, ଜିଲ୍ଲା ପରିଷଦ ପ୍ରତିନିଧି , ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ସଭ୍ୟା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରଞ୍ଜନ ସେଠୀ, ସିମାଞ୍ଚଳ ସାହୁ , ଅଭିମନ୍ୟୁ ସାହୁ, ଶିବ ସେଠୀ, ରତ୍ନାକର ସାହୁ, ବଇଁଶୀ ସେଠୀ, କସ୍ତୁରୀ ସେଠୀ, ସଞ୍ଜୁ ସେଠୀ,ଗୀତା ବେହେରା, ବଙ୍ଗାଳୀ ବେହେରା,ବି ସୁବାସି ଦୋରା ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here