ଏନ.ସି.ସି ଓ ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟ୍ ର ସହଭାଗିତା ରେ ରକ୍ତଦାନ ଶିବିର

0
241

ବ୍ରହ୍ମପୁର,୧୯/୦୬/୨୦୨୩:ବ୍ରହ୍ମପୁର ଏନ୍ ସି ସି ହେଡ୍ କ୍ବାଟର ଗୃପ୍ ଏବଂ ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟ୍ରର ସହଭାଗିତାରେ ଧର୍ମ ନଗରସ୍ଥିତ ରୋଟାରୀ କମ୍ଯୁନିଟି ହଲ୍ ରେ ଏକ ରକ୍ତ ଦାନ ଶିବିର ସଂଗଠିତ ହୋଇଯାଇଛି ।ଏହି ଶିବିରକୁ ଗୃପ୍ ହେଡ୍ କ୍ବାଟର ର ମୁଖ୍ୟ ଡଃ ମେଜର ସୌରଭ ତିୟ୍ବାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜୋଳନ କରି ଉଦ୍ ଘାଟନ କରିଥିଲେ ଏବଂ ନିଜେ ରକ୍ତ ଦାନ କରି ଶୁଭାରମ୍ଭ କରିଥିଲେ ।ଶୁବେଦାର ମେଜର ଆର୍.ଏନ୍.ସୁବୁଦ୍ଧି ଏବଂ ବ୍ରହ୍ମପୁର ରକ୍ତଦାନ ରକ୍ତ ବ୍ୟାଙ୍କ୍ ର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ରଶ୍ମିତା ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ରକ୍ତ ଦାନର ମହତ୍ତ୍ଵ ସମ୍ପର୍କରେ ଉପସ୍ଥିତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।ବିଶେଷକରି ବାହାନଗା ଠାରେ ଘଟିଯାଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ଆହତଙ୍କୁ ରକ୍ତ ଦାନ କରିବା ପାଇଁ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା ସେ ସଂକ୍ରାନ୍ତରେ ଅତିଥି ମାନେ ଆଲୋଚନା କରିଥିଲେ ।କ୍ଳବର ସଭାପତି ସୁମିତ୍ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଇ କାର୍ଯ୍ୟକ୍ରମରେ ସଂପାଦକ ଜଗଜୀବନ ପାତ୍ର କ୍ଳବର ବିବରଣୀ ପ୍ରଦାନ କରିଥିଲେ ଏବଂ ପ୍ରଜେକ୍ଟ ଡାଇରେକ୍ଟର ଅଜିତ କୁମାର ପୃଷ୍ଟି ରକ୍ତ ଦାନ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ ।କ୍ଳବର ପବ୍ଲିକ୍ ଇମେଜ୍ ଚେୟାରମ୍ୟାନ୍ କାମରାଜୁ ମହାରଣା ଙ୍କ ସମେତ ପୂର୍ବତନ ସଭାପତି ବୃନ୍ଦ ଗଦାଧର ରାଉଳ, ଅରୁଣ ଚାନ୍ଦ ଦାଶ, ପ୍ରଦୀପ କୁମାର ପଣ୍ଡା,କୁଶ ପାତ୍ର, ସୁଧାଂଶୁ ଶେଖର ଖଡଗ ରାୟ ,ଆସନ୍ତା ବର୍ଷର ସଭାପତି ନାରସୁ ଜେନା, ଲିଙ୍ଗରାଜ ସ୍ବାଇଁ, ଜୟନ୍ତ କିଶୋର ପାତ୍ର, ଭି. ମଧୁ, ଏମ୍.ମନୋଜ,ଦୁର୍ଗା ରାଓ ଏବଂ ଏନ୍ ସି ସି ଫାଷ୍ଟ ଅଫିସର୍ ଭିକାରୀ ଗୌଡ ପ୍ରମୁଖ ଉପସ୍ଥିତ ରହି ରକ୍ତ ଦାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଏଇ ଶିବିରରେ ୩୭ ୟୁନିଟ ରକ୍ତ ସଂଗ୍ରହ କରା ଯାଇ ଥିଲା।ଏ ପର୍ଯ୍ୟନ୍ତ ୧୦୮ ଥର ରକ୍ତ ଦାନ କରିଥିବା ଆସ୍କାର ଲକ୍ଷ୍ମୀ ନାରାୟଣ ପାତ୍ରଙ୍କୁ କ୍ଳବ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଶ୍ରୀ ପାତ୍ର ରକ୍ତ ଦାନରେ ନିଜର ଅଭିଜ୍ଞତା ବର୍ଣ୍ଣନା କରିଥିଲେ ।

LEAVE A REPLY

Please enter your comment!
Please enter your name here