ବ୍ରହ୍ମପୁର,୨୧/୦୬/୨୦୨୩:ଆଜି ସ୍ଥାନୀୟ ଲିଙ୍ଗରାଜ ନଗର ସ୍ଥିତ ପଦ୍ମଶ୍ରୀ ପ୍ରଫେସର (ଡ.) କୃଷ୍ଣ ମୋହନ ପାଠୀଙ୍କ ବାସଭବନରେ ଓଷ୍ଟିଓପୋରୋସିସ ଏବଂ ଅନ୍ଯାନ୍ଯ ସ୍ବାସ୍ଥ୍ୟ ପରିକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଅସ୍ଥି ସ୍ବାସ୍ଥ୍ୟର ପରିକ୍ଷା ତଥା ଇଉରିକ୍ ଏସିଡ, ହେମୋଗ୍ଲୋବିନ, ଭିଟାମିନ ଡି -୩, ସ୍ନାୟୁ ଦୌର୍ବଲ୍ୟତା ଇତ୍ୟାଦି ପରିକ୍ଷା କରାଯାଇଥିଲା ଏବଂ ଉପଯୁକ୍ତ ଡାକ୍ତରୀ ପରାମର୍ଶ ଉପଲବ୍ଧ କରାଯାଇଥିଲା । ଏହି ଶିବିରରେ ଓଡିଶା ରାଜ୍ଯ ଯୋଜନା ବୋର୍ଡ ସଦସ୍ଯ ଶୀଯୁକ୍ତ ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ମୁଖ୍ଯ ଅତିଥି ଭାବରେ ଯୋଗଦେଇ ସ୍ବାସ୍ଥ୍ୟ ଶିବିରର ଶୁଭାରମ୍ଭ କରିଥିଲେ । ଓଡିଶା ରାଜ୍ଯ କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ ଶୀଯୁକ୍ତ ସୁବାଷ ମହାରଣା ଏବଂ ଶ୍ରୀଯୁକ୍ତ ଡି. ବିଶ୍ଵନାଥ ମଧ୍ଯ ଏହି ଶିବିରରେ ଯୋଗଦାନ କରିଥିଲେ । ଟାଉନ ଥାନାରୁ ଅନେକ ପୁଲିସ କର୍ମଚାରୀ ବି ଏହି ଶିବିରରେ ଯୋଗଦାନ କରି ନିଜ ନିଜ ସ୍ବାସ୍ଥ୍ୟ ପରିକ୍ଷା କରାଇଥିଲେ । ବ୍ରହ୍ମପୁର ତଥା ଅନ୍ଯାନ୍ଯ ଅଞ୍ଚଳର ଅନେକ ବ୍ୟକ୍ତି ସେମାନଙ୍କ ପରିବାର ସଦସ୍ଯଙ୍କ ସହ ଏହି ଶିବିରରେ ନିଜ ନିଜର ସ୍ବାସ୍ଥ୍ୟ ପରିକ୍ଷା କରାଇଥିଲେ ଏବଂ ଡାକ୍ତର. ପାଠିଙ୍କ ଠାରୁ ଡାକ୍ତରୀ ପରାମର୍ଶ ନେଇଥିଲେ । ଶ୍ରୀ ବିଭୁ ପ୍ରସାଦ ପାଠୀ, ଶ୍ରୀ ସୁରେଶ କୁମାର ପାଠୀ, ଆଇନଜୀବୀ ଶ୍ରୀ ବିଜୟ ଚନ୍ଦ୍ର ମିଶ୍ର, ଶ୍ରୀ ଏ. ରାଜା ରାଓ, ଶ୍ରୀ କୃଷ୍ଣ ଚନ୍ଦ୍ର ସାହୁ ଏବଂ ଅନ୍ୟମାନେ ଏହି ସ୍ବାସ୍ଥ୍ୟ ଶିବିରକୁ ପରିଚାଳନା କରି ଏହାକୁ ସଫଳ କରାଇଥିଲେ ।।






