ଜୁନ ମାସରେ ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ଫଇସଲା ବାବଦକୁ ଓଡ଼ିଶାର ୧୭୩୨.୪୯ କୋଟି ସଂଗ୍ରହ; ୨୫.୧୩ ପ୍ରତିଶତ ଅଭିବୃଦ୍ଧି

0
75

ଭୂବନେଶ୍ୱର,୦୧/୦୭/୨୦୨୩:

୨୦୨୩ ମସିହା ଜୁନ ମାସରେ ରାଜ୍ୟ ଜିଏସଟି (ଓଜିଏସଟି) ଓ ସମନ୍ବିତ ଜିଏସଟି (ଆଇଜିଏସଟି) ଫଇସଲା ବାବଦକୁ ଓଡିଶା ୧୭୩୨.୪୯ କୋଟି ଟଙ୍କା ସଂଗ୍ରହ କରିଛି । ୨୦୨୨ ମସିହା ଜୁନ ମାସରେ ଏହି ପରିମାଣ ଥିଲା ୧୩୮୪.୫୯ କୋଟି ଟଙ୍କା। ଫଳରେ ଏ କ୍ଷେତ୍ରରେ ୨୫.୧୩ ପ୍ରତିଶତ ଅଭିବୃଦ୍ଧି ଘଟିଛି ।ଚଳିତ ଆର୍ଥିକ ବର୍ଷର ଜୁନ ମାସ ସୁଦ୍ଧା ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ଫଇସଲା ବାବଦକୁ ଓଡିଶା ସାମଗ୍ରିକ ଭାବେ ୫୬୬୧.୯୭ କୋଟି ଟଙ୍କା ସଂଗ୍ରହ କରିଥିବା ବେଳେ ଗତ ଆର୍ଥିକ ବର୍ଷର ଜୁନ ମାସ ସୁଦ୍ଧା ଏହି ସଂଗ୍ରହ ଥିଲା ୪୩୫୦.୮୮ କୋଟି ଟଙ୍କା । ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ରହିଛି ୩୦.୧୩ ପ୍ରତିଶତ ।ସେହିପରି ୨୦୨୩ ମସିହା ଜୁନ ମାସରେ ମୋଟ ଜିଏସଟି (ରାଜ୍ୟ ଜିଏସଟି +ସମନ୍ବିତ ଜିଏସଟି + କେନ୍ଦ୍ରୀୟ ଜିଏସଟି + ଅତିରିକ୍ତ ଟିକସ) ସଂଗ୍ରହ ବାବଦକୁ ଓଡିଶା ୪୩୭୯.୯୭ କୋଟି ଟଙ୍କା ଆଦାୟ କରିଥିବା ବେଳେ ୨୦୨୨ ମସିହା ଜୁନ ମାସରେ ଏହି ପରିମାଣ ଥିଲା ୩୯୬୫.୨୮ କୋଟି ଟଙ୍କା । ଏ କ୍ଷେତ୍ରରେ ୧୦.୪୬ ପ୍ରତିଶତ ଅଭିବୃଦ୍ଧି ଘଟିଛି ।
ଅପରପକ୍ଷରେ ଚଳିତ ଆର୍ଥିକ ବର୍ଷ ଜୁନ ମାସ ସୁଦ୍ଧା ସଂଗୃହିତ ହୋଇଥିବା ସାମଗ୍ରିକ ମୋଟ ଜିଏସଟି ୧୩୮୧୩.୪୪ କୋଟି ଟଙ୍କା ହୋଇଥିବା ବେଳେ ଗତ ଆର୍ଥିକ ବର୍ଷ ଜୁନ ମାସ ସୁଦ୍ଧା ଏହି ପରିମାଣ ଥିଲା ୧୨୮୩୧.୨୬ କୋଟି ଟଙ୍କା । ଏଥରେ ୭.୬୫ ପ୍ରତିଶତ ଅଭିବୃଦ୍ଧି ଘଟିଛି ।ରାଜ୍ୟ ବାଣିଜ୍ୟକର ଏବଂ ଜିଏସଟି ବିଭାଗ ଦ୍ବାରା ଆଦାୟ କରାଯାଉଥିବା ବିଭିନ୍ନ ଟିକସ ଯଥା : ଜିଏସଟି, ଭାଟ, ପ୍ରବେଶ ଶୁଳ୍କ, ବୃଭିକର ବାବଦକୁ ୨୦୨୩ ମସିହା ଜୁନ ମାସରେ ୨୮୬୫.୦୧ କୋଟି ଟଙ୍କା ଆଦାୟ କରାଯାଇଥିବା ବେଳେ ଗତ ବର୍ଷ ଜୁନ ମାସରେ ଏହି ସଂଗ୍ରହ ପରିମାଣ ଥିଲା ୨୫୧୬.୮୧ କୋଟି ଟଙ୍କା । ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ରହିଛି ୧୩.୮୪ପ୍ରତିଶତ ।୨୦୨୩ ମସିହା ଜୁନ ମାସରେ ୧୮.୭୯ ଲକ୍ଷ ସଂଖ୍ୟକ ଇ-ୱେବିଲ ନିର୍ଗମନ ହୋଇଥିବା ବେଳେ ୨୦୨୨ ମସିହା ଜୁନ ମାସରେ ୧୫.୩୩ ଲକ୍ଷ ସଂଖ୍ୟକ ଇ-ୱେବିଲ ନିର୍ଗମନ କରଯାଇଥିଲା । ରାଜ୍ୟରେ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ଏଥୁରୁ ସୁଚିତ ହେଉଛି ।

LEAVE A REPLY

Please enter your comment!
Please enter your name here