ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ଙ୍କ କାର୍ଯ୍ୟାଳୟ ଘେରିଲେ ଆଉଟସୋର୍ସିଙ୍ଗ କର୍ମଚାରୀ।ଆସନ୍ତା ୩୧ ତାରିଖ ରେ ମୁଖ୍ୟମନ୍ତ୍ରୀ ଙ୍କ ବାସଭବନ ଘେରିବାକୁ ନିଷ୍ପତ୍ତି

0
199

ରାଜ୍ୟ ସ୍ତରୀୟ ଡାକରା କ୍ରମେ ରାଜ୍ୟ ରେ ତିନୋଟି ଦକ୍ଷିଣାଞ୍ଚଳ ଅଧୀନ ରେ ଆଉଟସୋସିଂ କର୍ମଚାରୀ ଙ୍କ ପ୍ରତିବାଦ କାର୍ଯ୍ୟକ୍ରମ ପରିପ୍ରେକ୍ଷୀ ରେ ଆଜି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର କାର୍ଯ୍ୟାଳୟ ଠାରେ ଦକ୍ଷିଣାଞ୍ଚଳ ରେ ୮ ଟି ଜିଲ୍ଲା ର ବିଭିନ୍ନ ବିଭାଗ ର ଶତାଧିକ ଆଉଟସୋର୍ସିଂ କର୍ମଚାରୀ ମାନେ ଏକ ବିଶାଳ ରାଲି ରେ ପହଞ୍ଚି ବିକ୍ଷୋଭ କରିଛନ୍ତି I ରାଜ୍ୟ କର୍ମଚାରୀ ନେତା ପ୍ରତାପ ପ୍ରଧାନ ଙ୍କ ନେତୃତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ କର୍ମଚାରୀ ମାନେ ପୂର୍ବର ସମସ୍ତ ଦାବୀ କୁ ନେଇ ପୁଣି ଆସନ୍ତା ୩୧ ତାରିଖରେ ରେ ଆନ୍ଦୋଳନ କୁ ଓହ୍ଲାଇବାକୁ ନିଷ୍ପତ୍ତି ହୋଇଛି Iପୂର୍ବରୁ ୧୦ଦଫା ଦାବିକୁ ନେଇ ମହାସଂଘ ପୂର୍ବରୁ ବହୁଥର ଆନ୍ଦୋଳନ ହୋଇଥିଲେ ମଧ୍ୟ ସରକାର କେବଳ ପ୍ରତିଶୃତି ଦେଇ ଉକ୍ତ କର୍ମଚାରୀ ମାନଂକୁ ଭଣ୍ଡାଇ ଚାଲିଛନ୍ତି ।ରାଜ୍ୟ ରୁ ଠିକା ପ୍ରଥା ସମ୍ପୂର୍ଣ୍ଣ ଉଛେଦ ହେଲା ବୋଲି ସରକାର ଘୋଷଣା କରିଥିବା ବେଳେ ପ୍ରକୃତରେ ଅସ୍ଥାୟୀ ଠିକା ପ୍ରଥା ଅଧୀନ ରେ ଥିବା ଏହି କର୍ମଚାରୀ ମାନଙ୍କ କଥା ସରକାର ପ୍ରାୟ ଭୁଲି ଯାଇଛନ୍ତି । ଏହାକୁ ନେଇ ରାଜ୍ୟ ରେ ଆଉଟସୋର୍ସିଂ କର୍ମଚାରୀ ମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ରହିଛି।
ବର୍ତମାନ ସ୍ୱଳ୍ପ ଦରମା ରେ ଏହି କର୍ମଚାରୀ ମାନେ ଅସ୍ଥାୟୀ ଭାବେ କାର୍ଯ୍ୟକରୁଛନ୍ତି I ତେଣୁ ଆଗାମୀ ଦିନରେ ଆନ୍ଦୋଳନ କୁ ଦୁର୍ବାର ରୂପ ନେବ ବୋଲି ରାଜ୍ୟ ନେତୃବୃନ୍ଦ ମାନେ ମତ ବ୍ୟକ୍ତ କରିଥିଲେ I ଉକ୍ତ କାର୍ଯ୍ୟକ୍ରମ ରେ ଓଡିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ ର ରାଜ୍ୟ ଆବାହକ ପ୍ରଭାତ ମହାନ୍ତି,ରାଜ୍ୟ ସମ୍ପାଦକ ମାନସ ଦାସ,ଦୀପକ ପ୍ରଧାନ, ଦିବ୍ୟଲୋଚନ ସ୍ୱାଇଁ, ପ୍ରମୁଖ ରାଜ୍ୟ ନେତୃମଣ୍ଡଳୀ ନିଜ ନିଜ ରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟ ଦାବୀ ଗୁଡିକ ମଧ୍ୟରେ
ରାଜ୍ୟରୁ ଆଉଟସୋର୍ସିଂ ବ୍ୟବସ୍ଥା ଉଛେଦ ସହ ସ୍ଥାୟୀ ନିଯୁକ୍ତି କରିବା, କାର୍ଯ୍ୟକ୍ଷେତ୍ର ରେ ଚାକିରୀ ର ସୁରକ୍ଷା
ଛଟେଇ ହୋଇଥିବା କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି କରିବା,ବଜାର ଦର ଅନୁସାରେ ଦରମା ପ୍ରଦାନ ସହ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରିବା,ମହିଳା କର୍ମଚାରୀ ମାନ ଙ୍କୁ ମାତୃତ୍ୱ କାଳୀନ ଛୁଟି ପ୍ରଦାନ କରିବା,ଇପିଏଫ, ଇଏସଆଇ ର ସଠିକ ପୈଠ କରିବା,ବରିଷ୍ଠତା ଓ ଦକ୍ଷତା ଭିତ୍ତି ରେ ପଦୋନ୍ନତି ର ବ୍ୟବସ୍ଥା ପ୍ରମୁଖ ଦାବୀ ରହିଛି I ଏହି ସମାବେଶ ରେ ଦକ୍ଷିଣାଞ୍ଚଳ ଜିଲ୍ଲା ର ସମସ୍ତ କର୍ମଚାରୀ ସଂଘ ର ନେତା ମାନେ ଦାୟିତ୍ୱ ନେଇଥିଲେ I

LEAVE A REPLY

Please enter your comment!
Please enter your name here