ପୁଲିସ ରିଜର୍ଭ ଇନ୍ସପେକ୍ଟର ବିନୟ ମେହେର ହତ୍ୟା ଘଟଣାରେ ଚୁଡାନ୍ତ ରାୟ ପ୍ରକାଶ

0
72

ବ୍ରହ୍ମପୁର,୩୧/୦୭/୨୦୨୩:୧୯୯୮ ମସିହାରେ ଟାଟା କମ୍ପାନୀ ପାଇଁ ଜମି ଅଧିଗ୍ରହଣ ସମୟରେ ଘଟିଥିବା ଏକ ହତ୍ୟାକାଣ୍ଡ ର ଆଜି ଶୁଣାଣି ହୋଇଛି । ଏହି ହତ୍ୟାକାଣ୍ଡରେ ପୋଲିସ ରିଜର୍ଭ ଇନ୍ସପେକ୍ଟର ବିନୟ ମେହେର ଙ୍କ ମୃତ୍ୟ ଘଟିଥିଲା । ସେତେବେଳେ ପୋଲିସ ପୂର୍ବତନ ବିଧାୟକ ନାରାୟଣ ରେଡି ଙ୍କ ସମେତ ସହଯୋଗୀ ଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ଏହି ଘଟଣାର ୨୫ ବର୍ଷ ପରେ ଆଜି ଚୁଡାନ୍ତ ରାୟ ପ୍ରକାଶ ପାଇଛି।ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡି ଙ୍କ ସହ ସହଯୋଗୀ ଦଣ୍ଡିତ କରାଯାଇଛି। ରାୟ ପ୍ରକାଶ ବେଳେ ସମସ୍ତ ଅଭିଯୁକ୍ତ ମାନେ କୋର୍ଟରେ ହାଜର ହୋଇଥିଲେ। ପୂର୍ବତନ ବିଧାୟକ ଏନ ନାରାୟଣ ରେଡ୍ଡିଙ୍କ ସମେତ ୧୩ ଜଣଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ବ୍ରହ୍ମପୁର ଏଡିଜେ-୩ ରାଜ କୁମାର ଦାସ। ସେମାନଙ୍କୁ କୋର୍ଟରୁ କଡ଼ା ସୁରକ୍ଷା ଭିତରେ ବ୍ରହ୍ମପୁର ଜେଲକୁ ପଠାଇଦିଆଯାଇଛି।ମକଦ୍ଦମା ପରିଚାଳନା କରୁଥିବା ସ୍ୱତନ୍ତ୍ର ପିପି ନିରଞ୍ଜନ ପାଢ଼ୀ ଏହି ସୂଚନା ଦେଇଛନ୍ତି। ଦୋଷୀଙ୍କ ଭିତରେ ଜଣେ ପକ୍ଷାଘାତ ରୋଗୀ ରହିଥିବା ସୁଚନା ମିଳିଛି।

LEAVE A REPLY

Please enter your comment!
Please enter your name here