ଜିଲ୍ଲା ସ୍ତରୀୟ ଆୟକର ଓ ଡିଜିଟାଲ ଜି.ପି.ଏଫ୍. ଓ ୟୁ.ସି. ସଚେତନତା କର୍ମଶାଳା

0
86

ଛତ୍ରପୁର, ୦୯/୦୮/୨୦୨୩ : ଜିଲ୍ଲାକୋଷାଗାର ଗଞ୍ଜାମ ଦ୍ବାରା ଜିଲ୍ଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଆୟକର, ଡିଜିଟାଲ ଜିପିଏଫ୍ ଓ ୟୁ.ସି. ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟ କ୍ରମରେ ଗଞ୍ଜାମ ଜିଲ୍ଲାରୁ ୩୫୦ ପ୍ରଶିକ୍ଷାର୍ଥୀ ଯୋଗଦାନ କରିଥିଲେ । ଏହି କର୍ମଶାଳାରେ ଆୟକର,ବିଭାଗ ଭୁବନେଶ୍ବର ଓଡିଶାରୁ ଆୟକର ଅଧିକାରୀ ଶ୍ରୀ ସଂଜୀବ ଝା ପ୍ରଶିକ୍ଷକ ହିସାବରେ ଯୋଗଦାନ କରି ବିଭିନ୍ନ କାର୍ଯ୍ୟାଳୟ ମାନଙ୍କରେ କଟାଯାଉଥିବା ଟିଡିଏସ୍ ର ରିଟର୍ଣ୍ଣ ଗୁଡିକୁ କିପରି ଦାଖଲ କରାଯିବ ତତ୍ ସମ୍ପର୍କିତ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହାପରେ ସେ ପ୍ରଶିକ୍ଷାର୍ଥୀ ମାନଙ୍କର ପ୍ରଶ୍ନ ଓ ଶଙ୍କା ଗୁଡିକୁ ସମାଧାନ କରି ସେମାନଙ୍କୁ ବିଭିନ୍ନ ଆୟକର ସମ୍ପର୍କିତ ତଥ୍ୟ ପ୍ରଦାନ କରିଥିଲେ । ଏହି କର୍ମଶାଳାରେ ଓଡିଶା ସରକାରଙ୍କର କୋଷାଗାର ଓ ନିରୀକ୍ଷଣ ମହାନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଦୀପକ କୁମାର ଚୌଧୁରୀ ନୂତନ ଭାବେ ପ୍ରଚଳନ ହେବାକୁ ଥିବା ଇଲେକ୍ଟ୍ରୋନିକ୍ ଜିପିଏଫ୍ ଓ ଇଲେକ୍ଟ୍ରୋନିକ ୟୁସି ବାବଦରେ ପ୍ରଶିକ୍ଷାର୍ଥି ମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ । ଜିପିଏଫ୍ ଆବେଦନର ଅନଲାଇନ୍ ସୁବିଧା ଦ୍ବାରା କିପରି ଅବସରର ବହୁପୂର୍ବରୁ କର୍ମଚାରୀ ମାନେ ନିଜନିଜର ଉଠାଣ ଗୁଡିକୁ ପାଇ ପାରିବେ ସେ ବିଷୟରେ ବିଶଦ୍ ଭାବେ ଆଲୋଚନା କରିଥିଲେ । ରାଜ୍ୟର ବିଭିନ୍ନ ସରକାରୀ ଅନୁଷ୍ଠାନ ଗୁଡିକ ଯେଉଁ ମାନେ କୌଣସି ପ୍ରକାର ଅନୁଦାନ ପାଉଛନ୍ତି ସେମାନେ ବର୍ତ୍ତମାନ ତାହାର ୟୁ.ସି. ଅନଲାଇନ୍ ରେ ଦାଖଲ କରିପାରିବେ । ଏହା ଦ୍ବାରା ବର୍ଷବର୍ଷ ଧରି ବକେୟା ରହିଥିବା ୟୁ.ସି. ଦାଖଲ କରିବାର କାର୍ଯ୍ୟକୁ ତ୍ବରାନ୍ବୀତ କରାଯାଇ ପାରିବ । ବର୍ତ୍ତମାନ ଓଡିଶା ସରକାର ଆର୍ଥିକ ପରିଚାଳନା କ୍ଷେତ୍ରରେ ଆଧୁନିକ ଜ୍ଞାନ କୌଶଳର ବ୍ୟବହାର କରି ସୁଚାରୁ ରୂପେ କିପରି ସମୟ ଅନୁବନ୍ଧିତ ହୋଇ କାର୍ଯ୍ୟ କରିପାରିବେ ସେଥିଲାଗି ଆଗ୍ରହୀ ଅଛନ୍ତି ବୋଲି ଶ୍ରୀ ଚୌଧୁରୀ ମତବ୍ୟକ୍ତ କରିଥିଲେ । କର୍ମଶାଳାର ଶେଷରେ ଜିଲ୍ଲା କୋଷାଗାର ଅଧିକାରୀ ସୁଶ୍ରୀ ଅଳକାନନ୍ଦା ତ୍ରିପାଠୀ, ଗଞ୍ଜାମ ଜିଲ୍ଲାର ସମସ୍ତ ଉପକୋଷାଗାର ଅଧିକାରୀ, ପ୍ରଶିକ୍ଷାର୍ଥୀ ଓ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିବା ଅତିରିକ୍ତ କୋଷାଗାର ଅଧିକାରୀ ସତ୍ୟଜିତ ମହାନ୍ତି, ବରିଷ୍ଠ ଗାଣିତିକ ରବୀନ୍ଦ୍ର ନାଥ ସାହୁ,ଜିତେନ୍ଦ୍ର କୁମାର ସେଠୀ, ସନ୍ତୋଷ କୁମାର ଦାଶ, ରଶ୍ମିରଞ୍ଜନ ପାଇକ ପ୍ରଭୃତିଙ୍କୁ ଆନ୍ତରିକ ଶୁଭେଚ୍ଛା ଜ୍ଞାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here