ଧ୍ଵଂସ କରିବା ଚକ୍ରାନ୍ତରେ ସାପୁଆ ପଲ୍ଲୀ ଠାକୁରାଣୀ ମନ୍ଦିର : ଜରାଜୀର୍ଣ୍ଣ ମନ୍ଦିରରେ ବନ୍ଦୀ ମା ଠାକୁରାଣୀ !!!

0
91

ବ୍ରହ୍ମପୁର , ୦୯/୦୮/୨୦୨୩ : ହିଞ୍ଜିଳି ବ୍ଲକ ସାପୁଆପଲ୍ଲୀ ଗ୍ରାମ ଅଧିଷ୍ଠାତ୍ରୀ ଦେବୀ ମା’ ଠାକୁରାଣୀଙ୍କ ମନ୍ଦିରକୁ ସମାୟାନୁକ୍ରମେ ଧ୍ବଂସ କରି ମନ୍ଦିରର ଜାଗା ହଡପ କରିବାକୁ ଚକ୍ରାନ୍ତ ହୋଇଥିବା ନେଇ ଗ୍ରାମବାସୀ ଉତକ୍ଷିପ୍ତ ହୋଇଛନ୍ତି। ଗ୍ରାମରେ ଏଥିନେଇ ଚାପା ଉତ୍ତେଜନା ଲାଗିରହିଛି । ମନ୍ଦିର ପାର୍ଶ୍ଵବର୍ତ୍ତି ଅଞ୍ଚଳରେ ଜମି କାରବାର କରୁଥିବା କିଛି ମାଫିଆ ଗୋଷ୍ଠୀଙ୍କ ପକ୍ଷରୁ ମନ୍ଦିରର ଜାଗା ଅକ୍ତିଆର କରିଥିବା, ମନ୍ଦିର ଜାଗାକୁ ମିଶାଇ ବ୍ୟବସାୟିକ କାରବାର ସ୍ଥଳ କରିବା ଭଳି ଅଭିଯୋଗ ନେଇ ଗ୍ରାମବାସୀ କେତେକଙ୍କୁ ସନ୍ଦେହ ଚକ୍ଷୁରେ ଦେଖିବା ବେଳେ କେଉଁ ସମୟରେ ଅପ୍ରୀତିକର ପରିସ୍ଥିତି ଉପୁଜିବା ଅସମ୍ଭବ ନ ଥିବା କୁହାଯାଇଛି ।
ଅନତୀ କାଳରୁ ଏହି ଗ୍ରାମରେ ପ୍ରତିଷ୍ଠିତ ମା’ ଠାକୁରାଣୀଙ୍କ ମନ୍ଦିରରେ ସମ୍ପ୍ରତି ବିଭିନ୍ନ କାରଣରୁ ପୂଜାର୍ଚ୍ଚନା ବନ୍ଦ ହୋଇରହିଛି । ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ମନ୍ଦିରରେ ମା’ ଠାକୁରାଣୀଙ୍କୁ ତାଲା ପକାଇ ବନ୍ଦୀ କରି ରଖାଯିବା ଘଟଣା ଶ୍ରଦ୍ଧାଳୁ ଓ ଭକ୍ତଙ୍କୁ କ୍ଷୁବ୍ଧ କରିଛି । ମା’ ଠାକୁରାଣୀଙ୍କ ପୂଜାର୍ଚ୍ଚନା ସହିତ ପାରମ୍ପରିକ ଯାତ୍ରା ମଧ୍ୟ ବନ୍ଦ ହୋଇଥିବାରୁ ଗ୍ରାମବାସୀ ଘୋର ବିଘ୍ନ ଓ ଅଘଟଣ ଆଶଙ୍କାରେ ଦିନ କାଟୁଛନ୍ତି । ଲୋକଙ୍କ ଅସୁବିଧା, ରୋଗବ୍ୟାଧି ଏବଂ ଅଶାନ୍ତି ସେହି କାରଣରୁ ହେଉଥିବା ନେଇ ଦେବୀଭକ୍ତ ମାନେ କହୁଛନ୍ତି ।
ମନ୍ଦିର ଚତୁଃପାର୍ଶ୍ବରେ ଅସ୍ୱାସ୍ଥ୍ୟକର ଓ ବ୍ୟବସାୟିକ ପରିବେଶ ସୃଷ୍ଟି କରିବା ମସୁଧାରେ ଥିବା ଜଣାପଡିଛି । ସରକାରଙ୍କ “୫ ଟି” ଆନୁକୂଲ୍ୟରେ ମନ୍ଦିରର ପୁନଃ ଉଦ୍ଧାର ଓ ରୂପନ୍ତରିକରଣ କରାଯିବାକୁ ଗ୍ରାମବାସୀ ଦାବି କରିବା ବେଳେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ “୫ ଟି ” ପକ୍ଷରୁ ବିକାଶମୂଳକ ରୂପନ୍ତରିକରଣ କ୍ଷେତ୍ରରେ ପାତର ଅନ୍ତର କରାଯାଇଥିବା ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କୁ ନେଇ ଏକ ମନ୍ଦିର ପରିଚାଳନା କମିଟି ଗଠନ କରିବା, ମନ୍ଦିରର ଜାଗା ଚିହ୍ନଟ କରି ପାଚେରୀ ନିର୍ମାଣ କରିବା, ମନ୍ଦିରର ପୁନଃନିର୍ମାଣ ପାଇଁ ଅନୁଦାନ ଦେବା ପ୍ରଭୃତି ଦାବି ଗ୍ରାମବାସୀ ରଖିଛନ୍ତି । ପୁର୍ବତନ ବିଧାୟକ ଶ୍ରୀ ଉଦୟ ନାଥ ନାୟକଙ୍କୁ ଗ୍ରାମକୁ ନିମନ୍ତ୍ରଣ କରି ଗ୍ରାମବାସୀ ମନ୍ଦିରର ଶୋଚନୀୟ ଅବସ୍ଥା ଦେଖାଇଥିଲେ । ଗ୍ରାମବାସୀଙ୍କ ଉଦବେଗ ଅନୁଧ୍ୟାନ କରି ସେ ମନ୍ଦିରର ଉନ୍ନତି ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ଆଶ୍ୱାସନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here