ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଆଣ୍ଟି ରାଗିଂ ସପ୍ତାହ ପାଳିତ

0
156

ବ୍ରହ୍ମପୁର,୧୨/୦୮/୨୦୨୩:ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ନୂତନ ସମ୍ମିଳନୀ କକ୍ଷଠାରେ ଆଣ୍ଟ ରାଗିଂ ସପ୍ତାହ ପାଳିତ ହୋଇଯାଇଛି। ଏଥିରେ ବ୍ରହ୍ମପୁର ଏସପି ଡ଼ ଶ୍ରବଣ ବିବେକ ଏମ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ନିଜର ଅଭିଭାଷଣ ରଖୁଥିଲେ। ଏଥିରେ ପିଜି କାଉନସିଲ ଅଧ୍ୟକ୍ଷ ସୁଶାନ୍ତ କୁମାର ବରାଳ, ଛାତ୍ର କଲ୍ୟାଣ ନିର୍ଦ୍ଦେଶକ ପ୍ରଫେସର ଗଣେଶ ସେଠୀ, ପବ୍ଲିକ ଅଭିଭୋକ୍ତା ଶ୍ରୀ ମୋହନ ସିଂଘାରି, ଉପ ଆରକ୍ଷୀ ଅଧିକାରୀ ଶ୍ରୀ ଦୀପ୍ତିକାନ୍ତ ପ୍ରଧାନ ଓ ରେଜିଷ୍ଟର ଶ୍ରୀ ସଚ୍ଚିଦାନନ୍ଦ ନାୟକ ସମେତ ଅନେକ ଅତିଥି ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଏସପି ନିଜ ଅଭିଭାଷଣରେ କିପରି ବିଶ୍ଵବିଦ୍ୟାଳୟକୁ ରାଗିଂ ମୁକ୍ତ ରଖାଯିବ ସେ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇବା ସହିତ ଯଦି କିଛି ରାଗିଂ ବିଷୟରେ ସୂଚନା ମିଳେ ତ ପୋଲିସକୁ ଜଣାଇବା ପାଇଁ କହିଛନ୍ତି। ଏହା ସହିତ ସେ ଏହାକୁ ରୋକିବା ପାଇଁ ସାମୁହିକ କର୍ତ୍ତବ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ । ସୂଚନାଯୋଗ୍ୟ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଆଣ୍ଟ ରାଗିଂ ସପ୍ତାହ ଆଜି ଠାରୁ ଅର୍ଥାତ ଅଗଷ୍ଟ ୧୨ ରୁ ୧୮ ପର୍ଯ୍ୟନ୍ତ ଚାଲିବ । ଏହାର ମୁଖ୍ୟ ଉଦ୍ଦେଶ୍ୟ ବିଶ୍ଵବିଦ୍ୟାଳୟକୁ ରାଗିଂ ମୁକ୍ତ ରଖିବା । ଅଗଷ୍ଟ ୧୮ ତାରିଖ ଦିନ ଏକ ରାଲି ପିଜି ଅଫିସ୍ ଠାରୁ ଆରମ୍ଭ ହୋଇ ପ୍ରଶାସନିକ ବ୍ଲକ ପର୍ଯ୍ୟନ୍ତ ଚାଲିବାକୁ ନିଷ୍ପତି ନିଆଯାଇଛି ।

LEAVE A REPLY

Please enter your comment!
Please enter your name here