ଯୁବକଙ୍କ ମୃତ ଦେହ କୂଅରୁ ଉଦ୍ଧାର

0
204

ସାନଖେମୁଣ୍ଡି, ୦୨/୦୯/୨୦୨୩ :ବ୍ରହ୍ମପୁର ସଦର ଥାନା ସାନଖେମୁଣ୍ଡି ବ୍ଲକ ଗୌତମୀ ପଞ୍ଚାୟତର ବାଲିଢେପ ସାହିର ଜନୈକ ଯୁବକଙ୍କ କୂଅରେ ପଡ଼ି ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତ ଯୁବକ ଜଣକ ଘନଶ୍ୟାମ ବେହେରା (୩୨) ବୋଲି ସୂଚନା ମିଳିଛି। ଖବର ପ୍ରକାରେ ଘନଶ୍ୟାମ ଶୁକ୍ରବାର ସକାଳୁ ଘରୁ ବାହାରି ଆଉ ଫେରିନଥିଲେ । ପରିବାର ଲୋକେ ଆଖ ପାଖ ଅଞ୍ଚଳ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ପତ୍ତା ମିଳିନଥିଲା । ଆଜି ଶନିବାର ଦିନ ୧୦ଟା ସମୟରେ ଗାଁ ଲୋକେ ବାଲିଢେପ ସାହି ଭୈରବୀ ମନ୍ଦିର ନିକଟସ୍ଥ କୂଅରେ ଘନଶ୍ୟାମ ପଡ଼ିଥିବା ଦେଖି ଗୌତମୀ ସରପଞ୍ଚଙ୍କୁ ଖବର ଦେଇଥିଲେ । ସରପଞ୍ଚ ଜି ଝିଲି ରେଡ୍ଡୀ ଏବଂ ପ୍ରତିନିଧି ଏସ ପ୍ରଶାନ୍ତ ରେଡ୍ଡୀ ଗାଁ ଲୋକଙ୍କ ସହ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଅଗ୍ନିଶମ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ , ବ୍ରହ୍ମପୁର ସଦର ଥାନା ଏବଂ ସାନଖେମୁଣ୍ଡି ତହସିଲ ଅନ୍ତର୍ଗତ ଖଲିଙ୍ଗି ରାଜସ୍ବ ନୀରିକ୍ଷକଙ୍କୁ ଏ ନେଇ ସୂଚନା ଦେଇଥିଲେ । ସୂଚନା କ୍ରମରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ମୃତ ଘନଶ୍ୟାମ ବେହେରାକୁ କୂଅରୁ ଉଦ୍ଧାର କରିଥିବା ବେଳେ ସଦର ଥାନା ପୋଲିସ ଉଦ୍ଧାର ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲ ପଠାଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here