ପାଟପୁର ଗାନ୍ଧିଛକ ସତସଙ୍ଗ ଭବନରେ ବିଶ୍ଵ ଆତ୍ମହତ୍ୟା ନିରୋଧ ଦିବସ ପାଳିତ

0
57

ବ୍ରହ୍ମପୁର , ୧୦/୦୯/୨୦୨୩: ସାନଖେମୁଣ୍ଡି ବ୍ଲକ୍ ପାଟପୁର ଗାନ୍ଧୀ ଛକ ନିକଟସ୍ଥ ବାପୁଜୀ ନଗର ସତସଙ୍ଗ ଭବନ ଠାରେ ସ୍ପନ୍ଦନା ଇଦା ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ଓଡ଼ିଶା ରାଜ୍ୟ ଶାଖା ପକ୍ଷରୁ ବିଶ୍ଵ ଆତ୍ମହତ୍ୟା ନିରୋଧ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସତସଙ୍ଗ ଭବନରେ ସାମାବେଶିତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସଚେତନାତ୍ମକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟପୁର ଥାନା ଅଧିକାରୀ ଶ୍ରୀ ସବ୍ୟସାଚୀ ମଲ୍ଲ ଏବଂ ମୁଖ୍ୟବକ୍ତା ଭାବେ ପାଟପୁର ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ଡଃ କୈଳାସ ଚନ୍ଦ୍ର ସ୍ୱାଇଁ ବିଶ୍ଵରେ କ୍ରମାଗତ ବଢୁଥିବା ସ୍ପର୍ଶକାତର ଘଟଣା କ୍ରମରେ ବ୍ୟକ୍ତିର ଆତ୍ମ ନିୟନ୍ତ୍ରଣ ବାହାରେ ପ୍ରତ୍ୟହ ଘଟୁଥିବା ଏହି ଆତ୍ମହତ୍ୟାକୁ କିପରି ନିୟନ୍ତ୍ରଣ ସହ ରୋକିପରିବା ସେ ନେଇ ଛାତ୍ରଛାତ୍ରୀଙ୍କୁ ଆନୁପ୍ରେରଣା ପ୍ରଦାନ କରିଥିଲେ । ଏହା ସହ ଜୀବନର ମୂଲ୍ୟବୋଧକୁ ପ୍ରଭାବିତ କରୁଥିବା ମାନସିକ ଚାପ ସହ ମାତ୍ରାଧିକ ବିଦ୍ୱେଷ ଭାବ ଉପରେ ଆଲୋକପାତ କରିଥିଲେ । ଏଥିରେ ସ୍ପନ୍ଦନା ଇଦା ଇଣ୍ଟରନେସେନାଲ ଫାଉଣ୍ଡେସନ ଓଡ଼ିଶା ରାଜ୍ୟ ଶାଖାର ପି ଶିବଶଙ୍କର ପାତ୍ର, ଜଗମୋହନ ପାଣିଗ୍ରାହୀ, ଡି ମୁକେଶ କୁମାର ପାତ୍ର, ସତ୍ୟନାରାୟଣ ନାୟକ, ନୀଳାଞ୍ଚଳ ସେଠୀ, ସୋମନାଥ ସାହୁ, ଦୀପକ ପ୍ରଧାନ ପ୍ରମୁଖ ଉପସ୍ଥିତ ସହଯୋଗ କରିଥିଲେ । ସ୍ଥାନୀୟ ମହାବିଦ୍ୟାଳୟର ଅଧ୍ୟାପକ ସମୂହଙ୍କ ସହ ବିଦ୍ୟାଳୟ ଶିକ୍ଷକ ମଣ୍ଡଳୀ ଯୋଗଦାନ କରିଥିଲେ ।କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ବହୁଳ ଅଂଶଗ୍ରହଣ କରି ସେମାନଙ୍କ ଜୀବନର ମୂଲ୍ୟବୋଧ ସହିତ ସମାଜରେ ସଚେତନତା ସୃଷ୍ଟି କରିବା ନେଇ ସ୍ଵତଃ ଆଗଭର ହୋଇଥିଲେ । ପରିଶେଷରେ ସ୍ପନ୍ଦନା ଫାଉଣ୍ଡେସନ ପକ୍ଷରୁ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here