“ବ୍ରହ୍ମପୁର ଅସ୍ଥି ଶଲ୍ୟ ମଞ୍ଚର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ”

0
134

ବ୍ରହ୍ମପୁର,୨୪/୦୯/୨୦୨୩: ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ହୋଟେଲ ସ୍ପେକ୍ଟ୍ରାମ ର ସମ୍ମିଳନୀ କକ୍ଷରେ ବ୍ରହ୍ମପୁର ଅସ୍ଥିଶଲ୍ୟ ମଞ୍ଚର ବାର୍ଷିକ ସମ୍ମିଳନୀ ଆରମ୍ବ ହୋଇଯାଇଛି ।ଏଥିରେ ଡାକ୍ତର ପଙ୍କଜ ଜିନ୍ଦଲ, ଡାକ୍ତର ସନ୍ତୋଷ ରଥ, ଡାକ୍ତର ସଂଜୀବ ବେହେରା ଓ ଡାକ୍ତର ଅଜିତ ତିୱାରୀଙ୍କ ପରି ସର୍ବଭାରତୀୟ ସ୍ତରର ପ୍ରତିଷ୍ଠିତ ଅସ୍ଥି ଶଲ୍ୟ ବିଶେଷଜ୍ଞ ମାନେ ଅତିଥି ରୂପେ ଯୋଗ ଦେଇଥିଲେ । ଗତକାଲି ସନ୍ଧ୍ୟାରେ ଅତିଥି ମାନଙ୍କ ଦ୍ୱାରା ଏହି ସମ୍ମିଳନୀ ର ଉଦଘାଟନ ହୋଇଯାଇଛି ।ମଞ୍ଚର ଉପଦେଷ୍ଟା ପଦ୍ମଶ୍ରୀ ଡାକ୍ତର କୃଷ୍ଣ ମୋହନ ପାଠୀ, ସଭାପତି ଡା ଅବନୀ କାନ୍ତ ମିଶ୍ର, ସମ୍ପାଦକ ଡାକ୍ତର. ସଙ୍କର୍ଷଣ ପାତ୍ର, କୋଷାଧକ୍ଷ ଡାକ୍ତର ସୌଭାଗ୍ୟ ହୋତା, ସହ ସମ୍ପାଦକ ଡାକ୍ତର ରବୀନ୍ଦ୍ର କୁମାର ନାୟକ, ସାଙ୍ଗଠନିକ ସମ୍ପାଦକ ଡାକ୍ତର ପ୍ରକାଶ ମଲ୍ଲ, ଓଡିଶା ଅସ୍ଥି ଶଲ୍ୟ ସଙ୍ଘର ସଭାପତି ଡାକ୍ତର. କେ. ସସ୍କର ରାଓ, ବିଭାଗୀୟ ମୁଖ୍ୟ ଡାକ୍ତର. ଚନ୍ଦ୍ର ଶେଖର ପ୍ରଧାନ ଓ ଅନ୍ୟ କର୍ମକର୍ତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ସମ୍ମିଳନୀ ଆୟୋଜିତ ହୋଇଛି । ଏଥିରେ ସାରା ଓଡିଶା ଏବଂ ଓଡିଶା ବାହାରୁ ଅନେକ ଅଭିଜ୍ଞ ବିଶେଷଜ୍ଞ ଯୋଗଦେଇ ଅତ୍ୟାଧୁନିକ ଅସ୍ଥିଶଲ୍ୟ ଚିକିତ୍ସା ଉପରେ ଆଲୋକପାତ କରିଥିଲେ।ପରିଶେଷରେ ସାଙ୍ଗଠନିକ ସମ୍ପାଦକ ଡାକ୍ତର ପ୍ରକାଶ ମଲ୍ଲ ଧନ୍ୟବାଦ ଅର୍ପଣ କରିଥିଲେ |

LEAVE A REPLY

Please enter your comment!
Please enter your name here