ପଞ୍ଚମା ମଧୁବୈଶ୍ୟ ସମାଜ ସଂଗଠନ ର‌ ବାର୍ଷିକ ଉତ୍ସବ ଅନୁଷ୍ଠିତ

0
122

ବ୍ରହ୍ମପୁର,୨୮/୦୯/୨୦୨୩:
ରଙ୍ଗେଇଲୁଣ୍ଡା ବ୍ଲକ ଗୋଳନ୍ଥରା ସ୍ଥିତ ଇଶାଣେଶ୍ବର ମନ୍ଦିର ପରିସରରେ ପଞ୍ଚମା ମଧୁବୈଶ୍ୟ ସମାଜ ସଂଗଠନ ର ବାର୍ଷିକଉତ୍ସବ ସଂଗଠନ ର ସଭାପତି ବାଉରୀବନ୍ଧୁ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସିଏଚ ଉଷାରାଣୀ, ଜିଲ୍ଲା ପରିଷଦ ଉପାଧକ୍ଷା ରାଜେଶ୍ବରୀ ଦୋରା ଙ୍କ ସମେତ ନାରୀନେତ୍ରୀ ଗୋଲାପ କୁମାରୀ ସାହୁ ସଂଗଠନର ସମ୍ପାଦକ ବୃନ୍ଦାବନ ସାହୁ, କୋଷାଧ୍ୟକ୍ଷ ଗୁଣମଣି ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।ଏହି ଅବସରରେ ମଧୁବୈଶ୍ୟ ସମାଜ ଗୃହ ପ୍ରତିଷ୍ଠା ନିମନ୍ତେ ସରକାରଙ୍କ ପକ୍ଷରୁ ସରକାରୀ ଜମି ଯୋଗାଇ ଦେବା ନିମନ୍ତେ ଲିଖିତ ଭାବେ ଅନୁରୋଧ କରିବା ସହ ମଧୁବୈଶ୍ୟ ଜାତିର କୌଳିକ ବୃତ୍ତି କୁ ପ୍ରୋତ୍ସାହନ ନିମନ୍ତେ ସରକାରଙ୍କ ପକ୍ଷରୁ ସ୍ଵଳ୍ପ ମୂଲ୍ୟରେ ଋଣ ପ୍ରଦାନ, ଜାତିର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ତାଲିମ ପ୍ରଦାନ ପାଇଁ ଫୁଡ୍ କୋର୍ଟ ର ନିର୍ମାଣ ସହ ଆଇ ଟି ଆଇ ର ମାନ୍ୟତା ପ୍ରଦାନ କରିବା, ଉଚ୍ଚ ଶିକ୍ଷା ଓ ଚାକିରି କ୍ଷେତ୍ରରେ ଓବିସି ସାର୍ଟିଫିକେଟ ପ୍ରଦାନ କରିବା ସହ ଜାତିର ମହିଳା ମାନଙ୍କୁ ନେଇ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରିବାକୁ ସରକାରଙ୍କ ପକ୍ଷରୁ ସାହାଯ୍ୟ କରିବାକୁ ନିବେଦନ କରାଯିବାକୁ ସ୍ଥିର କରାଯାଇଥିବା ସଭାପତି ବିଜୟ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here